-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ଜିଲ୍ଲା

ଆବାସ ଯୋଜନାରେ ଦୁର୍ନୀତି ବିରୋଧରେ ଅନଶନ ରତ ଙ୍କୁ ପ୍ରଶାସନିକ ଅଧିକାରୀ ଙ୍କ ତାଛଲ୍ୟ ନେଇ ମର୍ମାହତ, ଏବେ ଚିକିତ୍ସା ନୁହେଁ ଆତ୍ମହତ୍ୟା କରି ଦେଖେଇ ଦେବି

20-Nov-2020



ବଲାଙ୍ଗୀର,(ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲାର ମୁରିବାହଲ ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତ ର ଯମୁନା ଗ୍ରାମ ର ସୁଶୀଲ ମେର୍ଲି ନାମକ ଜଣେ ବ୍ୟକ୍ତି ଆବାସ ଯୋଜନାରେ ଏକ ଘର ପାଇଁ ବାରମ୍ବାର ଆବେଦନ,ନିବେଦନ କରି ନିରାଶ ହୋଇ ଦ୍ୱିତୀୟ ଥର ଗତ ବୁଧବାର ଠାରୁ ଆମରଣ  ଅନଶନ ଆରମ୍ଭ କରିଥିବା ବେଳେ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ତାଙ୍କର ବିଭିନ୍ନ ଡାକ୍ତରୀ ପରୀକ୍ଷା ମାନ ନିଜ ଖର୍ଚ୍ଚରେ କରିଥିବା ବେଳେ ଆଜି ପ୍ରଶାସନିକ ଅଧିକାରୀ ମାନେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ । ଶ୍ରୀ ମେର୍ଲି ଭଲଭାବେ କଥା ହୋଇପାରୁ ନ ଥିବା ବେଳେ ସାଲାଇନ,ଇଂଜେକସନ ଚାଲିଥିବା ବେଳେ ମୃତ୍ୟୁ ଘଟିବନି ବୋଲି ଉକ୍ତ ଅଧିକାରୀ ମାନେ ତାଙ୍କ ନିକଟରେ କଥା ହୋଇଥିଲେ, ଯାହାକି ଅନଶନ ରତ ଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଉକ୍ତ ଅଧିକାରୀ ଦଳ ଆସି ଡାକ୍ତରଖାନାରେ ମାଗଣା ରେ ହୋଇପାରୁ ନ ଥିବା ପରୀକ୍ଷା ମାନ ତାଙ୍କ ନିଜ ଖର୍ଚ୍ଚ ରୁ ବାହାରେ ସେବା ନାମକ ଅନୁଷ୍ଠାନ ର ସଦସ୍ୟ ସ୍ବେଚ୍ଛାସେବୀ ଲିଙ୍ଗରାଜ ଦୀପ ଙ୍କ ସହଯୋଗ ରେ କରାଇଛନ୍ତି । ଶ୍ରୀ ଦୀପ ତାଙ୍କର ଚିକିତ୍ସା ନିମନ୍ତେ ନିଜ ହାତରୁ ଭଲଭାବରେ ଚିକିତ୍ସା ପାଇଁ ବାହାରେ ପରୀକ୍ଷା ମାନ କରାଇଥିବା ବେଳେ ସେ ଉକ୍ତ ପ୍ରଶାସନିକ ଅଧିକାରୀ ମାନେ ଏପରି ତାଛଲ୍ୟ କର ବିବୃତି ପ୍ରକାଶ କରିବା ନେଇ ଜଣାଇଛନ୍ତି । ତେବେ ତାଙ୍କ ଅବସ୍ଥା ରେ ସୁଧାର ନ ଆସିବା ଓ ଏପରି ମନ୍ତବ୍ୟ ପ୍ରଦାନ କୁ ନେଇ ସମ୍ପୂର୍ଣ୍ଣ ନିରାଶ ହୋଇପଡି ସେ ଆଉ ଚିକିତ୍ସା ହେବେନି ଓ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରଶାସନିକ ଅବହେଳା ଯୋଗୁଁ ନିରାଶ ହୋଇ ସେ ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଥିଲେ । ମୁରିବାହଲ ବି ଡି ଓ ମହେନ୍ଦ୍ର ପ୍ରଧାନୀ ଲିଖିତ ଆକାର ରେ ୩୦ ଦିନ  ମଧ୍ୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବା ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ପ୍ରତିଶ୍ରୁତି ପାଇଁ ସେ ଅନଶନ ରୁ ଉଠିଥିଲେ । ହେଲେ ଏତେ ଦିନ ବିତିଯିବା ସତ୍ୱେ ଓ ବାରମ୍ବାର ସମସ୍ତ ଉଚ୍ଚ ଅଧିକାରୀ ଙ୍କ ନିକଟରେ ଗୁହାରୀ କରି କିଛି ସୁଫଳ ନ ପାଇ ଗତ ବୁଧବାର ସକାଳ ୧୦ ଟା ରୁ ପୁନଃ ଆମରଣ ଅନଶନ ରେ ବସିଥିଲେ। ତେବେ ସନ୍ଧ୍ୟା ପ୍ରାୟ ୮ ଟା ରେ ସେ ଅଚେତ ହୋଇ ଯାଇଥିଲେ। ଖବର ପାଇ ତାଙ୍କୁ ବ୍ଳକ ବିଡ଼ିଓ ସୁଶୀଲ ମେର୍ଲି  ତାଙ୍କ ନିକଟରେ ପହଞ୍ଚି  ପ୍ରଥମେ ମୁରିବାହଲ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରୀ ପରୀକ୍ଷା କରି ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ସେ କହିଛନ୍ତି ଯେ ମୋ ପରି ଅନେକ ହିତାଧିକାରୀ ଙ୍କୁ ହଇରାଣ ହରକତ କରାଯିବା ଟଙ୍କା କାରବାର କରିବା ଖୋଲା ଖୋଲି ଲାଞ୍ଚ ମାଗିବା ଓ ନ ଦେବାରୁ ଗରିବ ଙ୍କୁ ମୋ ପରି ହଇରାଣ କରିବା ଯୋଗୁଁ ସେ ଅନଶନ କରିଛନ୍ତି। ଏପରି କି ଆଉ ଇଂଜେକସନ କିମ୍ବା ସାଲାଇନ ନ ନେଇ ଆତ୍ମହତ୍ୟା କରିଦେବି ବୋଲି ଜିଦ ରେ ଅଛନ୍ତି । ତାଙ୍କର ପୂର୍ବରୁ ହୃଦଘାତ ରେ ସେ ଆକ୍ରାନ୍ତ ହୋଇଥିବା ଓ ରକ୍ତ ଶର୍କରା ରେ ସେ ପୀଡିତ ବୋଲି ଜଣାଇଛନ୍ତି । ତେବେ ଏ ନେଇ ପ୍ରଶାସନ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଓ ଏ ଯୋଜନା ର ଦୁର୍ନୀତି କୁ ନେଇ ତଦନ୍ତ କଲେ ଅନେକ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like