-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||     

HOME   ଜିଲ୍ଲା

ନୂତନ ଶିକ୍ଷାନୀତି ୨୦୨୦ କୁ  ନେଇ କ୍ରାଏ କଲିକତା ଓ ପଲ୍ଲିଆଲୋକ ପାଠାଗାର ତରଫରୁ କର୍ମଶାଳା -ଭାରତକୁ ଜ୍ଞାନର ମହାଶକ୍ତିରେ ପରିଣତ କରିବ 

18-Mar-2021



ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର)- ଜ୍ଞାନର ମହା ଶକ୍ତି ହେବ ଦେଶ ଭାରତ । ୧୯୬୬ ମସିହାରେ ଭାରତର ଶିକ୍ଷା ନୀତିରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା । ୧୯୮୬ ରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ପୁଣି ଶିକ୍ଷାର  ଢ଼ାଞ୍ଚା ପରିବର୍ତ୍ତନ ହୋଇଥିଲା । ଏବେ ବୈଶ୍ୱି କରଣ ଉଦ୍ଦେଶ୍ୟରେ ଭାରତ ବର୍ଷର ଶିକ୍ଷା ନିତିରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ବର୍ଗ ସହିତ ଆଲୋଚନା କରି ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ଅଧିକାର ପାଇଁ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିଛନ୍ତି । ୨୦୨୦ରେ ଏହି ନୂତନ ଶିକ୍ଷା ନୀତି ଗ୍ରହଣ ହୋଇଛି । ମାତ୍ର ରାଜ୍ୟ ସ୍ତରରେ ଏହି ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ସ୍ଥାନୀୟତା ଭିତ୍ତିରେ ଅନେକ ମୁକ୍ତ ରାସ୍ତା ରହିଛି । ତେଣୁ ବିଶ୍ୱ ମହାମାରୀ କରୋନା ପରେ ଜୀବନ ଯେତେବେଳେ ସରଳ ହେବାକୁ ଆରମ୍ଭ କରିଛି ସେତେବେଳେ ଏହି ଶିକ୍ଷାନୀତି ସମ୍ପର୍କରେ ମୁକ୍ତ ଆଲୋଚନା ଓ ସ୍ଥାନୀୟ ସମସ୍ୟାକୁ ନେଇ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ସ୍ୱର ଉଠିଛି । ଶିକ୍ଷାନୀତି ୨୦୨୦ ସମ୍ପର୍କରେ ବିଭିନ୍ନ ବର୍ଗଙ୍କୁ ଅବଗତ କରି ଆଲୋଚନା ଆରମ୍ଭ କରିଛି ପଲ୍ଲି ଆଲୋକ ପାଠାଗାର, ନଅଗାଁ ବଲାଙ୍ଗିର । କ୍ରାଏ କଲିକତାର ସହଯୋଗରେ ଏକ ଦୁଇ ଦିନିଆ କର୍ମଶାଳା ଆଜି ଆରମ୍ଭ ହୋଇଛି ସାମ୍ବାଦିକ ଭବନଠାରେ । ଉଦ୍‌ଘାଟନି ଅଧିବେଶନରେ ସାମ୍ବାଦିକ ସନ୍ଦିପ କୁମାର କୁଅଁରଙ୍କ ପରିଚାଳନା କ୍ରମେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଳମଣୀ ମିଶ୍ର, ଏଫଏଚ୍‌ଡି ଇଣ୍ଡିଆର ବିଲହନ୍ ସାଗର, କ୍ରାଏର ସାଧନ କର୍ମୀ ନିରାକାର ବେହେରା ଓ ଅଜୟ ମଞ୍ଚାସିନ ହୋଇଥିଲେ । ପଲ୍ଲି ଆଲୋକ ପାଠାଗାରର ସମ୍ପାଦକ ପ୍ରସାନ୍ତ ନାଏକ ଶିକ୍ଷାର ମାନଦଣ୍ଡକୁ ସୁନିଶ୍ଚିତ କରିବାକୁ ଶିକ୍ଷାନୀତି ସମ୍ପର୍କରେ ସମସ୍ତଙ୍କର ସହଭାଗିତା ଉପରେ ଗୁରୁତ୍ୱାରୋପ କରି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାରତୀୟ ସମ୍ବିଧାନରେ ମୈଳିକ ଶିକ୍ଷା ଅଧିକାର ୬ ରୁ ୧୪ ବର୍ଷ ପାଇଁ ଥିବାରୁ ଏହାକୁ ୩ ରୁ ୧୮ ବର୍ଷ କରାଯିବା, ପୁସ୍ତକର ଭାଷାକୁ ବୁଝିବାକୁ ସ୍ଥାନୀୟ ଭାଷାର ବ୍ୟବହାର, ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଓ ଶିକ୍ଷାରେ ଅଧିକ ପାଣ୍ଠିର ବ୍ୟବସ୍ଥା

ଦ୍ୱାରା ହିଁ ନୂତନ ଶିକ୍ଷାନୀତି ୨୦୨୦ ସଫଳ ଭାବେ ଲାଗୁ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଉପସ୍ଥିତ ସଅଧିକାରରେ ହଭାଗୀ ମାନଙ୍କୁ ନେଇ ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନା କରାଯାଇଥିଲା ।   ଏହି କର୍ମଶାଳାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ସଦସ୍ୟା, କିଶୋରୀ ବାଳିକା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଶିକ୍ଷକ ଓ ବୁଦ୍ଧିଜୀବି ସହଭାଗୀଭାବରେ ଅଂଶ ଗ୍ରହଣ କରିଥିଲେ । ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନାକୁ ପରିଚାଳନା କରିଥିଲେ ହିରାଲାଲ ମିଶ୍ର, ଅଜୟ କୁମାର ବାଦୀ, ନିରାକାର ବେହେରା । ଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026

You Might Also Like