-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ

09-Sep-2026



 

 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )- ସମ୍ବଲପୁର ଜିଲ୍ଲାର ବିକାଶ ଏବଂ ଜନସାଧାରଣଙ୍କ ମୌଳିକ ସୁବିଧା ସୁଯୋଗକୁ ଅଗ୍ରାଧିକାର ଦେବା ତଥା ସ୍ଥାନୀୟ ବିସ୍ଥାପିତ ଓ ପ୍ରଭାବିତ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଲକ୍ଷ୍ୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୃଥକ ଭାବେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି (DISHA) ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ରିହାବିଲିଟେସନ୍ ଆଡଭାଇଜରୀ କମିଟି (RPDAC) ବୈଠକ ଅନୁଷ୍ଠିତ ହୋଇଯାଇଛି। 

 

ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଶା ବୈଠକରେ ଜିଲ୍ଲାର ଜଳସେଚନ, ରେଳବାଇ, ଟେଲିକମ୍ୟୁନିକେସନ ଏବଂ ବିଦ୍ୟୁତ ଭିତ୍ତିଭୂମି ତଥା ଏହି ୪ଟି ପ୍ରମୁଖ ବିଭାଗର ପ୍ରକଳ୍ପଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ସେହିପରି ଆରପିଡିଏସି ବୈଠକରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ତଲାବିରା କୋଇଲା ଖଣି ଓ ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକଙ୍କ ଜମି ଅଧିଗ୍ରହଣ, ଉଚିତ୍ କ୍ଷତିପୂରଣ, ଥଇଥାନ, ନିଯୁକ୍ତି ଏବଂ ସିଏସଆର ଅନ୍ତର୍ଗତ ପାରିପାର୍ଶ୍ୱିକ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

 

ବୈଠକରେ ସମ୍ବଲପୁର ଜିଲ୍ଲାର ବର୍ତ୍ତମାନର ଜଳସେଚିତ ଜମିକୁ ଆଗାମୀ ଦିନରେ ବୃଦ୍ଧି କରିବା ପାଇଁ ‘ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ’ କରିବାକୁ ପରାମର୍ଶ ଦିଆଯାଇଛି । ନାକଟିଡେଉଳ, ରେଢ଼ାଖୋଲ, କୁଚିଣ୍ଡା, ବାମରା ଓ ଜମନକିରା ଭଳି ଅଫଲ୍ୟାଣ୍ଡ ଅଞ୍ଚଳଗୁଡ଼ିକରେ ‘ପିଏମ୍ କୁସୁମ’ ଯୋଜନାର ବ୍ୟାପକ ବିନିଯୋଗ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା, ମେଗା ଲିଫ୍ଟ ଇରିଗେସନ ଏବଂ କେନାଲ ଜୀର୍ଣ୍ଣୋଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସମ୍ବଲପୁର ମୂଳ ରେଳ ଷ୍ଟେସନକୁ ୩୫୦ କୋଟି ଟଙ୍କା ବ୍ୟୟରେ ନୂତନ ରୂପ ଦିଆଯାଉଥିବା ବେଳେ ହୀରାକୁଦ, ସମ୍ବଲପୁର ସିଟି, ରେଢ଼ାଖୋଲ ଓ ରେଙ୍ଗାଳି ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରାଯାଉଛି। ସମ୍ବଲପୁର ମ୍ୟୁନିସିପାଲ କୋର୍ପୋରେସନ ରେଳ ଲାଇନ୍‌ର ଦୁଇପଟେ ବିସ୍ତାରିତ ହୋଇଥିବାରୁ, ସହରବାସୀଙ୍କ ଯାତାୟାତ ସୁବିଧା ପାଇଁ ଆବଶ୍ୟକ ସ୍ଥାନଗୁଡ଼ିକରେ 'ଫୁଟ୍ ଓଭରବ୍ରିଜ୍' ନିର୍ମାଣର ଫିଜିବିଲିଟି ଯାଞ୍ଚ କରିବାକୁ ରେଳ ବିଭାଗ ଓ ପୌର ପ୍ରଶାସନକୁ ମିଳିତ ଦାୟିତ୍ୱ ଦିଆଯାଇଛି। 

 

ଜିଲ୍ଲାରେ ଶତପ୍ରତିଶତ ଡିଜିଟାଲ୍ ସଂଯୋଗୀକରଣ ପାଇଁ ବର୍ତ୍ତମାନ କାର୍ଯ୍ୟକ୍ଷମ ୨୦୨ଟି ଟାୱର ବ୍ୟତୀତ ଆହୁରି ପ୍ରାୟ ୨୫୦ଟି ନୂଆ ଟେଲିକମ୍ ଟାୱର ସ୍ଥାପନ ପ୍ରକ୍ରିୟାକୁ ଆଗେଇ ନିଆଯାଉଛି। ସବୁ ଗ୍ରାମପଞ୍ଚାୟତ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ହାଇସ୍କୁଲକୁ ବ୍ରୋଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍ ସହ ଯୋଡ଼ିବା ପାଇଁ ବିଏସଏନଏଲ ଓ ଟେଲିକମ୍ ବିଭାଗକୁ ଏକ ସ୍ୱତନ୍ତ୍ର 'ମାଷ୍ଟର ପ୍ଲାନ୍' ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ 'ପିଏମ୍ ସୂର୍ଯ୍ୟ ଘର' ଯୋଜନା ଅଧୀନରେ ଇତିମଧ୍ୟରେ ପାଖାପଖି ୬,୦୦୦ ଘରେ ସୋଲାର ସିଷ୍ଟମ୍ ଲଗାଯାଇଛି। ସୌର ଶକ୍ତିକୁ ଏକ ଜନଆନ୍ଦୋଳନରେ ପରିଣତ କରି ନୂତନ କଲେକ୍ଟରେଟ୍ ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବାସଗୃହରେ ସୋଲାରାଇଜେସନ ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି, ଯାହା ଦ୍ୱାରା ଲୋକଙ୍କ ବିଜୁଳି ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷିତ ରହିପାରିବ। ସମ୍ବଲପୁରର ବିକାଶ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରି ଶେଷ ଧାଡ଼ିର ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ସାଂସଦ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

 

ଆରପିଡିଏସି ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳର ଅଧିକାଂଶ ଏସସି, ଏସଟି, ଓବିସି ଓ ଗରିବ ପରିବାର ପୂର୍ବରୁ ହିରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଥରେ ବିସ୍ଥାପିତ ହୋଇସାରିଥିବା ବେଳେ ଏବେ ପୁଣିଥରେ ବିସ୍ଥାପନର ସାମ୍ନା କରୁଛନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଆମ ସରକାର ଓ ପ୍ରଶାସନ ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି । ସ୍ଥାନୀୟ ଆଞ୍ଚଳର ଯୁବକଯୁବତୀଙ୍କୁ ଦକ୍ଷ କରିବା ସହ ରୋଜଗାର, ସ୍ୱରୋଜଗାର ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଉକ୍ତ ବୈଠକରେ ଦିଆଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ଏନଏଲସିଆଇଏଲ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ଠାର ସହ ଗ୍ରହଣ କରି ସଠିକ୍ ଭାବେ କାର୍ଯ୍ୟକାରୀ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି । 

 

ଦିଶା ବୈଠକରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଜନପ୍ରତିନିଧିଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଆରପିଡିଏସି ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ରେଙ୍ଗାଲି ବିଧାୟକ ମଧ୍ୟ ସାମିଲ ଥିଲେ । 

***


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026

You Might Also Like