-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||     

HOME   ଜିଲ୍ଲା

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସେ ଦିନର ହାଡ୍‌ଖୋର ମାଓବାଦୀ ସରକାର ସହ ଦୁସ୍‌ମନୀ ୍ ଥିଲା ଏବେ ଦୋସ୍ତୀ ହେଲା

29-Jul-2022



ନାକଟିଦେଉଳ (କନ୍ଦର୍ପ ବେହେରା)-ଦିନ ଥିଲା ନାକଟିଦେଉଳ ବ୍ଲକ୍ ମାଓଙ୍କ କବଜାରେ । ସେଇ ସମୟରେ  ଲୋକମାନେ ତାଟି କବାଟ ଦେଇ ଶୋଇ ପଡୁଥିଲେ । ବାହାରକୁ ଆସିବାକୁ ମାଓ ଭୟ । ଦିନ ତମାମ୍ ଭୟର ବାତାବରଣ । ରାତିରେ ମାଓଙ୍କ ତାଣ୍ଡବ ଲୋକମାନଙ୍କ ମନରେ ଭୟ ଦେଖାଦିଏ । ହେଲେ ଆଜି ନାକଟିଦେଉଳ ବ୍ଲକ୍ ମାଓ କବଳରୁ ମୁକ୍ତ । ସରକାର ଆତ୍ମସମର୍ପଣ କରିଥିବା ମାଓ ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ମାଓଙ୍କ ପାଇଁ ଦେଇଥିବା ପ୍ରତିଶୃତି ଆଜି ପ୍ରତିଶୃତିରେ ରହିଯାଇଛି । ଅ।।ଜି ବି ନାକଟିଦେଉଳ ବ୍ଲକରେ ଆତ୍ମ ସମର୍ପଣ କରିଥିବା ହାର୍ଡଖୋର ମାଓ ନେତା ଓ ନେତ୍ରୀମାନେ ଅବହେଳିତ ତଥା ଲାଂଛିତ । କିଏ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛି ତ ଆଉ କିଏ ଛୋଟକାଟିଆ ହୋଟେଲ୍ କରି ଜୀବନ ନିର୍ବାହ କରୁଛନ୍ତି । 
  ସେମିତି ଯିବନ କାଳାତିପାତ କରୁଥିବା ମାଓ ନେତା ଓ ନେତ୍ରୀମାନଙ୍କୁ  ଭେଟିଥିଲେ ଆମ ରେଢାଖୋଲ ପ୍ରତିନିଧି କନ୍ଦର୍ପ ବେହେରା । ମାଓ ନେତା ଧନୁ ଝାଙ୍କର , ଅମର ମିର୍ଦ୍ଦା ହେଉଛନ୍ତି  ଏରିଆ କମାଣ୍ଡର । ଧନୁ ଝାଙ୍କର ହେଉଛନ୍ତି ଧନୁ ଦେହୁରୀ ନାମରେ ବେଶ୍ ପରିଚିତ ସାରା ପଶ୍ଚିମ ଓଡିଶାରେ । ଧନୁ ନାଁ ଶୁଣିଲେ ଲୋକମାନଙ୍କ ମନରେ ଛନକା ପଶିଯାଏ । ଉଚ୍ଚା ମଣିଷ । ୬ ଫୁଟ୍ ୩ ଇଂଚ ଉଚ୍ଚତା ।  ସେ ବରଗଡ ଜିଲ୍ଲାରେ ଏରିଆ କମାଣ୍ଡର ଭାବରେ କାମ କରୁଥିଲେ । ସରକାର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଅପିଲ୍ କରିଥିଲେ । ମାଓ ନେତା ଧନୁ ଆତ୍ମ ସମର୍ପ କରିଥିଲେ ବିନା ବନ୍ଧୁକରେ । ହେଲେ ତାଙ୍କୁ ଗିରଫ କରାଗଲା ବୋଲି ପୋଲିସ୍ କେସ୍ ଲଗାଇଲା । ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ସରକାରଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଗଲା ।  ଧନୁକୁ ତା-୪/୩/୨୦୦୮ ରେ କୋର୍ଟ କୁ ଚାଲାଣ କରାଗଲା । ଧନୁ ୨୦୧୪ ମସିହା ଜୁଲାଇ ମାସରେ କୋର୍ଟରୁ ବାହାରିଲେ । ଧନୁଙ୍କ ନାମରେ ୨୫ ଟି କେସ୍ ମାମଲା କଲା ପୋଲିସ୍ । ସେଇ ସମୟରେ ମାଓ ନେତା ଧନୁ ଦେହୁରୀ(ଝାଙ୍କର)କୁ ଧରାଇଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାର ମଧ୍ୟ ଘୋଷଣା କରିଥିଲେ । ହେଲେ ମାଓ ନେତା ଧନୁ ନିଜେ ଆତ୍ମସମର୍ପଣ କରି ଜେଲ ଯାଇଥିଲେ । ଏସ୍ ଆଇ ଡବ୍ଲୁ ବର୍ଷକୁ ୩୬ ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷ ପାଇଁ ଦେଇଥିଲା । ହେଲେ ପର ମୁହୁର୍ତରେ ଆଉ କିଛି ବି ଟଙ୍କା ଦେଲାନି ବୋଲି ମାଓ ନେତା ଧନୁ ପ୍ରକାଶ କରିଛନ୍ତି । ମାଓ ନେତା ଧନୁଙ୍କର ଜମିବାଡି ବିଶେଷ ନ ଥିବାରୁ ସେ ଏବେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ସେ କୁହନ୍ତି ସରକାର ସହ ଦୁଷ୍ମନ ଥିଲା ହେଲେ ଏବେ ଦୋସ୍ତୀ ହେଇଛୁ । ସରକାର ଦେଇଥିବା ପ୍ରତିଶୃତି ପାଳନ ନ କଲେ ଭବିଷ୍ୟତରେ  ମାଓ ସଂଗଠନରେ ମିଶିବାକୁ ବାଧ୍ୟ ହେବି ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ମାଓ ନେତା ଧନୁ ଦେହୁରୀ (ଝାଙ୍କର) । 
  ଠିକ୍ ସେଇପରି ଆଉ ଜଣେ ମାଓ ନେତା ଏରିଆ କମାଣ୍ଡର ଅମର ମିର୍ଦ୍ଧା ଏବଂ ତାଙ୍କ ପତ୍ନୀ ମାଓ ନେତ୍ରୀ ଆରତୀ ମିର୍ଦ୍ଧା । ଏମାନେ ୨୦୦୧ ରେ ମାଓ ସଂଗଠନରେ ମିଶିଥିଲେ । ଏବେ ଟାମ୍ପରସିଂଘା ରେ ହୋଟେଲ୍ କରି ପରିବାର ପ୍ରତିପୋଷଣ କରୁଛନ୍ତି ।  ଅମର ମିର୍ଦ୍ଧା ଦେବଗଡ ଅଂଚଳରେ ଏରିଅ।। କମାଣ୍ଡର ଥିବା ବେଳେ ତାଙ୍କ ପତ୍ନୀ ଫୌଜି ଥିଲେ । ଏମାନଙ୍କର ୨ ପୁଅ ବର୍ତମାନ ପାଠ ପଢୂଛନ୍ତି ଜଣେ ନବମ , ଏବଂ ଆଉ ଜଣେ ୭ ମରେ ।  ଅମର ମିର୍ଦ୍ଧା ୨୦୧୨ ରେ ଦେବଗଡରେ ଆତ୍ମ ସମର୍ପଣ କରିଥିଲେ । ସେଇ ସମୟରେ ପ୍ରଶାସନ ତାଙ୍କୁ ୩ ଲକ୍ଷ ଟଙ୍କା , ୫ ଏକର ଜମି , ବାସଗୃହ ପାଇଁ ୪ ଡିସିମିଲ୍ ଜାଗା ଦେବାକୁ ଦୃଢ ପ୍ରତିଶୃତି ଦେଇଥିଲେ । ମାତ୍ର ୪ ଡିସିମିଲ୍ ଜାଗା ଦେଇ ସରକାର ଚୁପ୍ ରହିଗଲେ । ହୋମଗାର୍ଡରେ ରହିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ ହେଲେ ପ୍ରତିଶୃତି ପ୍ରତିଶୃତିରେ ରହିଗଲା । । ଅମର୍ ଙ୍କର ଜମିବାଡି କିଛି ବି ନାହିଁ । ମୁଖ୍ୟ ସ୍ରୋତରେ ମିଶି ସରକାର ଆମକୁ ପ୍ରତାରଣା କଲେ ବୋଲି ଅମର୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ବ୍ୟାଙ୍କରେ ଲୋନ୍ ପାଇଁ  ଜୁଜୋମୁରା ୟୁନିୟନ୍ ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହେଇଗଲେ ପଛେ ଲୋନ୍ ମିଳିଲା ନାହିଁ । ଆଉ ଜଣେ ମାଓ ନେତ୍ରୀ ହେଲେ ଦିପ୍ତୀ ନାଏକ । ସେ ୨୦୦୫ ରୁ ମାଓ ସଂଗଠନରେ ସାମିଲ୍ ହୋଇଥିଲେ । ୨୦୦୮ ରେ ସେ ସମ୍ବଲପୁରଏସ୍ ପି ଙ୍କ ଠାରେ ଆତ୍ମ ସମର୍ପଣ କରିଥିଲେ । ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ୍ କରାଯାଇଥିଲା ହେଲେ ୪୮ ହଜାର ଟଙ୍କାରୁ ଆଉ ୧୩ ହଜାର ଟଙ୍କା ବ୍ଲକ୍ ରୁ ମିଳିପାରିଲା ନାହିଁ ଦିର୍ଘ ବର୍ଷ ହେଲା । ବ୍ଲକ୍ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଇଗଲେ ହେଲେ ସେ ସମୟର ବିଡିଓ ଜେଇ ମାଓ ନେତ୍ରୀ ଦିପ୍ତୀକୁ ବାକି ଟଙ୍କା ଦେଲେ ନାହିଁ ।   ତାଙ୍କ ନାମରେ ଗୋଟିଏ କେସ୍ ଥିଲା ।  ୧୨ ବର୍ଷ ପରେ ଦେବଗଡରେ କେସ୍ ହେଲା ଏବଂ ୨୦୧୬ ରେ ୧ ବର୍ଷ ପାଇଁ ଜେଲ୍ ହେଲା । ସରକାର ୧୦ ହଜାର ଟଙ୍କା ମାତ୍ର ସହଯୋଗ ଦେଇଥିବା ବେଳେ ୨ ଲକ୍ଷ ଟଙ୍କା  ଦେବାକୁ ପ୍ରତିଶୃତି ଦେଇଥିଲେ । ଏପରିକି ହୋମ୍ ଗାର୍ଡ ରେ ଚାକିରି କରାଇଦେବାକୁ ପ୍ରଶାସନ ପ୍ରତିଶୃତି ଦେଇଥିଲା ବୋଲି ଦିପ୍ତୀ ପ୍ରକାଶ କରିଛନ୍ତି । ମିଳିବ ବୋଲି ଦୃଢ ପ୍ରତିଶୃତି  ଦେଇଥିଲେ ।  ବର୍ତମାନ ସେ ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ଗ୍ରାମ ନିକଟରେ ରହୁଛନ୍ତି ହେଲେ ତାଙ୍କ ଘରକୁ ଏ ଯାଏଁ ଲାଇନ୍ ର ବ୍ୟବସ୍ଥା ହୋଇ ପାରିନାହିଁ ଯା ଫଳରେ ସେ ଅନ୍ଧାର ଭିତରେ ଦିନ କାଟୁଛନ୍ତି । 
  ଠିକ୍ ସେଇ ପରି ଆଉ ଜଣେ ମାଓ ନେତ୍ରୀ ହେଲେ ରେବତୀ ନାଏକ ।  ସେ ମଧ୍ୟ ମାଓ ସଂଠନରେ ଫୌଜି ଥିଲେ ।  ୨୦୦୫ ରେ ସେ ମାଓ ସଂଗଠନରେ ମିଶିଥିଲେ ।୨୦୧୨ ରେ ସେ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିଥିଲା । ସେ ୫ ବର୍ଷ କାଳ ଜେଲର ଚାରି କାନ୍ଥ ଭିତରେ ନିଜର ଛୋଟ ଛୋଟଛୁଅ।।କୁ ଧରି ରହିଯାଇଥିଲେ । ତାଙ୍କୁ ଏ ଯାଏଁ ଘର ଖଣ୍ଡିଏ ମିଳିପାରିନି ।  ତାଙ୍କ ନାମରେ ସମ୍ବଲପୁରରେ ୧୪ ଟି କେସ୍ ଏବଂ ଦେବଗଡରେ ୨ ଟି କେସ୍ ରୁଜୁ ହୋଇଥିଲା । । 
 ସରକାର ପ୍ରତିଶୃତି ଦେଇ ଏଇ ମାଓ ନେତା ଓ ନେତ୍ରୀମାନଙ୍କୁ ପ୍ରତାରଣା କରିଛି ବୋଲି ମାଓ ନେତା ଧନୁ ପ୍ରକାଶ କରିଛନ୍ତି । ସରକାରୀ ଅଫିସରମାନଙ୍କ ଅତ୍ୟାଚାର ମାଓ ସଂଗଠନରେ ମିଶିବାକୁ ବାଧ୍ୟ କଲା । ଗରିବ ଖଟିଖିଆ ମାନଙ୍କୁ ସରକାରଙ୍କ ଅଫିସର ତଥା ପୁଞିପତିମାନେ ଶୋଷଣ କରୁଥିବାରୁ ବାଧ୍ୟ ହୋଇ ଆମେ ସଂଗଠନରେ ସାମିଲ୍ ହେଲୁ ବୋଲି ମାଓ ନେତା ଧନୁ ପ୍ରକାଶ କରିଥିଲେ । ମାଓ ସଂଗଠନରେ ମିଶିଲୁ ବୋଲି ଆମେ କଣ ଗରିବ ଖଟିଖିଆ ମାନଙ୍କୁ ଅତ୍ୟାଚାର କରିବୁ ତା ନୁହଁ ବୋଲି ମାଓ ନେତା ମାନେ ପ୍ରକାଶ କରିଛନ୍ତି । ମାଓ ମାନଙ୍କର ନିତି ଓ ଆଦର୍ଶରେ ଆମେ ଅନୁପ୍ରାଣୀତ ହୋଇ ସମାଜର କିଛି ପରିବର୍ତନ ତଥା ଲୋକମାନେ କିପରି ସୁବିଧାରେ ଚଳି ପାରିବେ ସେଥିପାଇଁ ଆମେ ମାଓ ସଂଗଠନରେ ମିଶିଥିଲୁ ବୋଲି ମାଓ ନେତା ଓ ନେତ୍ରୀମାନେ ଆମ ପ୍ରତିନିଧିଙ୍କ ଠାରେ  ପ୍ରକାଶ କରିଛନ୍ତି 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026

You Might Also Like