-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||     

HOME   ରାଜ୍ୟ

ଓପିଜିସି ୟୁନିଟ୍ ୧ ଓ ୨ ଅଚଳ, ଉତ୍ପାଦନ ଠପ୍

08-Feb-2021



ଇବ୍‌ଥର୍ମାଲ (ପ୍ରେରଣା ଖବର) : ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ର ୟୁନିଟ୍‌ ୧ ଶନିବାର ଅଚଳ ହୋଇଯିବାପରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହୋଇଯାଇଛି। ବଏଲର୍ ଟ୍ୟୁବ୍‌ ଲିକ୍‌ ହେବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି। ସେପଟେ ୟୁନିଟ୍‌ ୨କୁ ବାର୍ଷିକ ମରାମତି ସକାଶେ ଜାନୁଆରି ୧୪ରୁ ବନ୍ଦ କରାଯାଇଛି। ଯଦିଓ ସେତେବେଳେ ଏହା ୨୦ ଦିନରେ କାର୍ଯ୍ୟକ୍ଷମ ହୋଇଯିବ ବୋଲି କୁହାଯାଇଥିଲା। ୟୁନିଟ୍‌ ୨କୁ କାର୍ଯ୍ୟକ୍ଷମ କରାଇବାକୁ ଆହୁରି ୧୦ ଦିନ ସମୟ ଅଧିକ ମଗାଯାଇ କାମ ଚାଲିଛି। ଫଳରେ ୪୨୦ ମେଗାଓ୍ବାଟ୍ ସଂପନ୍ନ ଉଭୟ ୟୁନିଟ୍‌ ଅଚଳ ହୋଇପଡିବାରୁ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇ ପଡ଼ିଛି। ୟୁନିଟଗୁଡ଼ିକ ବର୍ଷକରେ ଏକାଧିକ ଥର ଅଚଳ ହୋଇପଡିବାରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଥିଲା। ୟୁନିଟ ୧ ଅଚଳ ହୋଇ ପଡିଥିଲା ଓ ୟୁନିଟ ୨କୁ ବାର୍ଷିକ ମରାମତି ସକାଶେ ୨୧ ଦିନ ପାଇଁ ବନ୍ଦ କରାଯାଇଥିଲା। ଏବେ ଚାରି ମାସ ନପୂରୁଣୁ ୟୁନିଟ ୨କୁ ପୁଣି ବାର୍ଷିକ ମରାମତି ପାଇଁ ବନ୍ଦ କରାଯାଇଛି। ସମାନ ଭାବେ ଯଦି ଓପିଜିସି କର୍ତୃପକ୍ଷ ବଏଲର, ଟର୍ବାଇନ୍, ଜେନେରେଟର୍, ଟ୍ରାନ୍‌ସସଫର୍ମର୍ ତଥା ଅନ୍ୟାନ୍ୟ ଯନ୍ତ୍ରାଂଶର କାମ କରିଥିଲେ, ତା ହେଲେ ୟୁନିଟ ୨ର ବାର୍ଷିକ ମରାମତି ପୁଣି ଆବଶ୍ୟକ କାହିଁକି ପଡ଼ିଲା ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବାର୍ଷିକ ମରାମତି ବର୍ଷକ ପରେ ହେବା କଥା ୪/୫ ମାସରେ ନୁହଁ ବୋଲି ମତ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ଗତ ବର୍ଷ ୟୁନିଟ ୧ ତିନି ଥର ଓ ୨ ମଧ୍ୟ ତିନି ଥର ଅଚଳ ହୋଇଥିଲା। ସେତେବେଳେ କାରଣ ପଚାରିବାରୁ ପ୍ଲାଣ୍ଟ ପୁରୁଣା ହୋଇଗଲାଣି ବୋଲି କର୍ତୃପକ୍ଷ ଆଳ ଦେଖାଇ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଗୋଟିଏ ବର୍ଷର କଥା ନୁହେଁ ପ୍ରାୟ ବର୍ଷମାନଙ୍କରେ ୟୁନିଟ୍‌ଗୁଡ଼ିକ ଅନେକଥର ଅଚଳ ହେବା ଓ ଅଚଳର କାରଣ ପ୍ରାୟତଃ ବଏଲର ଟ୍ୟୁବ୍‌ରେ ଲିକେଜ୍ ହେବା ସାଧାରଣରେ ସନ୍ଦେହକୁ ଘନିଭୂତ କରୁଛି। ଉଚିତ ରକ୍ଷଣାବେକ୍ଷଣ କରାଗଲେ ହୁଏତ ପ୍ଲାଣ୍ଟ ଠିକ୍ ଚାଲିବା ସହ ସରକାରଙ୍କୁ ରାଜସ୍ବ କ୍ଷତି ସହିବାକୁ ପଡ଼ନ୍ତା ନାହିଁ ବୋଲି ମତ ପ୍ରକାଶ ପାଇଛି। ୟୁନିଟ୧କୁ ସଚଳ କରିବାକୁ କାମ ଲିଛି ଓ ଏହା ୭୨ ଘଣ୍ଟାରେ ଠିକ୍ ହୋଇଯିବ ବୋଲି ଆଶା ରଖାଯାଇଛି। ବିଦ୍ୟୁତ ଉତ୍ପାଦନ ୧ଓ୨ ୟୁନିଟ୍‌ରେ ବାଧାପ୍ରାପ୍ତ ହୋଇଥିଲେ ବି ଏବେ ୟୁନିଟ୍ ୪ ଭଲ ଚାଲିଛି। ପ୍ରାୟ ୬୦୦ ମେଗାଓ୍ବାଟ୍ ଉପରେ ଉତ୍ପାଦନ ହେଉଥିବାବେଳେ ୟୁନିଟ ୩ ରେ ମଧ୍ୟ ୪୦୦ ମେଗାଓ୍ବାଟ ଉତ୍ପାଦନ ହେଉଛି। ଏଣୁ ପୁରୁଣା ୟୁନିଟ ଦ୍ବୟ ଏବେ ପାଇଁ ଅଚଳ ଥିଲେ ହେଁ ୩ୟ ଓ୪ର୍ଥ ୟୁନିଟରୁ ହାରାହାରି ୧ହଜାର ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ଓ ବିତରଣରେ ଅସୁବିଧା ନଥିବା ଓପିଜିସି ଜନ ସଂପର୍କ ଅଧିକାରୀ ହିମାଂଶୁ ବେହେରାଙ୍କଠାରୁ ପ୍ରକାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026

You Might Also Like