-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ

19-Apr-2026



ବଲାଙ୍ଗିର( ପ୍ରେରଣା ଖବର )
 ସ୍ଥାନୀୟ ସାମ୍ବାଦିକ ଭବନ କାର୍ଯ୍ୟାଳୟ ଠାରେ ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତଥା ଓବିସି, ଏସ୍‌ଟିଏସ୍‌ସି ସମନ୍ୱୟ ସମିତି ଓଡିଶା ସଭାପତି ସରୋଜ କୁମାର ମେଶ୍ୱାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ଏପ୍ରିଲ ୨୩ ତାରିଖରେ ଭାରତ ବନ୍ଦ ଡାକରାକୁ ସମଗ୍ର ବଲାଙ୍ଗିର ଜିଲ୍ଲାବାସୀ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ରଖାଯାଇଛି । ମଂଚାସିନ ରାଜ୍ୟ ଓବିସି ମଂଚର ରାଜ୍ୟ କୋଷାଧ୍ୟକ୍ଷ ପରଦେଶୀ ବିଶ୍ୱାଲ ଭାରତ ବନ୍ଦ ର ଉଦ୍ଦେଶ୍ୟରେ ପ୍ରେସ ବିବୃତି ରଖି କହିଥିଲେ ଯେ ବର୍ତ୍ତମାନର ଜନଗଣନା ୨୦୨୬ ର ୩୩ଟି ପ୍ରଶ୍ନର ୧୨ ନମ୍ବର ପ୍ରଶ୍ନରେ ଗୃହକର୍ତ୍ତାଙ୍କ ଜାତି ଉଲ୍ଲେଖ ଅଛି । ଯାହା ଏସ୍‌ଟି ଏସ୍‌ସି ଏବଂ ଅନ୍ୟାନ୍ୟ ବୋଲି ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁଠି ଓବିସି ବର୍ଗର ତଥ୍ୟ ସରକାର ନେବା କଥା ନେଉ ନାହାନ୍ତି ଫଳରେ ଓବିସି ଜାତି ଗଣନା ବାଟବଣା ହୋଇ ସାରିଛି । ଗତ ୨୦୨୫ ଏପ୍ରିଲ ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଓବିସି ଜାତି ଗଣନା କରିବାକୁ ପ୍ରତିଶୃତି ଦେଇଥିଲେ ତାହା ମିଥ୍ୟା ପ୍ରମାଣିତ ହୋଇସାରିଛି । ଏଣୁ ୧୨ ନମ୍ବର ପ୍ରଶ୍ନରେ ଓବିସି ଲେଖିବା ପାଇଁ ସରକାରକୁ ନିବେଦନ କରିଛନ୍ତି ଏବଂ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଅବସରରେ ଶ୍ରୀ ବିଶ୍ୱାଲ କହିଲେ ଯେ ୪ଟି ପର୍ଯ୍ୟାୟରେ ଆମେ ସରକାର କୁ ଏ ବିଷୟ ରେ ଅବଗତ କରିଛୁଁ ଏବଂ ଅନ୍ତିମ ପର୍ଯ୍ୟାୟରେ ଭାରତ ବନ୍ଦ ଡାକରା ଦେଇ ଚାପ ପକାଇବା ପାଇଁ ନିଷ୍ପତ୍ତି ନେଇଛୁଁ । ଓବିସି ଏସ୍‌ଟି ଏସ୍‌ସି ଙ୍କ ସପକ୍ଷରେ କଠୋର ଆଇନ ୨୦୨୬ ଲାଗୁ କରିବା ଅନିବାର୍ଯ୍ୟ ବୋଲି ଆଇନଜିବୀ ଦିନେଶ ନାଗ ତାଙ୍କ ବକ୍ତବ୍ୟରେ କହିଥିଲେ । ଓଡିଶାରେ ଓବିସି ଏସ୍‌ଟି ଏସ୍‌ସି ୯୦ ପ୍ରତିଶତ ମାତ୍ର ନିଯୁକ୍ତି ୩୦.୧୯ ପ୍ରତିଶତ ବୋଲି ଆଇନଜିବୀ ସନ୍ତନୁ ଭୋଇ କ୍ଷୋଭ ପ୍ରକାଶ କରିଥିଲେ । ଏହି ବନ୍ଦ ସମ୍ପୁର୍ଣ୍ଣ ଶାନ୍ତି ଶୃଙ୍ଖଳା ସହ କରାଯିବ । ସମସ୍ତ ଜରୁରୀ କାଳିନ ସେବା, ପରିକ୍ଷାର୍ଥିଙ୍କ ପରିକ୍ଷା, ବିବାହ କାର୍ଯ୍ୟ ଏବଂ ସମ୍ବେଦନଶିଳ ପ୍ରସଙ୍ଗକୁ ବାଦ ଦେଇ ଚକ ଅଖ ଦୋକାନ ବଜାର ଠବ୍ କରି ଆନ୍ଦୋଳନ କୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିବାକୁ ସମସ୍ତଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରରେ ଆଗାମୀ ୨୨ ତାରିଖ ଦିନ ଘୋଷଣା କରାଯିବ ବୋଲି ସଂଗଠନର ସଭାପତି ସରୋଜ କୁମାର ମେଶ୍ୱା ଏହି ପ୍ରେସ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ଅନ୍ୟାନ୍ୟ ୮ଟି ବିଷୟ ଉଲ୍ଲେଖ ଅଛି ଏବଂ ଏସ୍‌ଟି ଙ୍କୁ ମୂଳ ଅଧିବାସୀ ଭାବରେ ଗ୍ରହଣ କରିବା ସହ ଓଡିଶାରେ ଆଦିବାସୀମାନଙ୍କୁ ଅତ୍ୟାଚାର ଏବଂ ଜଙ୍ଗଲ ଜମି ରୁ ଉଚ୍ଛେଦ କରାଯାଉଥିବାରୁ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସତ୍ୟ ନାରାୟଣ ଭୋଇ ଭାରତ ବନ୍ଦ ଡାକରା କୁ ସଫଳ କରିବାକୁ ଜିଲ୍ଲାବାସୀଙ୍କୁ ସହଯୋଗ ଭିକ୍ଷା କରିଛନ୍ତି । ଜିଲ୍ଲା କୁଲୁତା ସମାଜ ସଭାପତି ଇଂ ବେଲାର ସିଂ ଭୋଇ, ଚାଷୀ ନେତା ମଧୁସୁଦନ କ୍ଷେତି ଏବଂ ଆନନ୍ଦ ପଧାନ ଓବିସି ମଂଚ ବଲାଙ୍ଗିର, ଦଳିତ ନେତା ପ୍ରକାଶ ହରିପାଲ, ଲଳିତ ମହାନନ୍ଦ, ସନ୍ତୋଷ ଛତ୍ରିଆ, ନବସେତୁ ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like