-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ତୃତୀୟ ବିଳାସୁଣୀ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

22-Jan-2026



ବିଳାସୁଣୀ/ ଭୁବନେଶ୍ବର(ପ୍ରେରଣା ଖବର): କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତୃତୀୟ ବିଳାସୁଣୀ ମହୋତ୍ସବ-୨୦୨୬ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଚଳିତ ଜାନୁୟାରୀ ମାସ ୩୦ ରୁ ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି କ୍ରିଡ଼ା ଓ ସାଂସ୍କୃତିକ   ମହାପର୍ବ, ଗୋପବନ୍ଧୁ ଏଭର ଗ୍ରୀନ୍ ଆଞ୍ଚଳିକ ଯୁବ ପରିଷଦ ଓ ଭଲ୍ଯୁଣ୍ଟାରି ଏମ୍ପାୱାରମେଣ୍ଟ ଡେଭଲପମେଣ୍ଟ ଏଣ୍ଡ ଆକ୍ସନ (ଭେଦା)ର ମିଳିତ ସହଯୋଗରେ ବିଳାସୁଣୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଅବସରରେ ଆଞ୍ଚଳିକ,ପ୍ରଦେଶ ଏବଂ ଜାତୀୟ ସ୍ତରର ଫୁଟବଲ ଦଳମାନଙ୍କର ଆକର୍ଷଣୀୟ କ୍ରିଡ଼ା ପ୍ରଦର୍ଶନ ଦେଖିବାକୁ ମିଳିବ। ଏହା ସାଙ୍ଗକୁ ବିଶିଷ୍ଟ କଳାକାରମାନଙ୍କର ମର୍ମସ୍ପର୍ଶୀ ସଙ୍ଗୀତ ଏବଂ ମଜାଦାର ହାସ୍ୟ ଅଭିନୟ ମଧ୍ୟ ସ୍ଥାନ ପାଇବ ।

ତୃତୀୟ ବିଳାସୁଣୀ ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବରେ ଜାନୁୟାରୀ ୩୦ ତାରିଖରେ ଶ୍ରୀ ଗୋପାଳଜୀଉ ଏକ ଦିବସୀୟ ଆଞ୍ଚଳିକ ଗ୍ରାମ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ବେଳେ ୩୧ ତାରିଖ ଓ ଫେବୃୟାରୀ ୧ ତାରିଖରେ ଦୁଇଦିନିଆ ମହାଦେବ ମହାପାତ୍ର ସ୍ମାରକୀ ଆନ୍ତଃ ଜିଲ୍ଲା ଓ ଆନ୍ତଃ ରାଜ୍ଯ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ।  ବହୁ ଚର୍ଚ୍ଚିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ଯ ତଥା ଜାତୀୟ ସ୍ତରର ପ୍ରତିଭାବାନ ସୁଦକ୍ଷ ଆଠଟି ଦଳ ସମ୍ମାନସ୍ପଦ ମହାଦେବ ମହାପାତ୍ର ଟ୍ରଫି ପାଇଁ ସେମାନଙ୍କର ଜାଦୁଗରୀ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଏହି ଉତ୍ସବରେ ପ୍ରଖ୍ୟାତ ଗାୟିକା ଇରା ମହାନ୍ତି ଏବଂ ସୁନାମଧନ୍ଯ ହାସ୍ୟରସ ଅଭିନେତା ପ୍ରଜ୍ଞା-ଶଙ୍କର ଯୋଡ଼ି ସେମାନଙ୍କଉ ସୃଜନଶୀଳ କଳା ଚାତୁର୍ଯ୍ୟ ଦ୍ୱାରା ଦର୍ଶକମାନଙ୍କୁ ଅଭିଭୂତ କରିବେ।

ଅଧ୍ୟକ୍ଷ ଚକ୍ରଧର ରାଜ ,ସଭାପତି ବିଷ୍ଣୁ ଚରଣ ଡାଳୁଆ ଏବଂ ସମ୍ପାଦକ ଲଲାଟେନ୍ଦୁ ସାହୁଙ୍କ ନେତୃତ୍ବରେ  ଗୋପବନ୍ଧୁ ଏଭର ଗ୍ରୀନ୍ ଆଞ୍ଚଳିକ ଯୁବ ପରିଷଦ ଗ୍ରାମାଞ୍ଚଳରେ କ୍ରୀଡ଼ାକୁ ଯୁବ ସମ୍ପ୍ରଦାୟ ମଧ୍ୟରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି।  ସଭାପତି ବଦ୍ରିନାରାୟଣ ମହାପାତ୍ରଙ୍କ   ବଳିଷ୍ଠ ନେତୃତ୍ୱରେ 'ଭେଦା' ଓଡ଼ିଶାର ଗ୍ରାମାଞ୍ଚଳରେ ଅସହାୟ ଜନସାଧାରଣଙ୍କ ଆର୍ଥିକ ବିକାଶ, ସାମାଜିକ କଲ୍ୟାଣ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ସଂସ୍କୃତି , କ୍ରୀଡ଼ା ଏବଂ ଧାର୍ମିକ କାର୍ଯ୍ୟକଳାପର  ପ୍ରୋତ୍ସାହନ ନେଇ ଖୁବ୍ ଉତ୍ତମ ଯୋଗଦାନ ଦେଇ ଆସୁଛି।

ତୃତୀୟ ବିଳାସୁଣୀ ମହୋତ୍ସବରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ , ପ୍ରତିଷ୍ଠିତ ରାଜନୈତିଜ୍ଞ, ବିଶିଷ୍ଟ ସମାଜସେବୀ କ୍ରୀଡ଼ା ବ୍ୟକ୍ତିତ୍ୱ, ବରିଷ୍ଠ ପ୍ରଶାସକ, ସାଂସ୍କୃତିକ ତାରକା ଏବଂ ଅଗ୍ରଣୀ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଭାରେ ଆମନ୍ତ୍ରିତ ଅତିଥିମାନେ ଏକ ରଙ୍ଗାରଙ୍ଗ  ସ୍ମରଣିକା ଉନ୍ମୋଚନ କରିବେ। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ବିଳାସୁଣୀ ସମ୍ମାନ ପ୍ରଦାନ କରାଯିବ ବୋଲି ମହୋତ୍ସବର ମୁଖ୍ୟ ଉଦ୍ୟୋକ୍ତା ବଦ୍ରିନାରାୟଣ ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like