-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

19-Apr-2026



ବଲାଙ୍ଗୀର(ପ୍ରେରଣା ଖବର): ଆଜି ଭାରତର ବିଭିନ୍ନ ସ୍ଥାନରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହେଉଛି । ଦୁଷ୍ଟଦଳନ ପାଇଁ ବିଷ୍ଣୁଙ୍କର ୬ଷ୍ଠ ଅବତାର ଭାବରେ ଅଜିର ଦିନରେ ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ସେହିକ୍ରମରେ ବଲାଙ୍ଗୀରରେ ବ୍ରାହ୍ମଣମହାସଭା ଓ ପର୍ଶୁରାମବାହିନୀର ମିଳିତ ପ୍ରୟାସରେ ଆୟୋଜିତ ଏକ ଭବ୍ୟକାର୍ଯ୍ୟକ୍ରମରେ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ପାଳନ ସହ ଏକ ସୁଦୃଶ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଆରଟିଓ ଅଫିସଛକରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ 

ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଅନଙ୍ଗଉଦୟ ସିଂଦେଓ, ବରେଣ୍ୟ ଅତିଥି ଭାବରେ ଦିବ୍ୟଜୀବନ ସଂଘର ଓଡିଶା ଅଧ୍ୟକ୍ଷ ସ୍ୱାମୀ ଶିବାଚିଦାନନ୍ଦ ସରସ୍ୱତୀ ମହାରାଜ, ସର୍ବଭାରତୀୟ ବ୍ରାହ୍ମଣ ଫେଡେରେସନର ସଭାପତି ପ୍ରଦୀପ ଯୋଷୀ, ଉପସଭାପତି ଲୋକେନ୍ଦ୍ର ଶର୍ମା, ଅଲଓଡିଶା ବ୍ରାହ୍ମଣ ମହାସଭାର ସଭାପତି ମହନ୍ତ ପର୍ଶୁରାମ ଦାସମହାରାଜ, ବ୍ରହ୍ମଚାରୀ ହରିଚରଣ ଦାସମହାରାଜ,ପର୍ଶୁରାମ ବାହିନୀର ରାଜ୍ୟସଭାପତି ଧିରେନ୍ଦ୍ର ନନ୍ଦ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗୀର ଜିଲ୍ଲାର ବ୍ରାହ୍ମଣମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରୀପାଠୀ, ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ୧୫ ଫୁଟ ଉଚ୍ଚତାର ପ୍ରାୟ ୧୫୦୦ କେଜିର ଧାତବପଦାର୍ଥରେ ନିର୍ମିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ଅତିଥିଗଣ ତାଙ୍କର ମହାନକାମକୁ ସ୍ମରଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ଅବତାରୀପୁରୁଷ ଭଗବାନ ପର୍ଶୁରାମ ଅନ୍ୟାୟରେ ଲିପ୍ତଥିବା ଶାସକଗଣଙ୍କୁ ଶସ୍ତ୍ର ଉଠାଇ ଶାସ୍ତି ଦେଇ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ । ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ ବକ୍ତବ୍ୟରେ ଦୀର୍ଘ ୨ବର୍ଷ ହେଲା ବ୍ରାହ୍ମଣ ମହାସଭା ପକ୍ଷରୁ ରଖାଯାଇଥିବା ଦାବିକୁ ଆଜି ପୂରଣ କରାଯାଇଛି । ଭଗବାନଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଆରଟିଓଛକକୁ ଏଣିକି ପର୍ଶୁରାମ ଛକରେ ନାମିତ କରାଯାଇଛି ବୋଲି କହିଥିଲେ। ଆଗକୁ ଏଠାରେ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ କରାଯିବ ବୋଲି ଶ୍ରୀମତୀ ସାହୁ କହିଥିଲେ। ସେହିପରି ଦିବ୍ୟଜୀବନସଂଘର ଅଧ୍ୟକ୍ଷ ସ୍ୱାମୀ ଶିବାଚିଦାନନ୍ଦ ସରସ୍ୱତୀ ମହାରାଜ ଓ ଅନ୍ୟାନ୍ୟ ଅତିଥିଗଣ  ଭଗବାନ ପର୍ଶୁରାମଙ୍କ ଅବତାରର ଉଦ୍ଦେଶ୍ୟ , କିଭଳି ଅନ୍ୟାୟ ବିରୁଦ୍ଧରେ ଜଣେ ବ୍ରାହ୍ମଣ ଶସ୍ତ୍ରଉଠାଇ ସତ୍ୟ ଓ ନ୍ୟାୟ ସ୍ଥାପନ କରିଥିଲେ ସେବିଷୟରେ ବକ୍ତବ୍ୟ ରଖିଥିଲେ। ଆଜି ସକାଳୁ ସ୍ଥାନୀୟ ନରସିଂହମନ୍ଦିରରେ ଏକ ଯଜ୍ଞ ଅୟୋଜିତ ହୋଇ ପୂଜାର୍ଚ୍ଚନା ହୋଇଥିଲା । ଦିନ ୧୧ଟାରେ ନରସିଂହ ମନ୍ଦିର ଠାରୁ ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀ ଓ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ରାଲି ଆୟୋଜିତ ହୋଇଥିଲା । ଶହଶହ ସଂଖ୍ୟାରେ ପୁରୁଷ/ମହିଲା ଏହି ରାଲିରେ ସାମିଲ ହୋଇଥିଲେ। ଆରଟିଓ ଅଫିସଛକକୁ ପହଞ୍ଚିଲା ପରେ ପ୍ରତିମୂର୍ତ୍ତି  ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜାରେ ସଂକିର୍ତ୍ତନ ତ୍ରୀପାଠୀ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତାଭାବରେ ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ଉପଦେଷ୍ଟା ଶିବଶଙ୍କର ଖ୍ୱାସ, ଜୟରାମ ମିଶ୍ର, ପର୍ଶୁରାମ ନାୟକ,ଉପସଭାପତି କିଶୋର ପୁରୋହିତ, ରାଜଶ୍ରୀ ତ୍ରିପାଠୀ, 

ଓକିଲ ସଂଘର ସଭାପତି ବାସୁଦେବ ରଥ, ପର୍ଶୁରାମ ବାହିନୀର ସଂପାଦକ ସୁରେଶ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତରଂଜନ ମିଶ୍ର, ବ୍ରାହ୍ମଣ ମହାସଭାର କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ଗୋପବନ୍ଧୁ ପୁରୋହିତ, ଶିବଶଙ୍କର ରଥ, ଦିବାକର ହୋତା, ସୁଧିର ତ୍ରୀପାଠୀ, ଅଶୋକ ତ୍ରୀପାଠୀ, ଓମକାର ନାୟକ, ସାଗରିକା ଗୁରୁ, ରଂଜିତା ପାଣିଗ୍ରାହୀ, ରଶ୍ମୀରେଖା ଦାନୀ, ରଶ୍ମୀତା ଆଚାର୍ଯ୍ୟ, ଆରତୀ ଗୁରୁ, ପ୍ରମିଳ ମିଶ୍ର, ଉତ୍ତମ ନନ୍ଦ, କାହ୍ନା ଶତପଥି, ଗୋବିନ୍ଦ ଶତପଥି, ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, ସୁଭାଷ ଶତପଥି, ସୁଭାଷ ନନ୍ଦ, ଗଙ୍ଗାଧର ଚାନ୍ଦ, ନଗର ସଭାପତି ରାକେଶ ପଣ୍ଡା,ତୀର୍ଥବାସୀ ମିଶ୍ର, ଜଗଦିଶ ନାଥ, ସନ୍ତୋଷ ତ୍ରୀପାଠୀ, ଗିରିଶ ପଣ୍ଡା,ସୁଧାଂଶୁ ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିପରି ମୁଖ୍ୟଅତିଥି ଶ୍ରୀ ସିଂଦେଓଙ୍କ ସହିତ ବିଜେଡିର ବରିଷ୍ଠନେତା ଲକ୍ଷ୍ମଣ ମେହେର, ନରସିଂହ ବାଗ,ଗୁଲାବ ବାଗ, ଧୃବ ଜୁଏଡଙ୍କ ସହିତ ବହୁ ସଂଖ୍ୟାରେ ବିଜେଡିକର୍ମୀ ଯୋଗ ଦେଇଥିଲେ। ସଂଧ୍ୟାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଶୋଭାଯାତ୍ରା ନରସିଂହ ମନ୍ଦିରରୁ ବାହାରି ସହର ପରିକ୍ରମା କରି ପୁଣି ନରସିଂହ ମନ୍ଦିରକୁ ପହଞ୍ଚି ଥିଲା ଓ ଶେଷରେ ପ୍ରସାଦ ସେବନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like