-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
18-Apr-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସହରର ମହାନଦୀ ବ୍ରିଜ ବାମ ପାଖ ନଦୀ କୂଳରେ ଜଣେ ନାବାଳିକା ୧୪ ତାରିଖ ପଣା ସଂକ୍ରାନ୍ତି ଦିନ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ସୋନପୁର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସୋନପୁର ପୁଲିସ ଦୁଇ ଜଣ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଝୁପୁଡ଼ି ପଡ଼ାର ମଣ୍ଟୁ ଓରଫ ବନବାସ ବାରିକ (୪୩)ଏବଂ ଡି କଲୋନୀ ର ସୁରଜ୍ ଓରଫ ରବିଚନ୍ଦ୍ର ବାଗ (43) । ୧୪ ତାରିଖ ଦିନ ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି ଏବଂ ଆମ୍ବେଦକର ଙ୍କ ଜୟନ୍ତୀ ସାରା ଦେଶରେ ଧୁମଧାମ୍ ରେ ପାଳନ ହେଉଥିଲା ଏବଂ ସେଦିନ ଉକ୍ତ ଯୁବତୀ ଙ୍କ ପଡ଼ାରେ ଦଣ୍ଡ ନୃତ୍ୟ ଚାଲୁଥିବା ବେଳେ ଯୁବତୀଙ୍କୁ ଉକ୍ତ ଦୁଇଜଣ ବାଇକ୍ ରେ ବସାଇ ବ୍ରିଜ ବାମ ପଟ ନଦୀ କୂଳକୁ ନେଇ ଦୁଷ୍କର୍ମ କରିଥିବା ନାବାଳିକାର ବାପା ସୋନପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ ସେମାନେ ପୁଣି ନାବାଳିକା ଙ୍କୁ ଆଣି ଘର ପାଖରେ ଛାଡ଼ି ଦେଇ ଫେରାର ମାରିଥିଲେ। ନାବାଳିକା ସବୁ କଥା କାନ୍ଦି କାନ୍ଦି ଘରେ କହିବା ପରେ ତାଙ୍କ ବାପା ଥାନାରେ ଆସି ଅଭିଯୋଗ କରିଥିଲେ। ପୁଲିସ ପୋକ୍ସୋ ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସମ୍ପୃକ୍ତ ନାବାଳିକା ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନରେ ଚିକିତ୍ସା କରାଇଥିଲା ଏବଂ ଏହି ଘଟଣାରେ ଉକ୍ତ ଦୁଇ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଶୁକ୍ରବାର ଦିନ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଯାଦବ ବାଗ ସୂଚନା ଦେଇଛନ୍ତି । ସେପଟେ ବିଚାରପତି ଅଭିଯୁକ୍ତ ଦ୍ବୟ ଙ୍କ ଜାମିନ ନାମଞ୍ଜୁର କରିଥିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଯୁବତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମାନସିକ ଅବସ୍ଥା କୁ ଦେଖି ପରେ ତଦନ୍ତ କୁ ଆଗକୁ ନିଆଯିବ ବୋଲି ଏସଆଇ ସସ୍ମିତା ଭୂତିଆ କହିଛନ୍ତି । ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ ଏହି ଘଟଣାରେ ଆଉ କେତେ ଜଣ ନାବାଳକ ମଧ୍ଯ ସାମିଲ ଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସୋନପୁର ପୋଲିସ ୨ ଦିନ ଧରି ଘଟଣା କୁ କାହିଁକି ଚପେଇ ଦେଇ ସାମ୍ୱାଦିକ ଙ୍କୁ ମଧ୍ଯ ତଥ୍ୟ ଦେବାକୁ ମନା କରିଥିଲେ l ଏ ନେଇ ସାମ୍ୱାଦିକ ଓ ବୁଦ୍ଧିଜୀବି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି l