-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
କଟକ(ପ୍ରେରଣା ଖବର): ଓଡ଼ିଶା ନାରୀ ସେବା ସଂଘ ର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ସୁସ୍ଥ ସୁନ୍ଦର ପରିବାର ଗଠନ ନିମନ୍ତେ କଟକ ବିଡାନାସୀ ସ୍ଥିତ ତଂଳl ସାହି ବସ୍ତି ଅଞ୍ଚଳରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶିକ୍ଷାବିତ୍ ଲେଖିକା ଅନୁସୁୟl ମିଶ୍ର ଓ ଶିକ୍ଷାବିତ୍ ମାଧୁରୀ ମହାନ୍ତି ଯୋଗଦେଇ ପରିବାରରେ କିଭଳି ଶାନ୍ତି ଶ୍ରୁଖଳl ବଜାୟ ରହିବ ସେଥି ପ୍ରତି ମା ମାନେ ପ୍ରଥମେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। ସଙ୍ଘର ସମ୍ପାଦିକା ଆଭା କାନୁନଗୋ ଯୋଗ ଦେଇ କାର୍ଯକ୍ରମ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସଂଘର ସଂଗଠନ ସମ୍ପାଦିକା ମୀରା ବେଉରା ଆର୍ଥିକ ସ୍ତରରେ ମହିଳା ମାନେ ସ୍ବାବଲମ୍ବୀ ହେଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି, ସ୍ନେହଁ, ଶ୍ର ଦ୍ଧା , ତ୍ୟାଗ ଓ ଭଲପାଇବା ଦ୍ବାରା
କିପରି ସୁସ୍ଥ ସୁନ୍ଦର ପରିବାର ଗଢ଼ିପରିବେ ଏବଂ ନିଜ ସମସ୍ୟାକୁ ସମାଧାନ ପlଇଁ ସଚେତନ ହୋଇ ଆଗେଇ ଆସିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପରସ୍ପରର ଗୁଣ ଚିହ୍ନି ଉଭୟେ ଉଭୟଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ। ଏହି କାର୍ଯକ୍ରମ ଉପଲକ୍ଷେ ସଂଘ ପକ୍ଷରୁ ବସ୍ତିର ମହିଳା ମାନଙ୍କୁ ଛତା ବଣ୍ଟନ କରlଯାଇଥିଲା । ସଂଘର ସହ ସମ୍ପାଦିକା ଇନ୍ଦିରା ଆରୋରl ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯକ୍ରମକୁ ସାମାଜିକ କର୍ମୀ ଲକ୍ଷ୍ମୀ ସତପଥୀ, ଆଶା ଦିଦି ମିଲି ନାୟକ କାଉନସିଲର ସରୋଜିନୀ ଓଝା, ଅମ୍ବିକlରlଣି ପଲେଇ ଓ ସୂପର୍ଣ୍ଣl ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ପରିଶେଷରେ ସଙ୍ଘର କର୍ମକର୍ତା ମାନେ ମହିଳlମାନଙ୍କର ସମସ୍ୟା ପଚାରି ବୁଝିଥିଲେ।