-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
21-Nov-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଂଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ,ବିଡ଼ିଓ ସୁଚରିତା ମୁଗ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ, ତହସିଲଦାର ମିଳନ କୁମାର ଝାଙ୍କର,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଜିପିଇଓ ଯୁଗଳ କିଶୋର ନାଏକ,ସରପଞ୍ଚ ଖିତିସୁତା ସାହୁ , ସମିତି ସଭ୍ୟା ରୀମା ସାହୁ,ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ବସନ୍ତ ମିଶ୍ର,ଗ୍ରାମ ରୋଜଗାର ସେବକ ଗୁଣ ନିଧୀ ନାଗ,ଗ୍ରାମ୍ୟ କୃଷି କର୍ମୀ ଲୋକନାଥ ନାଗ,ଯୋଗାଣ ସହାୟକ ଚନ୍ଦ୍ର ହାସ୍ୟ ସାହୁ କିରାଣୀ ପ୍ରଦୀପ କୁମାର ମାଝୀ,ଙ୍କ ସମେତ ବ୍ଲକ ର ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏଥିରେ ଗ୍ରାମୀଣ ଆବାସ ପାଇଁ ୨୮୯ଜଣ ,ପିଡ଼ିଏସ ପାଇଁ ୧୮ଜଣ,ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ୫୭ ,ଭତ୍ତା ପାଇଁ ୫୫ଓ ଅନ୍ୟାନ୍ୟ ବିଭାଗ କୁ ମିଶେଇ ମୋଟ ୪୬୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା