-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
04-Sep-2026
ଲୋଇସିଂହା, (ବିନୋଦ ଦୀପ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗୀର ର ମାନସିକ ଆନୁକୂଲ୍ୟରେ ଆଜି ଲୋଇସିଂହା କଲେଜ ରେ ଅଧ୍ୟକ୍ଷ ଦେବଦତ୍ତ ଗୁରୁ ଙ୍କ ସଭାପତିତ୍ୱ ରେ ଛାତ୍ରଛାତ୍ରୀ ଙ୍କ ପାଇଁ ମାନସିକ ଚାପ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀର ଜିଲ୍ଲା ସଦର ଡାକ୍ତରଖାନା ର ମାନସିକ ରୋଗ ବିଭାଗ ପକ୍ଷରୁ ମନୋବିଜ୍ଞାନୀ ପ୍ରିୟା ପ୍ରତୀକ୍ଷା ଧରୁଆ, ସାଇକ୍ରାଟିକ ସମାଜ କର୍ମୀ ଶ୍ରୀ ମଳୟ କୁମାର ନାଗ, ଶ୍ରୀ ଶିଵା କର୍ମୀ ଏବଂ ଅଧ୍ୟାପିକା ଶାନ୍ତିପ୍ରିୟା ହୋତା ମାନସିକ ଚାପ ସୃଷ୍ଟି ହେବାର କାରଣ, ପ୍ରକାର ଭେଦ ତଥା ନିରାକରଣ ସମ୍ପର୍କ ରେ ଆଲୋଚନା କରିଥିଲେ l ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ଜଗମୋହନ ଦର୍ଜୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ତମନ୍ନା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ l