-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଦଳିତ ଅତ୍ୟାଚାରିତ;  ଗୁହୁରିଆମୁଣ୍ଡା ଓ ରୁଗୁଡ଼ିମୁଣ୍ଡା ଗାଁରେ ରାସ୍ତାକୁ ନେଇ ସବର୍ଣ୍ଣ ଅସବର୍ଣ୍ଣ ବିବାଦ,ଲିଖିତ ଅଭିଯୋଗ ପରେ ମଧ୍ୟ ସ୍ଥାୟୀ ସମାଧାନ କଲାନି ପ୍ରଶାସନ

10-Dec-2025



ସ୍ଥାୟୀ ସମାଧାନ ଦାବି ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ତହସିଲ ଅଧିନସ୍ଥ ଗୁହୁରିଆମୁଣ୍ଡା ଓ ରୁଗୁଡ଼ିମୁଣ୍ଡା ଗାଁରେ ରାସ୍ତା ବିବାଦକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।ଏହାର ସମାଧାନ କରିବାପାଇଁ ନୁଆଁଖାଇ ସମୟରେ ଉଭୟ ଗାଁର ଅସବର୍ଣ୍ଣ ପରିବାର ଉପଜିଲ୍ଲାପାଳ ଓ ତହସିଲଦାର ପାଟଣାଗଡ଼ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ।କିନ୍ତୁ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ନ କରିବାରୁ ପୁଣି ବିବାଦ ଉଗ୍ର ରୂପ ନେଇଛି।ଯାହାକୁ ନେଇ ମଙ୍ଗଳବାର ଅସବର୍ଣ୍ଣଙ୍କ ପକ୍ଷରୁ ଏଲଡିଏ ଫାଉଣ୍ଡର ଲବ ସୁନାଙ୍କ ନେତୃତ୍ୱରେ ଉଭୟ ଗାଁର ଅସବର୍ଣ୍ଣ ପରିବାର ଆସି ପାଟଣାଗଡ଼ ତହସିଲ୍ବା ଘେରାଉ କରିଛନ୍ତି l ସେମାନେ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିଭିନ୍ନ ସରକାର ବିରୋଧୀ ନାରାବାଜି ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ବସିପଡି କାର୍ଯ୍ୟାଳୟ ଘେରାଉ କରିବାସହ ଏକ ପ୍ରତିବାଦ ସଭା କରିଥିଲେ। ଆନ୍ଦୋଳନକାରୀମାନେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନାମରେ ନାମରେ ନାରାବାଜି କରିଥିଲେ l ରାଜ୍ୟର ଖୋଦ୍ ଉପମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନମଣ୍ଡଳୀ ରେ ଦଳିତ ମାନେ ଅତ୍ୟାଚାରିତ ବୋଲି ଏଲ୍ ଡି ଏ ସଂଗଠନର ମୁଖ୍ୟ ଲବ ସୁନା ଅଭିଯୋଗ କରିଛନ୍ତି l ତେବେ କୌଣସି କାରଣରୁ ତହସିଲଦାର ଉପସ୍ଥିତ ନ ଥିବାରୁ ଆନ୍ଦୋଳନକାରୀ ମାନେ ରାସ୍ତା ବିବାଦର ସ୍ଥାୟୀ ସମାଧାନ ନ ହେଲେ ପନ୍ଦର ଦିନ ପରେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଫେରିଆସିଥିଲେ। ଅଭିଯୋଗନୁସାରେ ଗୁହୁରିଆମୁଣ୍ଡା ଗାଁରେ ପ୍ରଥମେ ଜଣେ ଅସବର୍ଣ୍ଣ ବ୍ୟକ୍ତି ପଞ୍ଚାୟତକୁ ଚାଉଳ ନେଇ ଆସିଥିବା ସମୟରେ ଜଣେ ସବର୍ଣ୍ଣଙ୍କ ସହ ଝଗଡା ହୋଇଥିଲା।ଏହାପରେ ଅସବର୍ଣ୍ଣ ଲୋକେ ଗାଁର ଉକ୍ତ ସବର୍ଣ୍ଣକୁ ମାଡ଼ ମାରିବାରୁ ଥାନାରେ ଅଭିଯୋଗ ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା।ପରେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା।ଯାହାକୁ ନେଇ ସବର୍ଣ୍ଣ ପକ୍ଷରୁ ଜଣେ ବ୍ୟକ୍ତି ତାଙ୍କ ରୟତି ଜମି ଯାହାକି ହରିଜନ ପଡ଼ାରୁ ଗାଁକୁ ଆସୁଥିବା ରାସ୍ତାକୁ ଗଛ ପକାଇ ଅବରୋଧ କରିଥିଲେ।ଏହାକୁ ନେଇ ଅସବର୍ଣ୍ଣ ପରିବାର ଲୋକେ ଉପଜିଲ୍ଲାପାଳ ଓ ତହସିଲଦାର ପାଟଣାଗଡ଼ଙ୍କ ଦ୍ୱାରସ୍ଥ

ହେବାପରେ ଅବରୋଧ ହଟିଥିଲା କିନ୍ତୁ ଏହାର ସ୍ଥାୟୀ ସମାଧାନ କରାଗଲାନାହିଁ।ଏବେ ସେଠାରେ ରାସ୍ତା ଉନ୍ନତି କରଣ ପାଇଁ ପାଞ୍ଚ ଲକ୍ଷ ତେୟାନବେ ହଜାର ଟଙ୍କା ଆସିଥିବା ବେଳେ ସବର୍ଣ୍ଣ ଲୋକେ କାର୍ଯ୍ୟ କରାଇଦେଉନଥିବା ଅଭିଯୋଗ ଆଣିଛନ୍ତି ଅସବର୍ଣ୍ଣ ଲୋକେ ।ଅନୁରୂପ ଭାବରେ ରୁଗୁଡ଼ିମୁଣ୍ଡା ଅସବର୍ଣ୍ଣ ବସ୍ତିରୁ ଗାଁ ପୋଖରୀକୁ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦେଇ ଯାଉଥିବା ରାସ୍ତା କୁ ରାସ୍ତା ଉନ୍ନତି କରଣ କାମ ସରିବାପରେ ଉକ୍ତ ବ୍ୟକ୍ତି ଅବରୋଧ କରିଛନ୍ତି।ଏହାକୁ ନେଇ ସେମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଯାହା ଦ୍ୱାରା ବିଶେଷତ ଅସବର୍ଣ୍ଣ ବସ୍ତିର ମହିଳାମାନେ ସ୍ନାନ,ଶୌଚ ଆଦି ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି। ସେଥିପାଇଁ ଆଜି ଉଭୟ ଗ୍ରାମର ଦଳିତ ପୁରୁଷ/ ମହିଳା ପାଟଣାଗଡ଼ ତହସିଲ ଘେରାଉ କରିଥିଲେ l ତେବେ ଏନେଇ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର ଙ୍କୁ ପଚାରିବାରୁ ଏବେ ବ୍ୟସ୍ତ ଅଛି ପରେ କହିବି ବୋଲି କହିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like