-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
17-Apr-2026
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗୀର ସହରର ଜଣାଶୁଣା ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ସୂଚନା ରୁ ପ୍ରକାଶ l ବଲାଙ୍ଗୀର ରେଳ ଷ୍ଟେସନ୍ ରୋଡ ନିବାସୀ କେ. ଅମ୍ବିକା ନାୟାର ଙ୍କୁ ମୃତ୍ୟୁ ବେଳକୁ ୫୬ ବର୍ଷ ବୟସ ହେଉଥିଲା l ସେ ବଲାଙ୍ଗୀର ସହର ତୁଲସୀନଗର ସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ପୂର୍ବରୁ ସେ ବଲାଙ୍ଗୀର ଚିର୍ଗୁନପାଳି ପ୍ରାଇମେରୀ ସ୍କୁଲ, ମାଧ୍ୟାପାଳି ପ୍ରାଇମେରୀ ସ୍କୁଲ, ଚନ୍ଦନପାଲି ପ୍ରାଇମେରୀ ସ୍କୁଲ, ବଲାଙ୍ଗୀର ମାଲ ଗୋଦାମ ପଡ଼ା ୟୁପି ସ୍କୁଲରେ ମଧ୍ୟ କାର୍ଯ୍ୟ ଦକ୍ଷତାର ସହ ତୁଲାଇ ଆସିଥିଲେ l ଗତ କିଛି ଦିନରୁ ସେ ଜନ ଗଣନା ପାଇଁ ବଲାଙ୍ଗୀର ଡି ଇ ଓ ଙ୍କ କାର୍ଯ୍ୟାଳୟରେ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିଲେ ଏବଂ ଗତ କାଲି ସେ ଟ୍ରେନିଂ ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ସେ ନିଜ ଘରକୁ ଫେରି ଆସିଥିଲେ l ଆଜି ସକାଳେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇ ଯାଇଥିବା ଜାଣିବାକୁ ମିଳିଛି l ଏଣୁ ତାଙ୍କର ଅକାଳ ବିୟୋଗରେ ଏହି ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l