-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
08-Jul-2026
ଲୋଇସିଂହା, (ବିନୋଦ ଦୀପ) ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଲୋଇସିଂହା ବ୍ଲକ୍ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଲୋଇସିଂହା ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସମେତ ରତାଖଣ୍ଡି ସରପଞ୍ଚ ହିମାଚଳ ମେହେର, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍କୁଲ୍ ପ୍ରତିନିଧି କୈଳାଶ ସାହୁ, ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ମହାରଣା ତଥା ଅନ୍ୟ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଫଳଗଛ ସମେତ ଅନ୍ୟାନ୍ୟ ୨୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇ ସମସ୍ତ ବୃକ୍ଷର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା l ଏହି ଅବସରରେ ବୃକ୍ଷ ରୋପଣ ଉପରେ ସ୍କାଉଟ୍ ମାଷ୍ଟର ଦିଲିପ୍ କୁମାର ମିଶ୍ର କବିତା ପାଠ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥଲେ l