-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
18-Apr-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ପି.ଭି-୫୫, ଏମ ଭି ୧୨୮ ଗ୍ରାମ ଦେଇ ମାଲାଭାରମ୍ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା କାମକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୋଗ ଆଣିବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା l ଖବର ପ୍ରକାଶର କିଛି ଦିନ ମଧ୍ୟରେ ପୁଣି ଥରେ ସେହି ରାସ୍ତା କାମରେ ପିଚୁ ପଡିବା ସହ ପୁନଃ କାମ ଆରମ୍ଭ ହୋଇଥିବା ଦେଖିବା ପାଇଁ ମିଳିଛି lସୂଚନା ଥାଉକିଏମ.ପି.ଭି-୫୫ ,ଏମ.ଭି-୧୨୮,ଏ ମ.ଭି-୮୮ ଠାରୁ ମାଲାଭାରମ୍ ଛକ କୁ ସଂଯୋଗ କରୁଥିବା ଏହି ରାସ୍ତାର କାମ
କେବଳ ୨୦ ଦିନ ପୂର୍ବରୁ ସମାପ୍ତ ହୋଇଥିବା ସତ୍ୱେ, ଏହାର ଗୁଣମାନ ନେଇ ପ୍ରଶ୍ନ ଉଠାଇ ଥିଲେ ଗ୍ରାମବାସୀ ମାନେ। ଖବର ପ୍ରସାରଣ ପରେ
ଆଜି ପିଚୁ ରାସ୍ତା କୁ ସମ୍ପୂର୍ଣ୍ଣ ଖୋଳି ପୁନଃ ପିଚୁ ଚିପ୍ସ ପକାଇ ରାସ୍ତା କାମ ଗୁଣବତ୍ତା ସହ ଆରମ୍ଭ ହୋଇଛି । ଏହାକୁ ନେଇ ଅଞ୍ଚଳ ବାସୀ ନିଜ ଖୁସି ବ୍ୟକ୍ତ କରିବା ସହ ଗଣମାଧ୍ୟମ ଏବଂ ପ୍ରଶାସନ କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣେଇଛନ୍ତି ।