-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
28-Dec-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମ ପଞ୍ଚାୟତର ଉଚ୍ଚ ବାହାଳ ରେ ଶ୍ରୀରାମ ମନ୍ଦିର ନିର୍ମାଣ ଉପଲକ୍ଷେ ଶ୍ରୀରାମ ମହୋତ୍ସବ ବହୁ ଧୁମ୍ ଧାମ ରେ ପାଳନ ହେଉଅଛି l ଏହି ମହୋତ୍ସବ ଗତ 21 ତାରିଖ ରୁ ଆରମ୍ଭ ତଥା ସେହିଦିନ କଳସ ଶୋଭାଯାତ୍ରା କରାଯାଇ ଯାତ୍ରା ଆରମ୍ଭ ହୋଇଅଛି l ଏହା 30 ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ନେଇ ସଭାପତି ଚମ୍ପେଶ୍ୱର୍ ଦୋରା ସୂଚନା ଦେଇଛନ୍ତି । ଏଥିରେ ପ୍ରଥମ ଦିନ ରେ ଗ୍ରାମ ର ସମୂହ ମହିଳା ମାନେ କଳସ ଯାତ୍ରା କରି ପୋଖରୀ ରୁ କଳସ ପୂର୍ଣ୍ଣ ଜଳ ନେଇ ମଣ୍ଡପ ରେ ସ୍ଥାପନା କରାଇଥିଲେ । ଏହି ରାମ ମହତାବ ରେ ପ୍ରତ୍ୟେକ ଦିନ ପରାୟଣ , ରାବଣ ଦରବାର , ଅପେରା,, ମିନା ବଜାର , ଝୁଲା , ବ୍ରେକ ଡେନ୍ଶ୍ ଇତ୍ୟାଦି କାର୍ଯ୍ୟ କ୍ରମ ହେଉଅଛି ।ଏଥିରେ ସଭାପତି ଭାବେ ଚମପେଶ୍ୱର୍ ଦୋରା , ସମ୍ପାଦକ ଲୋଚନ ଦୋରା , କୋଷାଧ୍ୟକ୍ଷ ସୁରେନ୍ଦ୍ର ଦୋରା ପ୍ରମୁଖ ଗ୍ରାମ କମିଟି ସହଯୋଗ କରୁଛନ୍ତି ।ଏହି କାର୍ଯ୍ୟ କ୍ରମ ରେ ପୂଜା ର ପୂଜକ ଭାବେ ଆରାଧନା ତ୍ରିପାଠୀ , ବ୍ୟାସ ଗାୟିକା ଜ୍ୟୋସ୍ନା ମୟୀ ଦୀକ୍ଷିତ , ରାବଣ ଭୂମିକାରେ ମନୋରଞ୍ଜନ ଚିରଗୁଣ ଭୂମିକା ନିର୍ବାହ କରୁଛନ୍ତି।ଏହି କାର୍ଯ୍ୟ କ୍ରମ 9 ଦିନ ଧରି ଚାଲିଥିବାରୁ 9 ଜଣ ଦମ୍ପତି ପୂଜା କର୍ତ୍ତା ଦାୟିତ୍ଵ ନିଭାଇ ଥିବା କମିଟି ସୂଚନା ଦେଇଛି l ଏହି କାର୍ଯ୍ୟ କ୍ରମ ରେ ପ୍ରବଳ ଶୀତ ପ୍ରକୋପ ରହି ଥିଲେ ମଧ୍ୟ ବହୁ ସଂଖକ୍ ଦର୍ଶକ ଦେଖିବାକୁ ମିଳୁଛି l