-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

 ଅଲଣ୍ଡା ସରପଞ୍ଚଙ୍କ ନିଆରା ପଦକ୍ଷେପ, ପଞ୍ଚାୟତ ର ଛାତ୍ରଛାତ୍ରୀ ଙ୍କୁ ଏଣିକି ମାଗଣା ଟ୍ୟୁସନ

06-Oct-2025



ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଏକ ଦାଦନ ପ୍ରବଣ, ମରୁଡି ପ୍ରପୀଡ଼ିତ, ଛୁଆ ବିକ୍ରୀ, ଶିଶୁବଳି ଭଲି ଅପଯଶ ପାଇଁ ବେଶ୍ ପରିଚିତ। ତେବେ ଏପରି ସ୍ଥିତିରେ ଅଲଣ୍ଡା ପଞ୍ଚାୟତ ମଧ୍ୟ ଅଛୁଆଁ ନୁହେଁ। କିଛି ବର୍ଷ ତଳେ ଧାନ ବିକ୍ରୀ ପାଇଁ ପଞ୍ଜିକରଣ କରିଥିବା ଚାଷୀ ମାନଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଥିବା ଦେଖି ତତ୍କାଳୀନ ବଙ୍ଗୋମୁଣ୍ଡା ତହସିଲଦାର ଚାଷୀ ମାନଙ୍କ ଘରକୁ ଘର ଯାଇ ସ୍ଥିତି ଦେଖି ଅବାକ୍ ହୋଇଯାଇଥିଲେ। କାରଣ ପେଟପାଟଣା ପାଇଁ କିଏ ଘରେ ପାଠ ପଢୁଥିବା ଝିଅ ସାଙ୍ଗରେ ଛୋଟ ଛୋଟ ଶିଶୁମାନଙ୍କୁ ଛାଡି କାମ ଅନ୍ବେଷଣରେ ବାହାର ରାଜ୍ୟ ଯାଇଛି ତ କିଏ ବୃଦ୍ଧ ବୃଦ୍ଧା ମାନଙ୍କ ଭରସାରେ ଛୋଟ ଛୋଟ ଶିଶୁମାନଙ୍କୁ ଛାଡି ଯାଇଛି। ଆଉ କିଛି ଘରମାନଙ୍କରେ ତାଲା ଝୁଲୁଥିବା ଭଲି ସ୍ଥିତି ଦେଖାଯାଇଥିଲା। ଘଟଣାଟି ଗଣମାଧ୍ୟମ ର ପୃଷ୍ଠା ମଣ୍ଡନ କରିବାପରେ ଏକ ୧୦ ମ ପଢୁଥିବା ଝିଅ ପ୍ୟାକ୍ସ ରେ ନିଜ ବାପା ନାଁ ରେ ଥିବା ଧାନ ବିକ୍ରୀ କରିଥିଲା। ଏପରି ଏକ ପଞ୍ଚାୟତ ରେ ଶିକ୍ଷା ଅପେକ୍ଷା ପେଟପାଟଣା ଗୁରୁତ୍ବପୂର୍ଣ୍ଣ। ସରକାର ମନରେଗା ଯୋଜନାରେ କାମ ଯୋଗାଇ ଦେଉଥିବାରୁ ବର୍ତ୍ତମାନ ସ୍ଥିତି ଗୋଟିଏ ପ୍ରକାର ଠିକ୍ ଥିଲେ ହେଁ ଶିକ୍ଷା କୁ ପ୍ରାଥମିକତା ଜରୁରୀ ଅଟେ।
ତେଣୁ ଅଲଣ୍ଡା ପଞ୍ଚାୟତ ସରପଞ୍ଚ ନିବେଦିତା ବାଗ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏଣିକି ଅଲଣ୍ଡା ପଞ୍ଚାୟତ ରେ ଥିବା ମାଟ୍ରିକ ୧୦ ମ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ (କୋଚିଂ) ଟ୍ୟୁସନ ପଢାହେବ। ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟର ଏକ କୋଠା କୁ ବହୁତ ସୁନ୍ଦର ଭାବେ ବିଭିନ୍ନ ଗଠନମୂଳକ ଚିତ୍ର ତଥା ମୋଟିଭେସନ ଲେଖା କାନ୍ଥ ମାନଙ୍କରେ ଲଗାଯାଇଛି। ଫଳରେ କୋଠରୀ ଭିତରକୁ ପ୍ରବେଶ କଲାମାତ୍ରେ ପାଠପଢ଼ା ପାଇଁ ପରିବେଶ ଅନୁକୂଳ ଥିଲା ଭଲି ମନେ ହେଉଛି। ଏ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀ ଙ୍କ ପ୍ରସିଦ୍ଧ ଦଶହରା ଯାତ୍ରାର ବିଜୟା ଦଶମୀ ଦିନ ଶୁଭାରମ୍ଭ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ୟୂନିଅନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନୀଲ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅଲଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ରାଉତରାୟ , ମାନସ ରଞ୍ଜନ ପୁରୋହିତ, ଜ୍ଞାନେନ୍ଦ୍ର ସ୍ବାଇଁ, ଯୁବନେତା ଯୁବରାଜ ବାଗ , ସମସ୍ତ ଓ୍ବାର୍ଡ ସଭ୍ୟ ଓ ସଭ୍ୟା, ପଞ୍ଚାୟତ ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ପଞ୍ଚାୟତ ର ଅଭିଭାବକ ତଥା ସମସ୍ତ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like