-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||     

HOME   ଜିଲ୍ଲା

ଛତୁ ଚାଷ ତାଲିମ ଶିବିରରେ ବିହନ ବଣ୍ଟନ

09-Sep-2026



ବରପାଲି (ସୁଦାମ ଦୀପ) ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଛତୁ ଚାଷ ପ୍ରତି ଆକୃଷ୍ଟ କରିବା ସହ ଏହାକୁ ଏକ ବିକଳ୍ପ ଆୟକାରୀ ଉଦ୍ୟମ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ୱିଦିବସୀୟ ଛତୁ ଚାଷ ତାଲିମ ଶିବିର ଶେଷ ହୋଇଛି। ଏହି ଅବସରରେ ତାଲିମ ନେଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ସହ ଛତୁ ବିହନ ବଣ୍ଟନ କରାଯାଇଥିଲା।ବରପାଲି ବ୍ଲକର ଚାରୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ତାଲିମ ଶିବିରରେ ଯୋଗଦେଇଥିଲେ। ତାଲିମ ସମୟରେ ପ୍ରଶିକ୍ଷାର୍ଥୀମାନଙ୍କୁ ପାଳ ଛତୁ, ଢ଼ୀଙ୍ଗରି ଛତୁ ଓ ବଟମ୍ ଛତୁ ଚାଷର ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ଦିଆଯାଇଥିଲା। ଛତୁ ଚାଷ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ କିପରି ନିଜ ଘର ନିକଟରେ ରହି ରୋଜଗାର ସୃଷ୍ଟି କରିପାରିବେ, ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।ସମାପନୀ କାର୍ଯ୍ୟକ୍ରମରେ ଧୀରୋଜ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କୃଷି ସୂଚନା ପରାମର୍ଶ କେନ୍ଦ୍ରର ଆବାହକ ଦିଲୀପ କୁମାର ମାଝୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିହାର କାନ୍ତ ଭୋଇ ଏବଂ ଭବେଶ କୁମାର ଦଳେଇ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭଟଲି ଯୋଗଦେଇଥିଲେ। ସେମାନେ ଉଦ୍ୟାନ କୃଷି ଅଧୀନରେ ଛତୁ ଚାଷର ବିଭିନ୍ନ ସୁଯୋଗ, ଏହାର ଆବଶ୍ୟକତା ଓ ଚାଷୀମାନେ ଏଥିରୁ କିପରି ଆର୍ଥିକ ଭାବେ ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ସହକାରୀ କୃଷି ଅଧିକାରୀ ଋତୁପର୍ଣ୍ଣା ତ୍ରିପାଠୀ ଏବଂ ସୁବଲ ପଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଶିକ୍ଷକ ଦିବ୍ୟ କିଶୋର ପଧାନ ତାଲିମ ଶିବିରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଛତୁ ଚାଷର ବିଭିନ୍ନ ବୈଷୟିକ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଛତୁ ଚାଷ ପାଇଁ ଉପଯୁକ୍ତ ପରିବେଶ ପ୍ରସ୍ତୁତି, ଆବଶ୍ୟକ ସାମଗ୍ରୀ, ବିହନ ବ୍ୟବହାର, ଚାଷ ପ୍ରଣାଳୀ, ଆର୍ଦ୍ରତା ଓ ତାପମାତ୍ରା ନିୟନ୍ତ୍ରଣ, ଛତୁର ଯତ୍ନ, ରୋଗପୋକ ନିୟନ୍ତ୍ରଣ, ଉତ୍ପାଦିତ ଛତୁର ସଠିକ୍ ସଂରକ୍ଷଣ ଏବଂ ବଜାରଜାତକରଣ ଆଦି ବିଷୟରେ ବିସ୍ତୃତ ତାଲିମ ଦିଆଯାଇଥିଲା।ତାଲିମରେ କେବଳ ତାତ୍ତ୍ୱିକ ଜ୍ଞାନ ନୁହେଁ, ପ୍ରଶିକ୍ଷାର୍ଥୀମାନଙ୍କୁ ବ୍ୟବହାରିକ ଭାବେ ଛତୁ ଚାଷର ବିଭିନ୍ନ ପର୍ଯ୍ୟାୟ ବୁଝାଇ ଦିଆଯାଇଥିଲା। ବିହନ ପ୍ରସ୍ତୁତିଠାରୁ ଆରମ୍ଭ କରି ଛତୁ ଉତ୍ପାଦନ ଓ ସଂରକ୍ଷଣ ପର୍ଯ୍ୟନ୍ତ କିପରି ସତର୍କତାର ସହ କାମ କରିବାକୁ ପଡ଼େ, ତାହାର ପ୍ରାୟୋଗିକ ଦିଗ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ଦେଖାଯାଇଥିଲା।
ବିଶେଷକରି ଛତୁ ଚାଷ ପାଇଁ ବହୁ ପରିମାଣର ଜମିର ଆବଶ୍ୟକତା ନଥିବା ଏବଂ ଅପେକ୍ଷାକୃତ କମ୍ ପୁଞ୍ଜିରେ ଏହା ଆରମ୍ଭ କରାଯାଇପାରୁଥିବାରୁ ଏହା ଛୋଟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ ଉପଯୋଗୀ ଆୟକାରୀ ଉଦ୍ୟମ ହୋଇପାରିବ ବୋଲି ଅଧିକାରୀମାନେ କହିଥିଲେ।  ଛତୁ ଚାଷକୁ କେବଳ ଏକ ଚାଷ ଭାବେ ନ ନେଇ ଏହାକୁ ଏକ କ୍ଷୁଦ୍ର ଉଦ୍ୟୋଗ ଭାବେ ବିକଶିତ କରିବା ପାଇଁ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆଗକୁ ଆସିବାକୁ ଅଧିକାରୀମାନେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମକୁ ବିଟିଏମ୍ ଶୁକଦେବ ମହାରଣା ପରିଚାଳନା କରିଥିଲେ। ମାନସ ରଞ୍ଜନ ପଧାନ, ଜଗଦିଶ ପାଣ୍ଡେ ଓ ଜଗଦାନନ୍ଦ ଦିଶ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026

You Might Also Like