-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଖେଳ

ଆଇପିଏଲ ୨୦୨୧ : ଆଜି ସନରାଇଜର୍ସକୁ ଭେଟିବ କେକେଆର, ମୁହାଁମୁହିଁ ହେବେ ମୋର୍ଗାନ ଓ ଓ୍ୱାର୍ଣ୍ଣର

11-Apr-2021



ଚେନ୍ନାଇ,(ପ୍ରେରଣା ଖବର ବ୍ୟୁରୋ) : ଆଇପିଏଲ ୨୦୨୧ର ତୃତୀୟ ମ୍ୟାଚ୍‌ରେ ରବିବାର ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଇୟନ ମୋର୍ଗାନ ପ୍ରଥମ ଥର ପାଇଁ ଏକ ସମ୍ପୂର୍ଣ୍ଣ ଆଇପିଏଲ୍‌ ସିଜନରେ ଦଳର ନେତୃତ୍ୱ ନେବେ । ଅନ୍ୟ ପଟରେ ଡେଭିଡ୍‌ ୱାର୍ଣ୍ଣର ସନରାଇଜର୍ସ ଦଳର ମଙ୍ଗ ସମ୍ଭାଳିବେ ।

ରବିବାର ନାଇଟ୍‌ ରାଇଡର୍ସ ଅଧିନାୟକ ମୋର୍ଗାନ ଓ ସନରାଇଜର୍ସ କୋଚ୍‌ ଟ୍ରେଭର ବେଲିସ୍‌ଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତିକୁ ନେଇ ଅସଲ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । କାରଣ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ୨୦୧୯ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ବେଲିସ ଏହି ସମୟରେ ଦଳର କୋଚ୍‌ ଥିଲେ । କେବଳ ସେତିକି ନୁହେଁ, ବେଲିସ୍‌ ୨୦୧୨ରୁ ୨୦୧୫ ମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସ କୋଚ୍‌ ଥିଲେ । ଏହି ସମୟରେ ନାଇଟ ରାଇଡର୍ସ ୨ଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା ।

ସବୁଠୁ ସନ୍ତୁଳିତ ଦଳ କେକେଆର

ଚଳିତ ସିଜନରେ ନାଇଟ୍‌ ରାଇଡର୍ସ ସବୁଠୁ ସନ୍ତୁଳିତ ଦଳ ରୂପେ ଉଭା ହୋଇଛି । ଦଳରେ ଏକାଧିକ ଦକ୍ଷ ଓ ଅଭିଜ୍ଞ ଅଲରାଉଣ୍ଡର ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍‌ ଶୃଙ୍ଖଳିତ । ସୁନିଲ ନାରାଏନ୍‌ ଓ ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ନାଇଟ୍‌ ରାଇଡର୍ସ ବିଗତ ଦିନରେ ଅନେକ ମ୍ୟାଚ୍‌ ଜିତିଛି । ଏଥର ସାକିବ ଅଲ୍‌ ହାସନ ଦଳରେ ଯୋଗ ଦେଇଛନ୍ତି । ୨୦୧୨ ଓ ୨୦୧୪ରେ ନାଇଟ ରାଇଡର୍ସକୁ ଚାମ୍ପିଅନ୍‌ କରାଇବାରେ ସାକିବଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ପ୍ୟାଟ୍‌ କମିନ୍ସ ବୋଲିଂ ବିଭାଗ ସମ୍ଭାଳିବେ । ତାଙ୍କ ସହ ଶିବମ ମାଭି, କମଳେଶ ନାଗରକୋଟ୍ଟି ପେସ୍‌ ବିଭାଗରେ ରହିଛନ୍ତି । ସ୍ପିନ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ନାରାଏନଙ୍କ ସହ, କୁଲଦୀପ ଯାଦବ, ହରଭଜନ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଚର୍ଚ୍ଚିତ ସ୍ପିନର ଏହି ଦଳରେ ରହିଛନ୍ତି ।

ସନରାଇଜର୍ସ ବି କମ୍ ନୁହେଁ

ସନରାଇଜର୍ସର ବ୍ୟାଟିଂ ବିଭାଗ ସମ୍ପ୍ରତି ସବୁଠୁ ଦୁର୍ଦ୍ଦର୍ଷ କହିଲେ ଭୁଲ ହେବ ନାହିଁ । କେବଳ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଯେକୌଣସି ବିଶାଳ ସ୍କୋର୍‌ ପିଛା କରି ଦଳକୁ ଜିତାଇବାର କ୍ଷମତା ରଖିଛନ୍ତି । ‘ଆଇସ କୁଲ୍‌’ କେନ ୱିଲିୟମସନ୍‌, ମନୀଷ ପାଣ୍ଡେଙ୍କ ଭଳି ଅଭିଜ୍ଞ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଦଳରେ ଅଛନ୍ତି । ଭୁବନେଶ୍ୱର କୁମାର ଫିଟ୍‌ ହୋଇ ଫେରିବା ପରେ ଦଳର ବୋଲିଂ ବିଭାଗ ସନ୍ତୁଳିତ ହୋଇଛି । ରସିଦ ଖାନଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଲେଗ୍‌ ସ୍ପିନର ଏହି ଦଳରେ ରହିଛନ୍ତି । ତେଣୁ ଦଳର ସବୁ ବିଭାଗ ଦୃଢ ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like