-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||     

HOME   ଜିଲ୍ଲା

ମରୁଡ଼ି ଓ ଦାଦନ ଶ୍ରମିକ ସମସ୍ୟା ର ସମାଧାନ କରିବ ଲୋୟର ସୁକତେଲ ଜଳ ପ୍ରକଳ୍ପ

15-Nov-2020



ବଲାଙ୍ଗୀର,(ପ୍ରେରଣା ଖବର) - ବଲାଙ୍ଗୀର ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା  ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଗତ ୨ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ହୋଇ ପଡିରହିଛି । ଇତି ମଧ୍ୟରେ ନିର୍ମାଣ କାମ ପୁଣି ଆରମ୍ଭ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସରକାରଙ୍କ ନିଷ୍ପତ୍ତିକୁ ବିସ୍ଥାପତିମାନେ ପୁଣି ବିରୋଧ କରିଛନ୍ତି । ପୂର୍ବରୁ ବୁଡି ଅଂଚଳର କେତେକ ଅଂଚଳର ଗ୍ରାମବାସୀ ୧୯୯୪ ମସିହା ଆଇନ ଅନୁଯାୟୀ କ୍ଷତିପୂରଣ ପାଇଥିବା ବେଳେ ଏବେ ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ଦେବା ପାଇଁ ନୁତନ ପ୍ରସ୍ତାବ ରହିଛି । ତେଣୁ ଗୋଟିଏ ପ୍ରକଳ୍ପରେ ସର୍ବତ୍ର ଗୋଟିଏ ଆଇନ ଲାଗୁ କରାଯାଇ, ୨୦୧୩ ଆଇନ ଅନୁସାରେ ଏକକାଳୀନ ବିସ୍ଥାପିତମାନଙ୍କୁ ସମସ୍ତ ପ୍ରକାର କ୍ଷତିପୂରଣ ପ୍ରଦାନ କଲା ପରେ ଯାଇ କାମ ଆରମ୍ଭ ହୋଇପାରିବ ବୋଲି ବୁଡି ଅଂଚଳ ଅଗ୍ରଗାମୀ ସଂଘ ତରଫରୁ ବଲାଙ୍ଗିର ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସଂଘର ସଭାପତି ଉପେନ୍ଦ୍ର ସାହୁ କହିଛନ୍ତି ଯେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସମସ୍ତ ଗ୍ରାମର ବିସ୍ଥାପିତଙ୍କୁ ଗୋଟାଏ ପ୍ରକଳ୍ପ ଓ ଗୋଟାଏ ଆଇନ ଅନୁସାରେ ୨୦୧୩ ନୂଆ ଆଇନ ଅନୁଯାୟୀ ବର୍ତ୍ତମାନ ବଜାର ଦରରେ ଘର, ଗଛ, କୂଅ, ଜମି ଇତ୍ୟାଦିର ଏକକାଳୀନ କ୍ଷତିପୂରଣ ପ୍ରଦାନ କରାଯାଉ । ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ପୁଅ ଓ ଝିଅଙ୍କ ସର୍ଭେ କରି ଏକକାଳୀନ ଥଇଥାନ ରାଶି ପ୍ରଦାନ କରାଯାଉ । ଜମିହୀନ ବିସ୍ଥାପତି ପରିବାରଙ୍କୁ ଚିହ୍ନଟ କରି ତାଙ୍କୁ ପାତର ଅନ୍ତର ନ କରି ବିସ୍ଥାପିତଙ୍କ ସହିତ ସମାନ ହିସାବରେ ଥଇଥାନ ରାଶି ପ୍ରଦାନ କରାଯାଉ । ଯେଉଁ ବିସ୍ଥାପିତ ଙ୍କୁ ସରକାରଙ୍କ ଥଇଥାନ କଲୋନୀରେ ଘରଡିହ ମିଳିନାହିଁ ଏବଂ ଯେଉଁମାନେ ଘରଡିହ ସହାୟତା ରାଶି ବଦଳରେ ଘରଡିହ ଚାହୁଁଛନ୍ତି ସେମାନଙ୍କୁ ଘରଡିହ ପ୍ରଦାନ କରାଯାଉ । ବିଭିନ୍ନ ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ ବିସ୍ଥାପିତଙ୍କ ତାଲିକା ମଂଜୁର ପାଇଁ ଜଳସେଚନ ବିଭାଗ ପୁର୍ନବାସ ଓ ଥଇଥାନ ନିର୍ଦ୍ଦେଶକଙ୍କ ପାଖକୁ ୨ ବର୍ଷରୁ ଉର୍ଦ୍ଧ୍ବ ହେବାକୁ ଯାଇଛି, ତାହା ମଞ୍ଜୁର କରି ପ୍ରଦାନ କରାଯାଉ,ବିସ୍ଥାପିତଙ୍କ ନାମରେ ରୁଜୁ 

ହୋଇଥିବା ବିଭିନ୍ନ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ, ଆର ପି ଡି ଏ ସି ରେ ନୂତନ ସଭ୍ୟଙ୍କୁ ନିଆଯାଉ ଓ ପ୍ରତି ତିନି ମାସରେ ବୈଠକ ଥରେ ବସୁ,ଦୀର୍ଘ ୨୦ ବର୍ଷ ହେବ ବିସ୍ଥାପିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜାନରୁ ବଂଚିତ କରାଯାଇଛି । ସେହିପରି ନୂତନ ଜାଗାରେ ଥଇଥାନ ହୋଇଥିବା ବିସ୍ଥାପିତଙ୍କୁ ଏହି ଯୋଜନାରେ ସାମିଲ କରାଯାଉ, ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ ଓ ବିଭିନ୍ନ ଜମି ବିବାଦୀୟ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଏକ ବିଚାରପତି କାର୍ଯ୍ୟାଳୟ ସ୍ଥାପନ କରାଯାଉ,ଏବଂ ଆଂଶିକ କ୍ଷତିଗ୍ରସ୍ତ ଗ୍ରାମକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଗ୍ରାମ ଭାବେ ଘୋଷଣା କରାଯାଉ । ଗୋଟାଏ ଗ୍ରାମର ସମସ୍ତଙ୍କୁ କ୍ଷତିପୂରଣ ଓ ଥଇଥାନା ରାଶି ଏକକାଳୀନ ପ୍ରଦାନ କରାଯିବା ପରେ ଅନ୍ୟ ଗ୍ରାମରେ କ୍ଷତିପୂରଣ ଓ ଥଇଥାନ ରାଶି ପ୍ରଦାନ କରାଯାଉ । ଫଳରେ ବିସ୍ଥାପତିମାନେ ଉଚିତ ଭାବେ କ୍ଷତିପୂରଣ ପାଇ ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହା ସହିତ ଏହି ମର୍ମରେ ଏକ ୧୧ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ରାଜପୁତ, ମଳୟ ମେହେର, ଉାମାକାନ୍ତ ଖୁଆସ, ଲଳିତ ଗଡତିୟା, ରାଜକୁମାର ପ୍ରଧାନ, ସୁବଳ ପଟେଲ, ଅର୍ଜୁନ ବେହେରା, ଧୀରେନ୍ଦ୍ର ନାଗ ଓ ବିଶ୍ୱାମିତ୍ର ପଢିଆରି ପ୍ରମୁଖ ଉପସ୍ଥିତ ଥିଲେ । ଦାଦନ ପ୍ରରୁଡ଼ି ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ପ୍ରକଳ୍ପ ନିର୍ମାଣ ହେଲେ ଦାଦନ ଶ୍ରମିକ ଚାଲାଣ ଓ ମରୁଡି ରୁ ଜିଲ୍ଲା ମୁକୁଳି ପାରିବ ବୋଲି ଏହି ପ୍ରକଳ୍ପ ଲାଇଫ ଲାଇନ ପାଲଟିବ ବୋଲି ବୁଦ୍ଧିଜୀବୀ ମହଲରେ ଶୀଘ୍ର ନିର୍ମାଣ ଦାବି ପ୍ରକାଶ ପାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026

You Might Also Like