-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ଜିଲ୍ଲା

ଆଜି ମନେ ପଡନ୍ତି ଆାଦିବାସୀ ନେତା ବିର୍ସାମୁଣ୍ଡା

15-Nov-2020




*ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ମୁଣ୍ତା ସ˚ପ୍ରଦାୟର ଲୋକଙ୍କୁ ଶୋଷଣ-ଅତ୍ୟାଚାରରୁ ରକ୍ଷାକରିବା ପାଇଁ ଇ˚ରେଜ ସରକାର ବିରୋଧରେ ଲଢ଼ିଥିଲେ ବିରସା ମୁଣ୍ତା। ଏକ ଅବହେଳିତ ସ˚ପ୍ରଦାୟର ନେତୃତ୍ବ ନେଇ ସେ ପାଲଟିଯାଇଥିଲେ ଭଗବାନ୍‌। ମହାତ୍ମା ଗାନ୍ଧୀଙ୍କ ଭାରତ ଆଗମନର ବହୁ ପୂର୍ବରୁ ଅହି˚ସା ମାଧ୍ୟମରେ ଅନ୍ୟାୟ-ଅତ୍ୟାଚାର ବିରୋଧରେ ଲଢ଼ି, ଅପୂର୍ବ ସାହସର ପରିଚୟ ଦେଇଥିଲେ ବିରସା। ବ୍ରିଟିସ୍‌ ସରକାର, ଜମିଦାର, କିରସ୍ତାନ ଧର୍ମଯାଜକ, ଠିକାଦାର, ସାହୁକାର- ଏ ସମସ୍ତଙ୍କ କବଳରୁ ସରଳ-ନିରୀହ ମୁଣ୍ତାମାନଙ୍କୁ ରକ୍ଷା କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ। ଏଥି ସହ ସେ ଥିଲେ ମହାନ୍‌ ଧର୍ମପ୍ରଚାରକ। ସେ ଅନ୍ଧ-ବିଶ୍ବାସ ଓ କୁ-ସ˚ସ୍କାରକୁ ଆଦୌ ପ୍ରଶ୍ରୟ ଦେଉ ନ ଥିଲେ। ଉଭୟ ହିନ୍ଦୁ ଓ କିରସ୍ତାନ ଧର୍ମର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ତେବେ, ସେ ନିଜର ଧର୍ମ ସୃଷ୍ଟି କରିଥିଲେ, ଯାହା ଥିଲା ସରଳ ଏବ˚ ସମସ୍ତଙ୍କ ପାଇଁ ଗ୍ରହଣୀୟ। ଊନବି˚ଶ ଶତାବ୍ଦୀର ଶେଷ ଆଡ଼କୁ ସେ ଚଳନ୍ତି ଭଗବାନ୍‌ରେ ପରିଣତ ହୋଇଥିଲେ। ମୁଣ୍ତା ସ˚ପ୍ରଦାୟର ଲୋକେ ତାଙ୍କୁ ଡାକୁଥିଲେ ‘ଧରତ ଆବା’। ରୋଗ ଭଲକରିବାର ଅଲୌକିକ ଶକ୍ତି ତାଙ୍କଠାରେ ଥିଲା। ସେ ଏପରିକି ବସନ୍ତ ଭୋଗୁଥିବା ରୋଗୀକୁ ମଧ୍ୟ ଭଲକରିପାରୁଥିଲେ। ରୋଗ, ଅନ୍ୟାୟ, ଅବିଚାର ଦୂର କରିବା ପାଇଁ ତାଙ୍କର ଜନ୍ମ ବୋଲି ବିରସା ବିଶ୍ବାସ କରୁଥିଲେ। ବହୁ ଦେବତାଙ୍କୁ ନ ପୂଜି କେବଳ ଜଣେ ଦେବତା ‘ସିଙ୍ଗବୋଙ୍ଗା’ଙ୍କୁ ପୂଜା କରିବାକୁ ସେ ଉପଦେଶ ଦେଉଥିଲେ।* 

*ବିରସାଙ୍କ ଜନ୍ମ ସ୍ଥାନକୁ ନେଇ ମତଭେଦ ରହିଛି। ଏକ ମତ ଅନୁଯାୟୀ ୧୮୭୫ ନଭେମ୍ବର‌୍‌ ୧୫ରେ ସୁନ୍ଦରଗଡ଼ ଅନ୍ତର୍ଗତ ଉଲିହାଟୁରେ ସେ ଜନ୍ମ ହୋଇଥିଲେ। ସେ ଥିଲେ ସୁଗନା ଓ କରମୀ ମୁଣ୍ତାଙ୍କ ଚତୁର୍ଥ ସନ୍ତାନ। ଅଭାବ-ଅନଟନ ମଧ୍ୟରେ ତାଙ୍କ ବାଲ୍ୟ ଜୀବନ ଅତିବାହିତ ହୋଇଥିଲା। ୧୮୯୫ରେ ଦୁର୍ଭିକ୍ଷ ପଡ଼ିବ ବୋଲି ବିରସା ଭବିଷ୍ୟଦ୍‌ବାଣୀ କରିଥିଲେ। ତାଙ୍କ କଥା ସତ ହେବାରୁ, ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କଠାରେ ବହୁ ଅଲୌକିକ ଗୁଣ ଦେଖିବାକୁ ମିଳିଥିଲା। ହଇଜା ଆକ୍ରାନ୍ତଙ୍କୁ ସେ ଛୁଇଁଦେଲେ, ସେମାନେ ଭଲହୋଇଯାଉଥିଲେ। ସେ ଶିକ୍ଷିତ ଥିଲେ। ବଳିପ୍ରଥା ବିରୋଧୀ ଥିଲେ। ଗୋ-ହତ୍ୟା ନ କରି ଗୋ-ପୂଜା କରିବାକୁ କହୁଥିଲେ। ସ୍ବଧର୍ମର ପ୍ରଚାର ପାଇଁ ନିୟମିତ ଧର୍ମ ସଭା ବସାଉଥିଲେ। ଖୋଳ-କରତାଳ ଆଦି ବାଦ୍ୟ ଯନ୍ତ୍ର ବାଦନ ସହ ପ୍ରାର୍ଥନା ବୋଲାଯାଉଥିଲା। ସେ ନିଜେ ବହୁ ଭକ୍ତି ସ˚ଗୀତ ରଚନା କରିଯାଇଛନ୍ତି। ବୈଷ୍ଣବମାନଙ୍କ ଭଳି ନୃତ୍ୟ କରୁଥିଲେ। ଆମିଷ ଭୋଜନ ଓ ସୁରା ପାନକୁ ବାରଣ କରୁଥିଲେ। ସରଳ ଓ ପବିତ୍ର ଜୀବନଯାପନ, ତାଙ୍କ ପ୍ରଚାରିତ ଧର୍ମର ମୂଳ ଭିତ୍ତି ଥିଲା। ଘର ଆଗରେ ତୁଳସୀ ଗଛ ଲଗାଇବା ଏବ˚ ବ୍ରାହ୍ମଣମାନଙ୍କ ଭଳି ପଇତା ପକାଇବା ପାଇଁ ଉପଦେଶ ଦେଉଥିଲେ।* 

*ସେ ମୁଣ୍ତାମାନଙ୍କୁ ସେମାନଙ୍କ ଅଧିକାର ସ˚ପର୍କରେ ସଚେତନ କରାଇଥିଲେ। ପୁଣି, ମୁଣ୍ତା ରାଜ୍ୟ ଗଢ଼ିବା ପାଇଁ ଆହ୍ବାନ ଦେଇଥିଲେ। ତାଙ୍କ ନେତୃତ୍ବରେ ମୁଣ୍ତାମାନେ ଶକ୍ତିଶାଳୀ ହେବା ସହ ବ୍ରିଟିସ୍‌ ଶାସନ ବିରୋଧରେ ଯାଇଥିଲେ। କିରସ୍ତାନ ଧର୍ମଯାଜକମାନଙ୍କୁ ବିରୋଧ କରିଥିଲେ। ତାଙ୍କ ବାଣୀ ଅନେକଙ୍କୁ ଆକର୍ଷିତ କରିଥିଲା ଏବ˚ ଅନେକ ତାଙ୍କ ଅନୁଗାମୀ ହୋଇଥିଲେ। ସରକାରୀ ଅତ୍ୟାଚାର, ଶୋଷଣର ତୀବ୍ର ବିରୋଧ କରିବାକୁ ବିରସା କହିଥିଲେ। ନାନା ମିଥ୍ୟା ଅଭିଯୋଗରେ ତାଙ୍କୁ ବନ୍ଦୀ କରାଯାଇଥିଲା। ସେ କାରାଗାରରୁ ମୁକ୍ତ ହେବା ପରେ ‘ଉଲଗୁଲାନ’ ବା ‘ବିଦ୍ରୋହ’ ତୀବ୍ର ରୂପ ନେଇଥିଲା। ରକ୍ତମୁଖା ମୁଣ୍ତାଙ୍କ ହାତରେ ଏକାଧିକ ସରକାରୀ କର୍ମଚାରୀ ନିହତ ହୋଇଥିଲେ। ମୁଣ୍ତା ଓ କିରସ୍ତାନଙ୍କ ମଧ୍ୟରେ ଗୋଷ୍ଠୀ ସ˚ଘର୍ଷ ପାଇଁ ବିରସାଙ୍କୁ ଦାୟୀ କରାଯାଇଥିଲା। ସେ କୌଣସି ସମୟରେ କିରସ୍ତାନଙ୍କ ଉପରେ ଆକ୍ରମଣକୁ ଉତ୍ସାହିତ କରି ନ ଥିଲେ ହେଁ ପ୍ରଶାସନ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିବାରୁ, ସେ ବାଧ୍ୟ ହୋଇ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ବ୍ରିଟିସ୍‌ କର୍ମଚାରୀମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ତାଙ୍କୁ ଧରିବା ପାଇଁ ପାଞ୍ଚ ଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ପୁରସ୍କାର ଲୋଭରେ ତାଙ୍କୁ ଧରାପକାଇଥିଲେ ବନଗଁାର ଜମିଦାର ଜଗମୋହନ ସି˚ହ। ଜଣେ ବିଶ୍ବାସଘାତକ ମାଝି ତାମରିଆ ସାହାଯ୍ୟରେ ବିରସାଙ୍କୁ ଗିରଫ କରାଯାଇଥିଲା। ତେବେ, ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ମିଳି ନ ଥିଲା। ରାଁଚୀ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ବେଳେ ଅତ୍ୟନ୍ତ ରହସ୍ୟମୟ ଭାବେ ୧୯୦୦ ଜୁନ୍‌ ୯ରେ ତାଙ୍କର ପରଲୋକ ହୋଇଥିଲା। ହଇଜାରେ ତାଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କହାଯାଇଥିଲେ ହେଁ ଏହାକୁ ନେଇ ସ˚ଶୟ ରହିଛି। ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା କେହି କେହି ଗ୍ରହଣ କରନ୍ତି।*


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like