-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
08-Sep-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗ୍ରୁପ୍-ଜି ର ଜୋନ ଫାଇନାଲ ରେ ଏଚଆରଡିଏ ଖଲିଆପାଲି ଓ ଏମଏମଏଏ ବାଦୀବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚ ରେ ଏମଏମଏଏ ବାଦୀବାହାଲ ଦଳ ଏଚଆରଡିଏ ଖଲିଆପାଲି ଦଳକୁ 04/02 ଗୋଲ ରେ ହରାଇ ବିଜୟୀ ହୋଇଥିଲା l ଏହି ମ୍ୟାଚ ରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସଭାପତି ଏ.ଏ. ଲୋଇସିଂହା ଶ୍ରୀ ଦିଲୀପ ବେହେରା, ସମ୍ପାଦକ ଏ. ଏ. ଲୋଇସିଂହା ଶିବ କୁମାର ଅଗ୍ରୱାଲ, ଷ୍ଟାଡିୟମ ଟ୍ରଷ୍ଟ ବୋର୍ଡ ସେକ୍ରେଟାରୀ ଶ୍ରୀମତୀ ସ୍ମିତାରାନୀ ମିଶ୍ର, ଷ୍ଟାଡିୟମ ଟ୍ରଷ୍ଟ ବୋର୍ଡ ମେମ୍ବର ବିଶ୍ଵନାଥ ଭୂୟାଁ, ମେମ୍ବର ବିଭୁତିଭୂଷଣ ସାହାଣୀ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ମ୍ୟାଚ ରେ ରେଫରୀ ଦାୟିତ୍ୱ ରେ ଥିଲେ ସନ୍ଦୀପ କୁମାର ତରିଆ, ଗୋପାଳ ଚନ୍ଦ୍ର ପଧାନ, ବିଜୟ କୁମାର ରଣା, କରୁଣାକର ପଧାନ ପ୍ରମୁଖ l ମ୍ୟାଚ କମିଶନର ଦାୟିତ୍ୱ ରେ ପ୍ରଦୀପ କୁମାର ବଗର୍ତି l ବିଜେତା ଦଳ ସୁପର ନକଆଉଟ ଷ୍ଟେଜ ବଲାଙ୍ଗୀର କୁ ଗଲେ l