-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||     

HOME   ରାଜ୍ୟ

କଟକରେ ୫୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଖବର ପଛର ଅସଲ କାହାଣୀ କ’ଣ ? ପଢନ୍ତୁ ଅସହାୟତାର କରୁଣ କାହାଣୀ

28-Jan-2021



କଟକ (ଦୀପକ କୁମାର ଷଡଙ୍ଗୀ): କଟକରେ ୫୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଖବର ପଛର ଅସଲ କାହାଣୀ କ’ଣ , ବୁଝିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ ୭ଟିମ୍‌ । ତେବେ ପରିବାର ଲୋକେ ଶିଶୁକନ୍ୟା ବିକ୍ରି କଥାକୁ ଅସ୍ବିକାର କରିଥିବା ବେଳେ ସାମ୍ନାକୁ ଆସିଛି ଅସହାୟତାର କରୁଣ କାହାଣୀ । ଯାହାକୁ ଆମ ବ୍ୟବସ୍ଥା, ଆମ ପ୍ରଶାସନ ଗୁରୁତର ସହ ବୁଝିବା ଦରକାର ।

କଟକରୁ ଗୋଟେ ବ୍ରେକିଂ ନ୍ୟୁଜ୍‌ ଆସିଲା । ୫୦ହଜାର ଟଙ୍କାରେ ବିକ୍ରି ହୋଇଛି ଶିଶୁକନ୍ୟା । ଏହି ଖବର ପଛର ମୂଳ ସହ ଜଡ଼ିତ ଦୁଇ ଚରିତ୍ର ବନିତା ଆଉ ତାଙ୍କ ସ୍ବାମୀ କୈଳାଶ ନାୟକ ଆମ ପାଇଁ ନୂଆ ନଥିଲେ । କାରଣ ଗଲାବର୍ଷ ଅର୍ଥାତ୍‌ ୨୦୨୦ ଜୁଲାଇ ୧୦ରେ ନ୍ୟୁଜ୍‌ ୭ ଏହି ଶିଶୁକନ୍ୟାର ଅସହାୟ ଦମ୍ପତ୍ତିଙ୍କ ଖବର ପ୍ରଶାରଣ କରିଥିଲା ।ସେମାନଙ୍କ ଅଭାବ ଅସୁବିଧା ପ୍ରସଙ୍ଗକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ନଜରକୁ ଆଣିବାକୁ ଚେଷ୍ଟା କରିଥିଲା । ତଥାପି ନା’ ନେତା ନା’ ପ୍ରଶାସନ କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ ।

କଟକ କାଠଯୋଡ଼ି ବିହାର ବସ୍ତିରେ ଧୁଳିଧୁଷର ହୋଇ ବୁଲୁଛନ୍ତି ୪ ଝିଅ । ଏମାନେ ସମସ୍ତେ ହେଉଛନ୍ତି  ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଥିବା ଶିଶୁକନ୍ୟାର ମାଆ ବନିତାଙ୍କ ସନ୍ତାନ । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବା ବେଳେ ଏକ ଦୁର୍ଘଟଣାର ଶିକାର ବନିତା ଓ ତାଙ୍କ ସ୍ବାମୀ ଏବେ ଅକର୍ମଣ୍ୟ । ରୋଜଗାର ବୋଲି କିଛି ନାହିଁ । ଏମିତିରେ ୪ ଚାରିଟା ସନ୍ତାନଙ୍କ ଲାଳନପାଳନ ଦାୟିତ୍ବ । କେମିତି ଏହି ପିଲାମାନଙ୍କୁ ପାଳିବେ ତାକୁ ନେଇ ସନ୍ଦିହାନ୍‌ ହୋଇପଡ଼ିଛନ୍ତି ବନିତା ଓ ତାଙ୍କ ସ୍ବାମୀ । ସାହି ପଡ଼ିଶା ହାତଟେକି କେହି କିଛି ଖାଦ୍ୟ ଦେଲେ ପିଲାଙ୍କ ପେଟରେ ପଡ଼େ, ନହେଲେ ଉପାସରେ ଦିନ କଟେ ।

କେତେ ଦିନ ଏମିତି ଅଭାବ ଅନଟନ ଭିତରେ ଚଳିବେ ତା’ର ବି କିଛି ହିସାବ ନାହିଁ । ଏମିତିରେ ପିଲାଙ୍କ ପେଟର ଭୋକ ଏହି ଦମ୍ପତ୍ତିଙ୍କୁ ଡହଳ ବିକଳ କରୁଛି । ପିଲା ପାଳିବାକୁ ଅସହାୟ ବନିତା ଶେଷରେ ଏକ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେବାକୁ ବାଧ୍ୟ ହୋଇଥିଲେ । ଭାବିଥିଲେ ତାଙ୍କ ପାଖରେ ଭୋକ ଉପାସରେ ରହୁଥିବା ଶିଶୁକନ୍ୟା ପରଘରେ ଅନ୍ତତଃ ଖାଦ୍ୟ ଟିକେ ତ ପାଇବ । କୌଣସି ଟଙ୍କା ଲୋଭରେ ସେ ତାଙ୍କ ଶିଶୁକନ୍ୟାକୁ ବିକ୍ରି କରିନାହାନ୍ତି । ବରଂ ନିଜର ଅସହାୟତା ପାଇଁ  ଅନ୍ୟ ଉପରେ ଭରସା କରିବାକୁ ବାଧ୍ୟ ହୋଇଛନ୍ତି ।     

ନିଜ ଅସହାୟତା ପାଇଁ ପରହାତକୁ ନିଜ ସନ୍ତାନକୁ ଟେକି ଦେବାକୁ ବାଧ୍ୟ ହୋଇଥିଲେ ଏହି ଦମ୍ପତ୍ତି । ପୂର୍ବରୁ ଯେତେବେଳେ ନ୍ୟୁଜ୍‌ ୭ ଏହି ଅସହାୟ ପରିବାରର କାହାଣୀ ଦେଖାଇଥିଲା, ପ୍ରଶାସନର ସହାୟତା ଲୋଡ଼ିଥିଲା, ସେତେବେଳ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥାନ୍ତା, ତାହେଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସରକାରଙ୍କ ମାଳ ମାଳ ଗରିବ କଲ୍ୟାଣ ଯୋଜନା ଥିବା ସତ୍ବେ କାହିଁକି ଏହା ବନିତା ଓ କୈଳାଶଙ୍କ ଭଳି ଅସହାୟଙ୍କ ପାଖରେ ପହଞ୍ଚୁନି ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026

You Might Also Like