-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||     

HOME   ଜିଲ୍ଲା

*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*

17-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ସୋନପୁର ସ୍ଥିତ ସରକାରୀ ପଲିଟେକ୍‌ନିକ ର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଛନ୍ତି। ସେମାନେ ପଲିଟେକନିକ୍ କ୍ୟାମ୍ପସ ଠାରୁ ପ୍ରିନ୍ସିପାଲ ଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ପ୍ରାୟ ୪/୫  କିଲୋମିଟର ଦୂର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ପରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ଦାବୀ ଜଣାଇବା ସହ ଆଜି ହିଁ ଅଧ୍ୟକ୍ଷଙ୍କୁ ବଦଳି କରିବାକୁ ଜିଦ୍ ଧରି ବସି ପଡ଼ିଥିବା ବେଳେ ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ସୋମ୍ୟାରୁପା ରଥ, ଏସପି ନାରାୟଣ ନାୟକ ଏବଂ ଏସଡିପିଓ କଲ୍ୟାଣୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ସରକାରୀ ବିଧି ଵ୍ୟଵସ୍ଥା ଅନୁସାରେ ଆମ ଦ୍ୱାରା ଯାହା ସମ୍ଭବ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ଗତ ବୁଧବାର ଦିନ ପଲିଟେକନିକ୍ କ୍ୟାମ୍ପସ୍ ଠାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଧ୍ଯକ୍ଷଙ୍କ ବିରୁଦ୍ଧରେ ହଙ୍ଗାମା  କରିଥିଲେ । ପ୍ରିନ୍ସିପାଲ ହାଏ ହାଏ... ପ୍ରିନ୍ସିପାଲ୍ ଗୋ ବ୍ୟାକ୍... ନାରାରେ କମ୍ପିଥିଲା କ୍ୟାମ୍ପସ । ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଅଧ୍ୟକ୍ଷଙ୍କୁ ଦାୟୀ କରିଛନ୍ତି । ଅଧ୍ୟକ୍ଷ ଙ୍କ ମାତ୍ରାଧିକ ମନମାନୀ ଯୋଗୁଁ ଅଶାନ୍ତ ହୋଇ ପଡ଼ିଛି ଏହି ଶିକ୍ଷାନୁଷ୍ଠାନ। ସେମାନଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ପୋକ ବାହାରୁଥିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲା। ଏହାକୁ କେହି କର୍ଣ୍ଣପାତ କରୁ ନ ଥିଲା ବେଳେ ଓଲଟା ବାହାର ଜିଲ୍ଲାରୁ ଆସି ରହୁଥିବା କିଛି ଛାତ୍ର ଏହା ତୁମ ମୁଣ୍ଡ ର ଉକୁଣୀ ହୋଇଥିବ ଆହୁରି ଅନେକ ଅଶ୍ଳୀଳ କଥା କହି କମେଣ୍ଟ କରି କହୁଛନ୍ତି । ଯାହା କି ଝିଅ ଙ୍କ ପାଇଁ ଅସହ୍ୟ l ଏଥିସହ ରାତି ଅଧରେ ଚେକିଂ ନାମରେ ଛାତ୍ରୀଙ୍କ ରୁମ୍ ଭିତରକୁ ଅଧ୍ୟକ୍ଷ ତଥା ପୁରୁଷ କର୍ମଚାରୀମାନେ ପ୍ରବେଶ କରୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ ଅଭିଭାବକମାନେ କଲେଜକୁ ଆସି ଛାତ୍ରଛାତ୍ରୀଙ୍କ ସହିତ ଦେଖା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ କଲେଜ ମୁଖ୍ୟଗେଟ୍‌କୁ ତାଲା ପକାଇ ଦେବାରୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା ସଠିକ୍ ଭାବେ ଦିଆଯାଉ ନଥିବା ଓ ଅଧ୍ୟକ୍ଷ ସେଠାରେ ଖାଦ୍ୟ ମେସ ର ଦାୟିତ୍ବ ନେଇଥିବା ବ୍ୟକ୍ତିଙ୍କ ସହ ଘନିଷ୍ଠ ସଂପର୍କ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସୋନପୁର ଏସ ଡି ପି ଓ ଙ୍କ ସହ ସଦର ଥାନା ଅଧିକାରୀ ଯାଦବ ବାଗ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନଙ୍କୁ ବୁଝସୁଝା କରୁଥିବା ଦେଖିବାକୁ ମିଳିଥିଲା। ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।  ଏନେଇ ଅଧ୍ୟକ୍ଷଙ୍କୁ ପଚରାଯିବାରୁ ସବୁ ଅଭିଯୋଗ ଭିତ୍ତିହୀନ ତଥା ମିଛ ବୋଲି କହିଛନ୍ତି ମିଡିଆ କ୍ୟାମେରା ଆଗରେ ଆଜି । ସୂଚନା ଯୋଗ୍ୟ ଯେ ଛାତ୍ର ଛାତ୍ରୀଙ୍କ ସମସ୍ୟା ବୁଝୁଥିବା ତଥା ସେବା ଶୁଶ୍ରୁଷା କରୁଥିବା ପୁରୁଣା ୱାର୍ଡନଙ୍କୁ କଲେଜରୁ ତଡି ଦିଆଯାଇଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ ଦାବୀ କରିଛନ୍ତି । ସେପଟେ ଅଧ୍ୟକ୍ଷ ଙ୍କ ବଦଳି ନ ହେବା ଯାଏ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ଅଭିଭାବକ ସଂଘ କହିଛନ୍ତି । ଏଠି ଆଶ୍ଚର୍ଯ୍ଯ କରିଛି ସମସ୍ତ ଙ୍କୁ  କାହାର ଛତ୍ର ଛାୟା ତଳେ ପ୍ରିନ୍ସିପାଲ ଅଛନ୍ତି ଯେ ସେ କାହାକୁ ବି ଭୟ କରୁ ନାହାନ୍ତି ରାଜ୍ୟ ସରକାର ଖୁବ୍ ଶୀଘ୍ର ଏ ଦିଗରେ ହସ୍ତକ୍ଷେପ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026

You Might Also Like