-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଲୋକଉତ୍ସବର ତୃତୀୟ ସନ୍ଧ୍ୟା

21-Jan-2026



ବଲାଙ୍ଗିର(ପ୍ରେରଣା ଖବର): ଆଜି ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିନର ସକାଳେ ଜୟଦେବ କଳାସଂସଦ, ବଲାଙ୍ଗିର ଦ୍ଵାରା ନୂତନ ମଞ୍ଚଠାରେ ଭକ୍ତିସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦେବେନ୍ଦ୍ର କୁମ୍ଭାର, ମହେଶ୍ଵର ଜାଲ, ରଞ୍ଜନ ପଟ୍ଟନାୟକ, ଗୌରହରୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ଏକକ ପ୍ରତିଯୋଗିତାରେ ଭୀମ ସୁନା, ଜଗଦିଶ ମହାକୁର, ଶଙ୍କର ଭଣ୍ଡା, ଚନ୍ଦନ କୁମ୍ଭାର, ବେଦ ଷାଣ୍ଡ, ଜଗମୋହନ ବାଗ, ଜକସନ କୁମ୍ଭାର, ରାଜୀବ ତାଣ୍ଡି ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ସେହିଭଳି ଭାବେ ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ଦଳୀୟ ପ୍ରତିଯୋଗିତାରେ ଭୀମ ସୁନା ଓ ଦଳ, ଭବାନୀ ଶଙ୍କର କଳା ପରିଷଦ, ପୁଇଁନ୍ତଲା, କାର୍ତ୍ତିକ ନନ୍ଦ ଓ ଦଳ, ରଞ୍ଜନ ନାଗ ଓ ସାଥୀ, ଭଇଁଷା, କଳାକୃଷ୍ଣ ମହାନନ୍ଦ ଓ ସାଥୀ, ଲଡ଼ଙ୍ଗାଭଟା, କାଳିଆ ସୁନା ଓ ସାଥି, ଗଞ୍ଜାଭଡ଼ାର, ବରଭାଇ ଲନ୍ଥବୁଡ଼ା ଦୁଲଦୁଲି, ଗମ୍ଭାରୀ ଖୋଲ, ଫୁଲ ମାହେଶ୍ୱରୀ ଦଳ, ଟିକ୍ରାପଡ଼ା ପ୍ରମୁଖ ଦଳ ଭାଗ ନେଇଥିଲେ । 

ସନ୍ଧ୍ୟା କାର୍ଯ୍ୟକ୍ରମରେ ଲୋକଉତ୍ସବ ସାଂସ୍କୃତିକ କମିଟି ଆନୁକୂଲ୍ୟରେ ଆକାଶବାଣୀ କଳାକାରଙ୍କ ଦ୍ଵାରା ଲୋକ ସଂଗୀତ ବିଚିତ୍ରା ନୂତନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ।

  ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିବସର କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର, ଡକ୍ଟର ବିଜୟାନନ୍ଦ ସେଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା l ଗୋଟିଏ ଅଂଚଳର ସ୍ଥିତି ଓ ପ୍ରଗତି ସେ ଅଞ୍ଚଳର ସଂସ୍କୃତି ଉପରେ ନିର୍ଭର କରେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ମତ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର, ପବିତ୍ରାନନ୍ଦ ପ୍ରଧାନ, ରେଜିଷ୍ଟାର, ସିଭିଲ କୋର୍ଟ, ବଲାଙ୍ଗିର, ସୁଦୀପ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଗୁଣନିଧି ମଲ୍ଲିକ, କୁଳସଚିବ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ବଲାଙ୍ଗିର, ହରପ୍ରସାଦ ଭୋଇ,  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ତରଣି ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ଯୋଗ ଦେଇ ନିଜ ଅଭିଭାଷଣରେ ଆମ ଐତିହ ଏବଂ ଏକତାର ପ୍ରତୀକ ଏହି ଲୋକ ଉତ୍ସବ  ମଞ୍ଚ କଳାକାର ଏବଂ କଳାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କର ବୋଲି କହିଥିଲେ। ଏହି ଲୋକ ଉତ୍ସବ ଆମ ସମସ୍ତଙ୍କର, ତେଣୁ ପ୍ରତି ବର୍ଷ ଏହା କିପରି ଆହୁରି ସୁନ୍ଦର ଭାବେ ଆୟୋଜିତ ହୋଇପାରିବ ସେଥିପ୍ରତି ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବୋଲି ମଞ୍ଚାସୀନ ଅତିଥିବୃନ୍ଦ ମତ ଦେଇଥିଲେ।

ଅତିଥି କଳାକାର ବିପିନ ବିହାରୀ ଭୋଇ, ଆଠଗାଁ, ସହ ଅଧ୍ୟକ୍ଷ ଖାଦ୍ୟ ଓ ଆବାସ କମିଟି ସୁଶ୍ରୀ ମିଲି ବାରିକ, ସହ ଅଧ୍ୟକ୍ଷ, ପଡିଆ କମିଟି ଗୋବିନ୍ଦ ଶତପଥୀ ଓ ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ  ।  
ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ପୂର୍ବକ ତୃତୀୟ ଦିବସର ଶୁଭ ଉଦଘାଟନ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ଦ୍ଵାରା ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନିଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
ଆଜିର ସଭାକାର୍ଯ୍ୟକୁ ମଞ୍ଚ ସଂଯୋଜନା କରିଥିଲେ  ସନ୍ଦୀପ

କୁମାର କୁଆଁର ଓ  ଧନ୍ୟବାଦ ଅର୍ପଣ ଗୋବିନ୍ଦ ଶତପଥୀ କରିଥିଲେ ।  
ଆଜିର ସନ୍ଧ୍ୟା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଝାରଖଣ୍ଡ ରାଜ୍ୟର ସରାଇକେଲା ଛଉ, ମହାରାଷ୍ଟ୍ରର ଲାବଣି , କାଶ୍ମୀରର ରୌଫ ଏବଂ ପଞ୍ଜାବର ଭାଙ୍ଗଡା ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି ବଲାଙ୍ଗିରର କୋଶଳ ଫୋକ ଏକାଡେମି, ଅନ୍ନେଷଣ, ଏକତା ଡ୍ୟାନ୍ସ ଗ୍ରୁପ, ପୌରାଞ୍ଚଳ ଯାଦବ ମହାସଭା, ଦୁଲଦୁଲି କଳା ପରିଷଦ, ଜୟ ଦୂର୍ଗା କଳା ପରିଷଦ, ବରଗଡର ଡ଼ାଲଖାଇ, ପାଟଣାଗଡର ଝଙ୍କାର ମ୍ୟୁଜିକ, ଟିଟିଲାଗଡର ସାଇନିଙ୍ଗ ଷ୍ଟାର ପ୍ରମୁଖ ସାଂସ୍କୃତିକ ଦଳ ଲୋକ ଉତ୍ସବର ତୃତୀୟ ରଜନୀରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like