-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||     

HOME   ଜିଲ୍ଲା

ବେଆଇନ ନିଶା କାରବାର ର ଚେର କେଉଁଠି,ଅପରେସନ କ୍ଲିନ କ୍ରିମିନାଲ ସତ୍ୱେ ବନ୍ଦ ହେଉନି ବେଆଇନ ନିଶା କାରବାର

19-Nov-2020



ବଲାଙ୍ଗୀର, (ପ୍ରେରଣା ଖବର):ବଲାଙ୍ଗୀର ସହରରେ କିଛି ବର୍ଷ ଧରି ନିଶାକାରବାରରେ କଫସିରଫର ଚାହିଦା ରହିଥିବା ବେଳେ ଏବେ ବିଭିନ୍ନ ଉଚ୍ଚକ୍ଷମତା ନିଶା ବଟିକାର ସାହାରା ନେଉଛନ୍ତି ସହରୀ ଯୁବକ। ବିନା ଡାକ୍ତରୀ ପେସକ୍ରିପସନ ଓ କମ ଦାମରେ ମିଲୁଥିବା ଏହି ନିଶାବଟିକାର ନିଶା କ୍ଷମତା ବହୁତ ରହିଥିବା ବେଳେ ଏହାର ଚୋରା କାରବାର ସହରାଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଫସିରଫ କାରବାର କିଛିଟା ନିୟନ୍ତ୍ରଣ କରାଯାଇପରିଥିବା ବେଳେ   ଜିଲ୍ଲା ର କେନ୍ଦ୍ରବିନ୍ଦୁ ପାଲଟିଛି ସିନ୍ଧେକେଲା । କଳାହାଣ୍ଡି ଜିଲ୍ଲା କୁ ସଂଯୋଗ କରୁଥିବା ଏହି ସିନ୍ଧେକେଲା ଥାନା ଅଞ୍ଚଳରେ ଏବେ ଏସକଫ ନାମକ ନିଷକଫ ସିରଫ ୩୫୦ ରୁ ଚାରିସହ ଟଙ୍କା ରେ ବିକ୍ରି ଓ ଚାଲାଣ କରାଯାଉଥିବା ବେଳେ ନୂଆପଡା ଓ କଳାହାଣ୍ଡି କୁ ଏହି କଫସିରଫ ଚାଲାଣ କରାଯାଉଛି । ଏହି ସିନ୍ଧେକେଲା ର ଚାନ୍ଦୁତରା ଯିବା ରାସ୍ତାରେ ଥିବା ଏକ ହନୁମାନ ମନ୍ଦିର ନିକଟରେ ନିଜର ଗୋଦାମ କରି ଏହି ବେଆଇନ କାରବାର ରେ ବେଶ ଲାଭବାନ ହେଉଛନ୍ତି ବ୍ୟବସାୟୀ । ପୋଲିସ ପ୍ରଶାସନ ଓ ରାଜନୈତିକ ଛତ୍ରଛାୟା ତଳେ ରହି ବେଧଡକ ନିଜ କାରବାର ଚାଲୁ ରହିଛି । ବିଭିନ୍ନ ଅଞ୍ଚଳକୁ ଓ ଦୂରଦୂରାନ୍ତରୁ ବାଇକ ଓ ଚାରିଚକିଆ ଯାନ ରେ ଯୁବଗୋଷ୍ଠୀ, କଲେଜ ଛାତ୍ର ତଥା ସମ୍ରାନ୍ତ ଶ୍ରେଣୀ ର ଅଭ୍ୟସ୍ତ ବ୍ୟକ୍ତି ଆସି ଏହି ସିରପ କିଣି ଯାଉଥିବା ଲିଖିତ ଅଭିଯୋଗ ରାଜ୍ୟ ଗୃହ ବିଭାଗ ନିକଟରେ ସାଧାରଣ ସେବା ସଂସ୍ଥା ତରଫରୁ କରାଯାଇଛି ।  ବଲାଙ୍ଗୀର କୁ କଟକ ରୁ ଏହି ସିରଫ ଆସୁଥିବା ବେଳେ ଏବେ ଏହି ସିନ୍ଧେକେଲା କୁ ଆସୁଛି ଏହି ନିସା କଫସିରଫ  । ଅପରେସନ କ୍ଲିନ କ୍ରିମିନାଲ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆରମ୍ଭ କରାଯିବା ପରେ ଏବେ ଏହି ଅଞ୍ଚଳ କୁ କେନ୍ଦ୍ରବିନ୍ଦୁ କରାଯାଇଛି । ଏଥିରେ ନୂଆପଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା କୁ ଏଠୁ ଚାଲାଣ କରିବା ଅଧିକ ସୁବିଧା ହୋଇଛି ।   ପୂର୍ବଭଳି ଖୋଲାଖୋଲି ବିକ୍ରୟ ଉପରେ ରୋକ ଲାଗିଥିବା ବେଳେ ଏହି ଟ୍ରେଣ୍ଡ ମଧ୍ୟ ବଦଳିବାକୁ ଦେଖାଯାଉଛି। କଫସିରଫ ମିଳୁ ନ ଥିବା ସ୍ଥାନରେ ନିଶା ବଟିକା ର ବ୍ୟବହାର କରାଯାଉଛି । ଯେଉଁ ଔଷଧ ରୋଗୀଙ୍କ ପାଇଁ ବ୍ୟବହାର କରାଯାଉଥିଲା ତାହା ନିଶାଖୋର ବ୍ୟକ୍ତିମାନେ କେବଳ ନିଶା ପାଇଁ ବ୍ୟବହାର କରୁଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ସହର ମଧ୍ୟରେ ଥିବା ହାତୀଶାଳ ପଡାରୁ କଫସିରଫ ଭଳି ନିଶା ବଟିକା କାରବାର କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି। ହାତୀଶାଳପଡା ଜୋରଖଣ୍ଡିରେ ରହୁଥିବା ବସନ୍ତ ସାହୁ ବେଆଇନ ଭାବେ ନିଶା ବଟିକା ବିକୁଥିବା ଅଭିଯୋଗରେ ଗିରଫ କରିଛି। ପେଟ୍ରୋଲିଂ ସମୟରେ ବସନ୍ତ ଆଲପ୍ରାଜୋଲାମ ମିଶ୍ରିତ ଆଲଜୋଲମ – ୦.୫ ବଟିକା ବିକୁଥିବା ବେଳେ ପୋଲିସ ସନ୍ଦେହରେ ପଚରା ଉଚୁରା ଆରମ୍ଭ କରିଥିଲା। ନିଶା ପାଇଁ ଯୁବକ ମାନଙ୍କୁ ବସନ୍ତ ବିକ୍ରୀ କରୁଥିବା ବେଳେ ତାକୁ ପୋଲିସ ଗୁରୁବାର ଏନଡିପିଏସ ଆଇନରେ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମନ୍ତ ବାରିକ। ସେହିପରି ପ୍ରୋକ୍ସିବନ ତଥା ଟ୍ରାଇକା-୪୦ ପରି ବିଭିନ୍ନ ଔଷଧ ବିକ୍ରି ହେବାରେ ଲାଗିଛି।
ଏପରିକି ପୂର୍ବରୁ ମଧ୍ୟ ବସନ୍ତ ଗର୍ଭବତୀ ମହିଳା ମାନଙ୍କୁ ଓ ବ୍ଲଡ଼ ପ୍ରେସର,ହାର୍ଟ ରେ ଆକ୍ରାନ୍ତ ଙ୍କୁ ଦିଆଯାଉଥିବା  ଔଷଧ ନିଶା ଭାବେ ବ୍ୟବହାର କରିବା ପାଇଁ ବିକ୍ରୀ କରାଯାଉଛି । ବଲାଙ୍ଗୀର ଥାନା ଅଧିକାରୀ ଙ୍କ ସୂଚନା ଅନୁଯାୟୀ ବସନ୍ତ ଠାରୁ ପୋଲିସ ୨୦ଷ୍ଟ୍ରିପ ଆଲପ୍ରାଜୋଲାମ ରହିତ ଆଲଜୋଲାମ ଔଷଧ ଜବତ କରିଛି । ଜିଲ୍ଲାର ଏହି ସିନ୍ଧେକେଲା କୁ କେନ୍ଦ୍ରବିନ୍ଦୁ କରିଥିବା ଏହି ଅସାଧୁ ବ୍ୟବସାୟୀ ଓ କଟକ ରୁ ପଠାଯାଉଥିବା ଏହି ସିରଫ ର ପ୍ରକୃତ ଚେର କେଉଁଠି ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ବିଭିନ୍ନ ମହଲରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026

You Might Also Like