-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
07-Sep-2026
ନର୍ଲା (ଚିନ୍ତାମଣି ନାଏକ ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (SBI) ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ ତରଫରୁ କଳାହାଣ୍ଡି ଜିଲ୍ଲାର ପେସିଫିକ ପବ୍ଲିକ ସ୍କୁଲ,ଓ ନର୍ଲା, ପି. ଏମ ଜବାହର ନବୋଦୟ ବିଦ୍ୟାଳୟ, ନର୍ଲା ଏବଂ ଅଗ୍ନିଶମ ବିଭାଗ, ନର୍ଲା କାର୍ଯ୍ୟାଳୟ ଗୁଡ଼ିକରେ ମୋଟ ୧୨୦୦ ସହ ବୃକ୍ଷ ରୋପଣ କରାଯାଇଥିଲା।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ,-ଶିକ୍ଷୟିତ୍ରୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଶାଖା ପରିଚାଳକ ଓଅନ୍ୟାନ୍ୟ ଅଧିକାରୀ କର୍ମଚାରୀମାନେ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।
ବିଦ୍ୟାଳୟ ପରିସରରେ ଫଳଦାୟକ, ଔଷଧୀୟ ତଥା ଛାୟାଦାୟୀ ବୃକ୍ଷ ଏବଂ ରାସ୍ତା କଡ଼ରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ଏହି ପଦକ୍ଷେପ ପରିବେଶ ସୁରକ୍ଷା ସହିତ ବିଦ୍ୟାଳୟ ପରିବେଶକୁ ସବୁଜ ଓ ସୁନ୍ଦର କରିବାରେ ସହାୟକ ହେବବୋଲି ମତ ପ୍ରକାଶ ପାଇଛି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ବୃକ୍ଷରୋପଣରଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ମୁକାବିଲା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ ସହିତ ରୋପିତ ବୃକ୍ଷଗୁଡ଼ିକର ଯତ୍ନ ନେବା ଆବଶ୍ୟକ। ବୃକ୍ଷ କେବଳ ପରିବେଶର ସନ୍ତୁଳନ ନୁହେଁ ବରଂ ଜୀବନ ରକ୍ଷା କରେ , ଏହା ଆମକୁ ଶୁଦ୍ଧ ବାୟୁ, ଛାୟା, ଫଳ ଓ ଅନ୍ୟାନ୍ୟ ଉପକାର ପ୍ରଦାନ କରିଥାଏ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରୋପିତ ବୃକ୍ଷଗୁଡ଼ିକର ନିୟମିତ ଯତ୍ନ ନେବା ସହିତ ନିଜ ଅଞ୍ଚଳରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ସଚେତନ କରିବାକୁ ସଂକଳ୍ପ ନେଇଥିଲେ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଏହି ପଦକ୍ଷେପକୁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧି ଜୀବି ଏହି କାର୍ଯ୍ୟ କୁ ସ୍ୱାଗତ କରିଥିଲେ। ଏଭଳି ପରିବେଶମୁଖୀ କାର୍ଯ୍ୟକ୍ରମ କୁ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ପରିଚାଳନା କରିଥିଲେ ଆଗାମୀ ଦିନରେ ମଧ୍ୟ ବୃକ୍ଷ ରୋପଣ ଜାରି ରଖିବା ପାଇଁ ଉପସ୍ଥିତ ସମସ୍ତ ବୃକ୍ଷ ପ୍ରେମୀ ଆଶା ପ୍ରକାଶ କରିଥିଲେ।