-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||     

HOME   ରାଜ୍ୟ

ପୁରୀର ପରିଚୟ’ ବିବାଦରେ ଫସିଲେ ଲେଖାଶ୍ରୀ : କଳାପାହାଡର ଭଉଣୀ ଆଖ୍ୟା ଦେଲେ ଅରୁପ, କଂଗ୍ରେସ ଦେଲା ଏତଲା!!

17-Nov-2020



Puri, (ପ୍ରେରଣା ଖବର) ପୁରୀ ଏବଂ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂପର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟ । ପୁରୀ କୁଆଡେ ଜଣେ କେନ୍ଦ୍ରୀୟ ବିଜେପି ନେତାଙ୍କ ଲାଗି ଓଡିଶାରେ ବୋଲି ଜଣାପଡିଲା । ଲେଖାଶ୍ରୀଙ୍କ ଏପରି ବିବାଦୀୟ ମନ୍ତବ୍ୟର ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ବିଜେପି ନେତ୍ରୀଙ୍କୁ ଏପରି ମନ୍ତବ୍ୟ ପାଇଁ ଘେରିଛି ବିଜେଡି । ସେପଟେ କଂଗ୍ରେସ ମଧ୍ୟ ବିଜେପି ନେତ୍ରୀଙ୍କୁ ଛାଡିନି । ଏହାପରେ କଥା ଢୋକି ଲେଖାଶ୍ରୀ ସଫେଇ ଦେଇଥିଲେ ବି ଏତେ ଶୀଘ୍ର ବିବାଦ ଯେ ଥମିବ, ତାହା ମନେହେଉନି!!
ଘଟଣାଟି ହେଲା, ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ୍ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଲୋକେ ପୂର୍ବରୁ ଜାଣିଥିଲେ । ଲେଖାଶ୍ରୀଙ୍କ ଏପରି ଅଦ୍ଭୁତ ବୟାନ ତାଙ୍କୁ ବିବାଦକୁ ଟାଣିଛି!! ବିଜେଡି ନେତା ଅରୁପ ପଟ୍ଟନାୟକ ବେସ୍ କଡା କରି ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ ଶୁଣାଇଛନ୍ତି । ଲେଖାଶ୍ରୀଙ୍କୁ ଜଣେ ଭଦ୍ର ମହିଳା ଆଖ୍ୟା ଦେଇ ଅରୁପ ପଟ୍ଟନାୟକ କହିଛନ୍ତି, ଶ୍ରୀ ଜଗନ୍ନାଥ ଓଡିଶାର ପରିଚୟ  ହୋଇଥିବା ବେଳେ ଏହି ଭଦ୍ର ମହିଳା ଅଦ୍ଭୁତ ବୟାନ ଦେଇଛନ୍ତି । ସେ କଳାପାହାଡ଼ଙ୍କ ଭଉଣୀଙ୍କ ଭଳି କଥା କହୁଛନ୍ତି । ଅରୁପ ଆହୁରି କହିଛନ୍ତି, ଜଷ୍ଟିସ୍ କାଟଜୁ, ଅଭିଜିତ ଆୟାରଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଲେଖାଶ୍ରୀ । ଜାତୀୟ ଦଳ ଭାବେ ବିଜେପି ଏହାକୁ ସହ୍ୟ କରିବା ଉଚିତ୍ ନୁହେଁ ବୋଲି କହି ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଅରୁପ!!ସେହିପରି ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସାରା ବିଶ୍ବର ନାଥ ଜଗନ୍ନାଥ  ଏବଂ ସେ ଓଡିଆଙ୍କ ଆରାଧ୍ୟ । ତେବେ ଶ୍ରୀଜଗନ୍ନାଥଙ୍କ ସହ ସମ୍ବିତ ପାତ୍ରଙ୍କୁ ଯୋଡ଼ିବା ହୀନ କଥା । ସେହିପରି ପୁରୀ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଟାଉନ ଥାନାରେ ଲେଖାଶ୍ରୀଙ୍କ ବିରୋଧରେ ତାଙ୍କ ବୟାନକୁ ନେଇ ଏତଲା ଦିଆଯାଇଛି । ତେବେ ବିଜେପି ନେତା ପ୍ରଦୀପ ପୁରୋହିତ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଲେଖାଶ୍ରୀ କ’ଣ କହିଛନ୍ତି ତାହା ସ୍ପଷ୍ଟ ହୋଇନି । ଯଦି ସେ ଏମିତି କହିଥାନ୍ତି ତେବେ ସେ ଦୁଃଖ ପ୍ରକାଶ କରିବା ଉଚିତ୍!! ଏପଟେ ନିଜ ବକ୍ତବ୍ୟକୁ ନେଇ ବିବାଦ ଉପୁଜିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲେଖାଶ୍ରୀ । ଟ୍ବିଟ୍ କରି ସେ ଉଲ୍ଲେଖ କରିଛନ୍ତି, ଓଡିଆ ସଂସ୍କୃତି, ପରମ୍ପରା କ୍ଷୁର୍ଣ୍ଣ ପାଇଁ ଷଡଯନ୍ତ୍ର ଚାଲିଛି । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଓ ଦଳ ଷଡଯନ୍ତ୍ର କରୁଛନ୍ତି । କୋଭିଡ୍ କଟକଣାରେ ଦେଶବ୍ୟାପୀ ମନ୍ଦିର ଖୋଲିଲାଣି ।କୋଭିଡ୍ ବାହାନା ଦେଖାଇ ସରକାର ଶ୍ରୀମନ୍ଦିର ଖୋଲୁ ନାହାନ୍ତି । କାହିଁକି ପୁରୀ ମନ୍ଦିର ଖୋଲୁନି ତାହା ସ୍ପଷ୍ଟ ହେବା ଦରକାର ବୋଲି ସେ ଲେଖିଛନ୍ତି । ରଥଯାତ୍ରା ବନ୍ଦ ପାଇଁ ଷଡଯନ୍ତ୍ର ହୋଇଥିଲା । ପ୍ରଭୁ ନିଜେ ନିଜ ରଥ ଯାତ୍ରା କଲେ । ଏବେ ପ୍ରଭୁ ନିଜେ ମନ୍ଦିର ଖୋଲାଇବେ ବୋଲି ଲେଖାଶ୍ରୀ ଲେଖିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ଭିଡଓକୁ ପୁରା ନଦେଖି ଗୋଟିଏ ଲାଇନ୍ କୁ ନେଇ ବିବାଦ କରାଯାଉଛି!!


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026

You Might Also Like