-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କଲେ ସାଧାରଣ ଜନତା*- *ଐତିହ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ର ଯେଉଁ ସୁନାମ ଅଛି ତାହାର ପ୍ରମାଣ ଦେଖେଇଲେ*-

11-Dec-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ୪୨ ବର୍ଷ ଧରି ସିବିଆଇ ମାଲଖାନାରେ ଥିବା ସୁବର୍ଣ୍ଣପୁର ସହରର ଅସ୍ମିତାର ପ୍ରତୀକ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କୁ ଉଦ୍ଧାର କରି କୋର୍ଟ ପରିସରରେ ପୂଜାର୍ଚ୍ଚନା କରାଇ ପ୍ରଭୁଙ୍କ ଆଶିର୍ବାଦରୁ ଗତକାଲି ରାତିରେ ସୋନପୁର ସ୍ଥିତ ଜିଲ୍ଲା କୋଷାଗାରକୁ ପହଞ୍ଚାଇଥିଲେ ଜିଲ୍ଲାପାଳ ନୃପରାଜ୍ ସାହୁ ଓ ଉପ-ଜିଲ୍ଲାପାଳ ସୌମ୍ୟାରୂପା ରଥ l ଏହି ଖୁସୀ ଓ ଚମତ୍କାର ଖବର ଗତକାଲି ସନ୍ଧ୍ୟାରେ ଜିଲ୍ଲା ତଥା ରାଜ୍ଯ ସାରା ସୁଦୂର ପ୍ରଚାର ପ୍ରସାର ହୋଇଥିବା ବେଳେ ଆଜି ଦିବା ୧ ଘଣ୍ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଭୁବନେଶ୍ୱରରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସରେ ପହଞ୍ଚିବା ପରେ ସହରବାସୀ ଓ ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଜିଲ୍ଲାପାଳ ଡ଼. ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସାମ୍ୱାଦିକ ଙ୍କୁ ସମ୍ବୋଧନ କରି କହିଲେ ଯେ, ମହାପ୍ରଭୁ ଙ୍କୁ ସିବିଆଇ କୋର୍ଟ ପାଖରୁ ଗ୍ରହଣ ଓ ଦର୍ଶନ ପରେ ଆତ୍ମ ବିଭୋର ହୋଇ ପଡିଥିଲୁ l

ପ୍ରଭୁଙ୍କ ଆଶିର୍ବାଦରୁ ଏହା ଜୀବନର ସବୁଠୁ ବଡ ସୌଭାଗ୍ୟ ଓ ସଫଳତା ବୋଲି ଅନୁଭବ କଲୁ l ନ୍ୟାୟାଳୟର ସମ୍ପୂର୍ଣ୍ଣ ସହଯୋଗରେ ଏହି ସଫଳତା ମିଳିଲା ବୋଲି ଡ଼. ସାହୁ ମତ ରଖିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବାରୁ ସିବିଆଇ ସ୍ପେସାଲ କୋର୍ଟର ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଜଜ୍ ବିନୋଦ ବିହାରୀ ସାହୁ ଏବଂ ଭୁବନେଶ୍ୱର ଏଡିଜେ-୩ କୋର୍ଟ ବିଚାରପତି ହିମାଂଶୁ ଶେଖର ମଲ୍ଲିକ, ପିପି ପ୍ରକାଶ ମିଶ୍ର, ଅଭିଳାଷଙ୍କୁ ଏବଂ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଓ ଉପ ଜିଲ୍ଲାପାଳ ଡ଼. ରଥ ଙ୍କୁ ସୁବର୍ଣ୍ଣପୁର ସହରବାସୀ ତଥା ଜିଲ୍ଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । ସହର ଓ ଜିଲ୍ଲାବାସୀ ଙ୍କ ଭିତରେ ଯେଉଁ ଆଶଙ୍କା ଥିଲା ଶ୍ରୀ ବିଗ୍ରହ ଫେରିବା ନେଇ ମା ସୁରେଶ୍ଵରୀ ଓ ଶ୍ରୀ ଗୋପାଳଜୀଙ୍କ କରୁଣାରୁ ଆଜି ତାହା ଦୂର ହୋଇଛି । ଜିଲ୍ଲାପାଳ କହିଥିଲେ ଦୀର୍ଘ ବର୍ଷ ପୁର୍ବ ଘଟଣା ଶୁଣି ଓ କିଛି ମାସର ଚମତ୍କାର ଘଟଣା ଜିଲ୍ଲା ପ୍ରଶାସନ ସହ ଜୁଡିସିଆଲ ଟିମ୍ ସବୁ ଦେଖି ଜିଲ୍ଲା ବାସୀଙ୍କ ଅସ୍ଥା ବିଶ୍ୱାସ ଓ ସୋନପୁର ମାଟି ର ମହକ ବିଷୟ ନ୍ୟାୟାଳୟରେ ତାହା ସବୁ ଅନୁଭବ କଲୁ ବୋଲି କହିଥିଲେ l ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଙ୍କ ତତ୍ଵାବଧାନ ରେ ଡିଏସପି ଚନ୍ଦ୍ରଶେଖର ଶବର ବୁଧବାର ରାତିରେ ଭୁବନେଶ୍ଵରରୁ କଡା ପୋଲିସ ସୁରକ୍ଷାରେ ଓ ସସମ୍ମାନେ ମହାପ୍ରଭୁଙ୍କୁ ଆଣି ଜିଲ୍ଲା ଟ୍ରେଜେରି ରେ ସୁରକ୍ଷିତ ଭାବେ ରଖିଥିଲେ । ସେପଟେ ଗତ ଦୁଇପୀଢ଼ି ଦେଖି ନ ଥିବାର ଭକ୍ତ ମାନେ ମୂଲ୍ୟବାନ ମୂର୍ତ୍ତି ଦର୍ଶନ ପାଇବେ ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଯାହାକି ସୋନପୁରର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ନିଶ୍ଚିତ । "ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ର ଯେଉଁ ସୁନାମ ରହିଛି" ଆଜି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା କରି ଜିଲ୍ଲାବାସୀ ଏହାର ପ୍ରମାଣ କରି ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026

You Might Also Like