-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||     

HOME   ଜିଲ୍ଲା

*ତରଭା ପୋଲିସ ଉଦ୍ଧାର କଲା ଚୋରି ହୋଇଥିବା ୮ ଟି ବାଇକ୍ ଓ ୧ ଟି ସ୍କୁଟି*

26-Nov-2025




ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦୀର୍ଘ ମାସରୁ ବହୁ ସଂଖ୍ୟକ ବାଇକ ଓ ଚାରି ଚକିଆ ଗାଡ଼ି ଟ୍ରାକ୍ଟର ତଥା ଅନ୍ୟାନ୍ୟ ଗାଡ଼ିରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ପାର୍ଟସ୍ ଚୋରି ହେବା ବିଷୟ ଏହି ଅଞ୍ଚଳର ଲୋକେ ଅଭିଯୋଗ କରି ଆସୁଥିଲେ l ତରଭା ପୋଲିସ୍ ର ନିଷ୍କ୍ରିୟତା ଯୋଗୁଁ ବହୁ ଦିନ ଧରି ଅନେକ ଚୋରି ଅଭିଯୋଗ କରି ସୁଦ୍ଧା ଅଭିଯୋଗକାରୀ ନ୍ୟାୟ ପାଉନ ଥିବା ବିଷୟ ସାମ୍ୱାଦିକ ଓ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଥିଲେ I ଶେଷରେ  ସରଗଜ ଓ ପାଖଆଖ ଗାଁ ର ଯୁବ ଗୋଷ୍ଠୀ ଏକାଠି ହୋଇ ନିଜ ଧନ ଜୀବନ ଓ ନିଜ ଗାଁ ଲୋକଙ୍କ ସୁରକ୍ଷା ଦାୟିତ୍ବ ନିଜେ ତୁଲାଇ ବାକୁ ସଂକଳ୍ପ ନେଇଥିବା ଖବର ବ୍ଳକ ଓ ଜିଲ୍ଲା ସ୍ତରୀୟ ସାମ୍ୱାଦିକଙ୍କ ପାଖରେ ଲିଖିତ ଭାବେ ପହଞ୍ଚିଥିଲା l ଏହି ବିଷୟରେ ଲଗାତାର ଭାବେ ଅନେକ ଖବର ମଧ୍ଯ ପ୍ରସାରଣ ହୋଇଥିଲା l ସେ ଯାହା ବି ହେଉ ଧୀର ପାଣି ପଥର କାଟିଲା ଭଳି ଶେଷରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସ ଟିମ୍ ର ସହାୟତାରେ ଚୋରି ବାଇକ୍ ଉଦ୍ଧାର କେଶରେ ତରଭା ପୋଲିସକୁ ବଡ଼ ସଫଳତା ମିଳିଛି ଓ କିଛି ବାଇକ୍ ଉଦ୍ଧାର ହୋଇଛି l ଏହି ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି ୮ଟି ବାଇକ ଓ ୧ ଟି ସ୍କୁଟି ଉଦ୍ଧାର କରିଛି ତରଭା ପୋଲିସ l ଚୋରି ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ମଧ୍ଯ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତରଭା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ତରଭା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତରଭା ଏନଏସି ର ଅନ୍ତର୍ଡା ଗ୍ରାମର ଶ୍ରୀତମ ଦଳବେହେରା ଙ୍କ ପଲସର ବାଇକ ଗତ ୨୨ ଜାନୁଆରୀ ରେ ନିଜ ଘର ସମ୍ମୁଖରୁ ଚୋରି ହୋଇ ଥିବାର ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ ୩୩୨ ରେ ମାମଲା ରୁଜ୍ଜୁ କରି ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ରବୀନ୍ଦ୍ର ସାହୁ, ଶୁଭେନ୍ଦୁ ସିଂ ବାବୁ, ଏଏସଆଇ ସୁଧୀର କୁମାର ଜେନା, ଗୀତାଞ୍ଜଳି ସୁନା ଓ ଅନ୍ୟ ମାନଙ୍କୁ ନେଇ ଏକ ଟିମ ଗଠନ କରି ଚୋରି ବାଇକ ଉଦ୍ଧାର ନେଇ ତଦନ୍ତ ଆରମ୍ଭ କରିଥିଲେ I ଅଭିଯୋଗ କାରୀଙ୍କ କଳା ପଲସର ବାଇକଟି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ର ଜଳଜଡ଼ ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହେବା ପରେ ଚୋରି କରିଥିବା ଅଭିଯୋଗରେ ତରଭା ସହର ର ବିଶ୍ଵାମିତ୍ର ନାଏକ ଙ୍କ ପୁଅ ସାଗର ନାଏକ (୧୯) କୁ ଅଟକ ରଖିଥିଲେ l ତଦନ୍ତ କରିବା ପରେ ସେ ଚୋରି କରିଥିବା ୮ଟି ବାଇକ ଏବଂ ଗୋଟିଏ ସ୍କୂଟି କୁ ବିଭିନ୍ନ ସ୍ଥାନରୁ ଜବତ କରିବାରେ ଜିଲ୍ଲା ପୋଲିସ ସହାୟତାରେ ତରଭା ପୋଲିସ ସଫଳ ହୋଇଥିଲା I ଏହି ସମ୍ପର୍କରେ ତରଭା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସିସାମ୍ୱାଦିକଙ୍କୁ ସମସ୍ତ ସୂଚନା ଦେଇଛନ୍ତି I ଓ ବିଗତ ବର୍ଷ ବା ଦିନ ମାନଙ୍କ ରେ ଚୋରି ହୋଇଥିବା ଅନେକ ବାଇକ୍, ମୋବାଇଲ, ଅନ୍ୟାନ୍ୟ ସାମଗ୍ରୀ ସବୁ ଏସପି ଙ୍କ ପରାମର୍ଶ, ଉଦ୍ୟମ ଓ କୌଶଳ ରେ ତରଭା ଓ ଜିଲ୍ଲା ପୋଲିସ ର ପ୍ରଚେଷ୍ଟା ରେ ନିଶ୍ଚିତ ଭାବରେ ଉଦ୍ଧାର ହେବ ଓ ଚୋରୀ ଅସାମାଜିକ କାର୍ଯ୍ଯ କଳାପ କୁ ରୋକାଯିବ, ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଓ ଶାନ୍ତି ଫେରି ଆସିବ ବୋଲି ଏସପି ଶ୍ରୀ ନାୟକଙ୍କ ଉପରେ ଲୋକେ ଦୃଢ଼ ଆଶା ବିଶ୍ୱାସ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026

You Might Also Like