-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
05-Jun-2026
ତରଭା(ପ୍ରେରଣା ଖବର): -ବିଶ୍ଵ ପରିବେଶ ଦିବସ-୨୦୨୬ ତରଭା ବ୍ଲକ ସଭା କକ୍ଷରେ ପାଳିତ ହୋଇ ଯାଇଛି। ଶୁକ୍ରବାର ଦିନ ୮ରେ ତରଭା ବ୍ଲକ ପ୍ରଶାସନ ଓ ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟରତ ଯୁବ ଅନୁଷ୍ଠାନ ପ୍ରୟାସ ମିଳିତ ଆନୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ 2026 ପାଳିତ ହୋଇଯାଇଛି। ଏହାର ମୁଖ୍ୟ ବିଷୟ ,ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଙ୍କ ତରଭା ବ୍ଲକ ନମିନି ଶ୍ରୀ ବିମଳକୁମାର ମିଶ୍ର ଯୋଗଦେଇ ପରିବେଶ ଓ ଜଙ୍ଗଲ, ଜମି ସୁରକ୍ଷା ଦେବା ପାଇଁ ଯୁବପିଢି ଙ୍କୁ ଆହ୍ବାନ ଦେଇ ଥିଲେ ।ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ଶିବାନନ୍ଦ କର୍ମୀ ଆଗାମୀ ପିଢ଼ି ପାଇଁ ନଜିର ପରିବେଶକୁ ସୁରକ୍ଷିତ କରିବା ପାଇଁ ଵୄକ୍ଷରୋପଣ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ ।ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୁବର୍ଣ୍ଣପୁର ଶ୍ରୀ କ୍ଷୀର ସାଗର ବିଭାର ,ପରିବେଶ ରେ ଦୈନ ଦିନ ବ୍ୟବହାର କରୁଥିବା ପ୍ଲାଷ୍ଟିକ ସଂଗ୍ରହ କରି ପରିବେଶକୁ ସୁରକ୍ଷା ଦେବା ସହ ଜୈବିକ ଖତ ବ୍ୟବହାର କରିବାପାଇଁ ମତ ପ୍ରକାଶ କରିଥିଲେ । ସଭା ପରିଚାଳନା ପ୍ରୟାସ ର ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ପଣ୍ଡା କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ଵାରା ସମଗ୍ର ଦେଶରେ ନୂତନ ନିୟମ ଅନୁଯାୟୀ କଠିନ ଵଜ୍ୟବସ୍ତୁ ପରିଚାଳନା ନିୟମ ଲାଗୁ
ହୋଇ ବିଷୟରେ ତଥା ଗ୍ରାମ ପଞ୍ଚୟତ/ ବ୍ଲକ୍ ବ୍ୟଵସାୟା ଅନୁଷ୍ଠାନ, ଅନ୍ୟାନ୍ୟ ସଂସ୍ଥା ଙ୍କୁ ସ୍ୱଚ୍ଛ ରଖିବା ପାଇଁ ଏହି ନିୟମ ମାନିବାକୁ ବିଭାଗୀୟ ଅଧିକାରୀ ଶ୍ରୀ ବାବୁଲୁ ମିଶ୍ର ସମସ୍ତଙ୍କୁ ସୂଚନା ଦେଇ ଥିଲେ । ଜଙ୍ଗଲକୁ ସୁରକ୍ଷା ଦେବା ସହ କିପରି ଦାୟିତ୍ୱ ନେଲେ ରକ୍ଷା କରିପାରିବ ,ଶ୍ରୀ ରାଜକିଶୋର ମେଣ୍ଡଲି ତାଙ୍କର ମତ ପ୍ରକାଶ କରିଥିଲେ । ଜୈବକ ଖତ ଓ କୃଷି ଉପରେ ବଲାଙ୍ଗୀର ଜିଲ୍ଲାର ଶ୍ରୀ ଚକ୍ରପାଣି ମିଶ୍ର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଅଧିକ ଅମଳ କରିବେ ତାହା ସେ ମତ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଉଷତ କୃଷକ ଉପ୍ତାଦକ୍ ସଂଗଠନ ମେମ୍ବର,ସମସ୍ତ ଚାଷୀ ଭାଇ ଭଉଣୀ, ସ୍ୱେଚ୍ଛା ସେବୀ, ଏମବିକେ ସି ଆରପି, ଆଇ ସି ଡ଼ି ସ୍ , ମେମ୍ବର କ୍ଲବ ମେମ୍ବର ସଭ୍ୟ , ସଭ୍ୟା ଯୋଗ ଦାନ କରି ଥିଲେ ।