-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍

13-Jul-2026



 ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର):  ଗତ ୧୦ତାରିଖ ରାତିରେ ସମଲେଇଚୁଆଁ ଗ୍ରାମର ସ୍ବରୁପ ପାଣ୍ଡେ (୨୭) ଓରଫ୍ ବବୁନ କୁ ଅତି ନିର୍ମମ ଭାବରେ ହତ୍ୟା କରି ପାଣ୍ଡିରିଡୁଙ୍ଗୁରି ବୁଦା ଭିତରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା। କିନ୍ତୁ ଡୁଙ୍ଗୁରିପାଲି ପୁଲିସର ଉଦ୍ୟମରେ ୨୪ ଘଂଟା ମଧ୍ୟରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ଡୁଙ୍ଗୁରିପାଲି ଥାନା ପରିସରରେ ସୁବର୍ଣ୍ଣପୁର ଏସ.ପି ନାରାୟଣ ନାୟକ ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହତ୍ୟାକାଣ୍ଡର ସବିଶେଷ ଘଟଣା ପ୍ରକାଶ କରିଛନ୍ତି। ସାଲେପାଲି-ଅଇଁଲାସାରୀ ରାସ୍ତା କଡରେ ଥ‌ିବା ପାଙ୍କେଲ ଗ୍ରାମକୁ ପାଣ୍ଡିରିଡୁଙ୍ଗୁରି ଧର୍ସା ରାସ୍ତା ରହିଛି। ଉକ୍ତ ରାସ୍ତା ବୁଦା ମଧ୍ୟରେ ଏକ ମୃତଦେହ ପଡିଥିବା ଓ ଏହା ସମଲେଇ ଚୁଆଁ ଲେଇଚୁଆ ଗ୍ରାମର ଅଷାଢୁ ପାଣ୍ଡେଙ୍କୁ ପୁଅ ସ୍ବରୂପ କୁମାର ପାଣ୍ଡେ ବୋଲି ଜାଣି ଜଣେ ଯୁବକ ଅଷାଢୁଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ଅଷାଢ଼ୁ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଚିହ୍ନି ପାରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଘଟଣାସ୍ଥଳରେ ପହଞ୍ଚି ସବ୍‌ଇନ୍ସପେକ୍ଟର ଆଶିଷ କୁମାର ଧଳ ଙ୍କୁ ଦାୟିତ୍ବ ଦେଇଥିଲେ। ପୂର୍ବରୁ କେତେକ ଯୁବକଙ୍କ ସହିତ ସ୍ବରୂପର ଶତୃତା ରହିଥିଲା। ସେମାନଙ୍କୁ ଆଣି ପଚରାଉଚୁରା ପରେ ସତକଥା ଜଣା ପଡିଥିଲା। ସ୍ୱରୁପ ସାଲେପାଲି ନିକଟରେ ଏକ କୁକୁଡା ଦୋକାନରେ ବସିଥିବା ବେଳେ ଏହି ୫ ଅଭିଯୁକ୍ତ ତାକୁ ଦେଖିଥିଲେ। ତାକୁ ରାସ୍ତାକୁ ଡାକି ଆଣି ସେଠାରେ ବାଡିରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ଗୋଟିଏ ବାଇକରେ ବସାଇ ପାଙ୍କେଲ ରାସ୍ତାର ପାଣ୍ଡିରିଡୁଙ୍ଗୁରିକୁ ନେଇ ସେଠାରେ ଖଣ୍ଡା ଓ ଛୁରୀରେ ଆକ୍ରମଣ କରିଥିଲେ। ମରିଯିବା ପରେ ସେଠାରେ ମୃତଦେହକୁ ପକାଇ ଦେଇ ଫେରାର ମାରିଥିଲେ। ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତ ପୁଲିସ ନିକଟରେ ଦୋଷ ସ୍ବୀକାର କରିଥିଲେ। ୫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହେଲେ ପାଙ୍କେଲ ଗ୍ରାମର ସେଲୁ ଆଡବାଙ୍କ ଙ୍କ ପୁଅ ଗିରି ଆଡବାଙ୍କ(୨୫) ଓ ଅନ୍ୟଜଣେ ଉକ୍ତ ଗ୍ରାମର ପ୍ରସାଦୀ ଆଡବାଙ୍କ ଙ୍କ ପୁଅ ଗୋପାଳ ଆଡବାଙ୍କ(୨୨), ଲଙ୍ଗଲକଟା ଗ୍ରାମର ଗ୍ରାମ  ରାଞ୍ଜି ମଲ୍ଲିକଙ୍କ ପୁଅ ତୁଷାର ମଲ୍ଲିକ(୨୩)। ତୁଷାର ମଲ୍ଲିକ ଘଟଣାରେ ମାଷ୍ଟରମାଇଣ୍ଡ୍ ବୋଲି ପୁଲିସ କହିଛି । ଉକ୍ତ ଘଟଣାରେ ସୋନପୁର ସନ୍ଧାନୀ କୁକୁର, ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ର ମଧ୍ୟ ସହଯୋଗ ନିଆଯାଇଥିଲା। ମୃତ ସ୍ବରୂପଙ୍କ ସହିତ ଏମାନଙ୍କ ପୂର୍ବ ଶତୃତା ରହିଥିଲା। ସ୍ବରୂପଙ୍କ ନାମରେ ଡୁଙ୍ଗୁରିପାଲି ଥାନାରେ ଆଗରୁ ଅଭିଯୋଗ ମଧ୍ୟ ରହିଛି । ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଓ ଆଖପାଖ ଗ୍ରାମର ବ୍ୟକ୍ତିଙ୍କ ହାତ ରହିଥ‌ିବା ଗତ ୧୨ ତାରିଖ ସମାଜରେ ଖବର ପ୍ରକାଶ ପାଇଥିଲା। ସତକୁ ସତ ଏଥିରେ ୨ ନାବାଳକ ବାଳକ ସମେତ ସମେତ ମୋଟ ୫ଜଣଙ୍କୁ ଗିରଫ କରିଥିବା ସମସ୍ତ ଅଭିଯୁକ୍ତ ୩/ ୪ କିଲୋମିଟର ଦୂର ଗ୍ରାମ ଗୁଡିକର ବୋଲି ଜଣାପଡିଛି । । ଡୁଙ୍ଗୁରିପାଲି ଥାନା କେସ ନଂ.୧୭୦/ ୨୬ରେ ମାମଲା ରୁଜୁ ହୋଇ ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ, ଉପଖଣ୍ଡ ପୁଲିସ ଅଧିକାରୀ କଲ୍ୟାଣୀ ବେହେରା ଉପସ୍ଥିତ ଥିଲେ । ଅଭିଯୁକ୍ତମାନଙ୍କଠାରୁ ୩ଟି ଠେଙ୍ଗା, ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ୫ ଟି ମୋବାଇଲ, ୨ଟି ବାଇକ ଜବତ କରାଯାଇ ଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like