-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ରେଙ୍ଗାଲିରେ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୩୫୦ ରୁ ଅଧିକ ଲୋକଙ୍କ ହେଲା ଚିକିତ୍ସା

12-Dec-2025



ବଲାଙ୍ଗୀର(ପ୍ରେରଣା ଖବର): ଜିଲ୍ଲାର ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରର ସଫଳ ଆୟୋଜନ ହୋଇ ଯାଇଛି। ଏହି ଶିବିରଟି ବଲାଙ୍ଗିରର ବିଆଇଏମଏସ୍‌ (ବିମ୍ସ) ହସ୍ପିଟାଲ ଏବଂ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଆୟୋଜିତ ହୋଇଛି। ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଏବଂ ଆବଶ୍ୟକତାମୂଳକ ଚିକିତ୍ସା ସେବା ପ୍ରଦାନ କରିବା ।ଶିବିରରେ ରେଙ୍ଗାଲି , କପିଲବହାଲ ବାଗଡୁଙ୍ଗୁରି, ତାଲଯୁରି ଆଦି ଗ୍ରାମରୁ ୩୫୯ ରୁ ଅଧିକ ଗ୍ରାମବାସୀ ପଞ୍ଜୀକରଣ କରି ବିଭିନ୍ନ ପରୀକ୍ଷା କରାଇଲେ । ସେଥିରେ ସାଧାରଣ ଚେକଅପ୍‌, ବ୍ଲଡ୍ ପ୍ରେସର, ସୁଗର ପରୀକ୍ଷା, ଫିଜିଓଥେରାପି ମୂଲ୍ୟାଙ୍କନ ଏବଂ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଅନ୍ତର୍ଭୁକ୍ତ ଥିଲା । ସକାଳୁଠୁ ଲୋକମାନେ ଶିବିର ସ୍ଥଳକୁ ପହଞ୍ଚିବା ଆରମ୍ଭ କଲେ ଏବଂ ଡାକ୍ତରୀ ଟୀମ୍‌ ସମସ୍ତ ରୋଗୀଙ୍କୁ ଧୈର୍ଯ୍ୟର ସହିତ ପରୀକ୍ଷା କଲେ ।
ବିଆଇଏମଏସ୍‌ ହସ୍ପିଟାଲ ପକ୍ଷରୁ ଡା. ସୁମିତ ପାଧନ, ଡା. ଦେବେନ୍ଦ୍ର ଦୀପ ଏବଂ ସେମାନଙ୍କ ପାରଦର୍ଶୀ ଡାକ୍ତରୀ ଦଳ ନାନା ରୋଗର ପରୀକ୍ଷା କରି ଆବଶ୍ୟକ ଔଷଧ ଏବଂ ପରାମର୍ଶ ପ୍ରଦାନ କଲେ । ସେପରି, ପ୍ରସିଦ୍ଧ ଫିଜିଓଥେରାପିଷ୍ଟ ଶ୍ରୀ ସୁରେନ୍ଦ୍ର ଭୋଇ ଏବଂ ତାଙ୍କ ଟୀମ୍‌ ମଧ୍ୟ ସକ୍ରିୟଭାବେ ଅଂଶଗ୍ରହଣ କଲେ । ସେମାନେ ହାଡ଼, ପେଶୀ ଏବଂ ସ୍ନାୟୁ ସମସ୍ୟାରେ ପୀଡ଼ିତ ରୋଗୀଙ୍କୁ ବିଶେଷ ପରାମର୍ଶ ଦେବା ସହ ଚିକିତ୍ସା କରି ଥିଲେ।
ଶିବିରକୁ ଆସିଥିବା ରୋଗୀମାନଙ୍କ ମତରେ,  ଏହି ଶିବିର ସେମାନଙ୍କ ପାଇଁ ବହୁତ ଉପଯୋଗୀ ଥିଲା କାରଣ ଗ୍ରାମ ଅଞ୍ଚଳରେ ଏପରି ସେବା ସହଜରେ ମିଳେନାହିଁ । ଅନେକ ବୃଦ୍ଧ ଏବଂ ମହିଳାମାନେ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇପାରି ଆନନ୍ଦ ଏବଂ ସନ୍ତୋଷ ବ୍ୟକ୍ତ କଲେ ।
ଗ୍ରାମବାସୀମାନେ ବିଆଇଏମଏସ୍‌ ହସ୍ପିଟାଲର ସମସ୍ତ ଡାକ୍ତର, ଡାକ୍ତରୀ ଟୀମ୍‌, ଫିଜିଓଥେରାପି ଦଳ ଏବଂ ସମସ୍ତ ସହଯୋଗୀଙ୍କ ପ୍ରତି ଗଭୀର କୃତଜ୍ଞତା ଏବଂ ଆଭାର ବ୍ୟକ୍ତ କରିଛନ୍ତି । ସମସ୍ତେ ଏପରି ସ୍ୱାସ୍ଥ୍ୟ ଶିବିର ଆଗାମୀଦିନରେ ମଧ୍ୟ ନିୟମିତ ଭାବେ ଆୟୋଜନ ହେବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।
ଏହି ସଫଳ ଆୟୋଜନ ଦ୍ୱାରା ରେଙ୍ଗାଲୀ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା ଏବଂ ସାମୁଦାୟିକ ସମ୍ମିଳନର ସୁନ୍ଦର ବାର୍ତ୍ତା ପ୍ରସାରିତ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like