-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
03-Oct-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଐତିହାସିକ ପୋଡ଼ାଗଡ ପୀଠ ଠାରେ ମହା ଆଡମ୍ବରରେ ପାଳିତ ହେଲା ଆଦିବାସୀ ଦଶହରା ଏହି ଅବସରରେ ମା ଦନ୍ତେଶ୍ୱରି , ଭୈରବ ଓ ଖମ୍ବେଶ୍ୱରୀଙ୍କ ବିମାନ ଓ ଗାଦି ମାଙ୍କ କୂର୍ଚି ଉମରକୋଟ ଗୁଲୀପାଟଣା ସ୍ଥିତ ଶ୍ରୀ କୈଳାସ ଚନ୍ଦ୍ର ବେହେରାଙ୍କ ବାସ ଗୃହରୁ ବାହାରି ପୋଡ଼ାଗଡରେ ପହଞ୍ଚିଲା ପରେ ଦଶହରା ଉତ୍ସବ ପାଳିତ ହେଉଛି।
ଏହି ଅବସରରେ ବଡ଼ କୁମାରୀର ପୂଜକ ଶ୍ରୀ ସଲିମ୍ ଧର ପୂଜାରୀ ,ପୋଡ଼ଗଡ ର ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ ବିଂଝାଲ ପୂଜାରୀ , ନାରାୟଣ ପୂଜାରୀ , ପୂର୍ଣ୍ଣ ପୂଜାରୀ ଲକ୍ଷ୍ମଣ ପୂଜାରୀଙ୍କ ସମେତ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତରା ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ପରଗଣିଆ ମାଝୀ ମହେନ୍ଦ୍ର ମାଝୀ ଓ ବଳ ଗଣ୍ଡା ଯୋଗ ଦେଇଥିବା ବେଳେ ସୀଙ୍ଗିସରି ଗ୍ରାମର ଘୋଡ଼ା ପଟୁଆର ରେ ଯୋଗଦେଇ ପଡ଼ାଗଡ ର ମଙ୍ଗଳା ମନ୍ଦିର ରୁ ବାହାରି ଭଙ୍ଗାରାମ ମନ୍ଦିର ରେ ପହଞ୍ଚି ଦଶହରା ଉତ୍ସବ ପାଳିତ ହୋଇଥିଲା। ଏହି ପରମ୍ପରିକ ଦଶହରାରେ ସ୍ଥାନୀୟ ଅଂଚଳର ଶତାଧିକ ଭକ୍ତ ଉପସ୍ଥିତି ଥିଲେ।