-+91-9937148622 |
prerana_bgr@rediffmail.com |
Thursday 28th March 2024 |
R.N.I. Regd No. ODIODI/2010/46693
Breaking News
26-Nov-2022
କଟକ(ଲିଙ୍ଗରାଜ ପୃଷ୍ଟି) ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ କଟକ ସ୍ଥିତ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟ ଦ୍ୱାରା ଶୈଳବାଳା ମହିଳା ମହାବିଦ୍ୟାଳୟର ଖେଳ ପଡିଆରେ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରାଥମିକ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚୟନ ଶିବିରରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ୯ ଗୋଟି ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ।ରମାଦେବୀ ବିଶ୍ୱ ବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ବିରେନ ମିତ୍ର ମହିଳା ମହାବିଦ୍ୟାଳୟ, କୁସୁମ ଦେବୀ ମହିଳା ମହାବିଦ୍ୟାଳୟ, ନିଗମାନନ୍ଦ ମହିଳା ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ମହିଳା
ମହାବିଦ୍ୟାଳୟ ନିମାପଡା, ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟ, ତୁଳସୀ ମହିଳା ମହାବିଦ୍ୟାଳୟ ଇତ୍ୟାଦିର ପ୍ରତିଯୋଗୀମାନେ ଯୋଗ ଦେଇଥିଲେ।ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅବଦୁଲ ଇସମାନ ଖାନ ମହୋଦୟ ଏହି ଶିବିରର ଉଦଘାଟନ କରି ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିବା ସହିତ ଉଦବୋଧିତ କରିଥିଲେ।କ୍ରୀଡ଼ା ସଂସଦର ଉପସଭାପତି ଡକ୍ଟର ପ୍ରମୋଦିନୀ ସାହୁ ସ୍ୱାଗତ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।କ୍ରୀଡ଼ା ସଂସଦର ସହ ସଭାପତି ଦେବାଶିଷ ସ୍ବାଇଁ ଓ ସୁମିତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ। ଖେଳର ସୁପରିଚାଳନା ପାଇଁ ଅଜୟ କୁମାର ସାହୁ ଓ ଲିଙ୍ଗରାଜ ପୃଷ୍ଟି ପ୍ରମୁଖ କାର୍ଯ୍ୟ ନିର୍ବାହକ ଭାବେ ସହଯୋଗ କରିଥିଲେ। ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟ ଶାରୀରିକ ଶିକ୍ଷା ବିଭାଗର ଶିକ୍ଷୟିତ୍ରୀ ମଞ୍ଜୁସ୍ମିତା ବିଶ୍ୱାଳ ପ୍ରତିଯୋଗୀମାନଙ୍କୁ ଚୟନ କରିବା ସହିତ ଏହି ଶିବିର ସୁଚାରୁ ରୁପରେ ପରିଚାଳନା କରିଥିଲେ।