-+91-9937148622 |

prerana_bgr@rediffmail.com |

  Wednesday 21st January 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ମାଗଣା ଚକ୍ଷୁ ସହାୟକ   (21-Jan-2026)       ||      ଡାବୁଗାଁ କ୍ଷତ୍ରିୟ ଧାକଡ ସମାଜ ସଭାପତି ହେଲେ ପଦ୍ମ ସିଂହ   (21-Jan-2026)       ||      କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   (21-Jan-2026)       ||      ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର    (21-Jan-2026)       ||      ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   (21-Jan-2026)       ||      ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   (21-Jan-2026)       ||      ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର    (21-Jan-2026)       ||      ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Jan-2026)       ||      *ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   (20-Jan-2026)       ||      ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   (20-Jan-2026)       ||      ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ    (20-Jan-2026)       ||      *ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   (20-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   (20-Jan-2026)       ||      ନୂଆପଡା ବିଧାନସଭା ବିକାଶ ସମିତି ବୈଠକ ଅନୁଷ୍ଠିତ l ସମର୍ପିତ ଭାବରେ ଲୋକଙ୍କ ସେବା କରିବା ପାଇଁ ଅଧିକାରୀ ମାନଙ୍କୁ ବିଧାୟକଙ୍କ ଆହ୍ବାନ   (20-Jan-2026)       ||      ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଙ୍କ ଯୋଗଦାନ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ଫାସଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୦ତମ ବାର୍ଷିକ ଉତ୍ସବ ପାଳିତ   (20-Jan-2026)       ||      ସର୍ବ ଜନ୍ ସ୍ୱାସ୍ଥ୍ୟ ମନ୍ କାର୍ଯ୍ୟକ୍ରମ   (20-Jan-2026)       ||     

HOME   ଜିଲ୍ଲା

ପ୍ରେରଣା ନ୍ୟୁଜ୍ ପୋର୍ଟାଲର ପଂଚମ ପ୍ରତିଷ୍ଠା ଦିବସ ପାଳିତ 

03-Oct-2025



ବଲାଙ୍ଗୀର(ପ୍ରେରଣା ଖବର)- ପ୍ରେରଣା ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ମିଡିଆର ପଂଚମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଟାଉନ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ଆଜିର ଡିଜିଟାଲ ଯୁଗରେ ପାଠକଙ୍କ ପାଖରେ ଶୀଘ୍ର ଖବର ପହଂଚାଇବା ପାଇଁ ସୋସିଆଲ ମିଡିଆ ଓ ନ୍ୟୁଜ୍ ପୋର୍ଟାଲ ତଥା ୟୁଟ୍ୟୁବ ଚେନାଲ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି ବୋଲି କହିବା ସହ ପ୍ରେରଣାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସମ୍ମାନିତ ଅତିଥି

ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଜିଲ୍ଲାର ସମସ୍ୟାଭିତ୍ତିକ ଖବରକୁ ଉତ୍‌ଥାପନ କରିବା କ୍ଷେତ୍ରରେ ପ୍ରେରଣା କାର୍ଯ୍ୟ କରୁ ଓ ଅଧିକରୁ ଅଧିକ ପାଠକଙ୍କ ପାଖରେ ପହଂଚୁ ବୋଲି ମତ ଦେଇ, ପ୍ରେରଣାକୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।  ଅନ୍ୟତମ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ ଏବଂ ସ୍କୁଲର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ର ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।   ଶିକ୍ଷାବିତ୍ ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଗଣେଶ, ମହାତ୍ମାଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମାରୋହର ଶୁଭାରମ୍ଭ କରିଥିଲେ । ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ

ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ପ୍ରେରଣା ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବୀରମହାରାଜପୁରର କବି ଜଜ୍ଞେଶର ବିଶିଙ୍କ ଲିଖିତ ଭକ୍ତିରସାତ୍ମକ ପୁସ୍ତକ ‘ପଦ୍ମ ପାଖୁଡା’ ଉନ୍ମୋଚନ ହୋଇଥିଲା । ମାରୱାଡି ସମ୍ମେଳନର ବଲାଙ୍ଗୀର ଶାଖା ର ଅଧ୍ୟକ୍ଷ ସଂଜୟ ଅଗ୍ରୱାଲ, ଶିକ୍ଷୟିତ୍ରୀ ଧରିତ୍ରୀ ସାହୁ, ଆଗଲପୁର ବ୍ଲକ ଝରଣୀପାଲିର ପଂଚାୟତର ସରପଂଚ ସୁନୀତା ସାହୁ, ଶିକ୍ଷକ ଭକ୍ତଚରଣ ନାଏକ, ସାମ୍ବାଦିକ ନବୀନ ପଶାୟତ, ମହେନ୍ଦ୍ର ପ୍ରଧାନ, ତୁଷୁରାର ସାମ୍ବାଦିକ ମନୋଜ ଜୈନ, ଅରବିନ୍ଦ ସାହୁ, ପ୍ରବୀଣ ମହାନ୍ତି, ଉଷୁ  ଖେଳାଳିି ସୁଶ୍ରୀ ସୁହାନୀ ଗୁରହାଣ୍ଡି, କୁନି କେସିଓ ବାଦକ  ସ୍ଵୟଂ ସମ୍ପନ୍ନ ଖମାରୀ, ଆପ୍ରାଇଜ୍ ଗୃପ୍ ଇନଷ୍ଟିଚ୍ୟୁସନ୍ କୁ ପ୍ରେରଣା ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାକୁ ଅଂଜଳି ବାରିକ ସଂଯୋଜନା କରିଥିବା ବେଳେ ରଂଜିତ ମିଶ୍ର, ରତ୍ନମୟ ତ୍ରିପାଠୀ, ସ୍ୱରୂପାରାଣୀ ଠାକୁର, ବିନୋଦ ଦୀପ, ଦୁର୍ଯ୍ଯୋଧନ ପଶାୟତ, ରାମନାରାୟଣ ଦାଶ ପ୍ରମୁଖ ସହଯୋଗ କରିଥିଲେ । ଶେଷର ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।   ଏହି ସମାରୋହରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ କବିଲେଖକ ମାନେ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ମାଗଣା ଚକ୍ଷୁ ସହାୟକ   21-Jan-2026
  ଜିଲ୍ଲା  
ଡାବୁଗାଁ କ୍ଷତ୍ରିୟ ଧାକଡ ସମାଜ ସଭାପତି ହେଲେ ପଦ୍ମ ସିଂହ   21-Jan-2026
  ଜିଲ୍ଲା  
କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   21-Jan-2026
  ଜିଲ୍ଲା  
ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର   21-Jan-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   21-Jan-2026
  ଜିଲ୍ଲା  
ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   21-Jan-2026
  ଜିଲ୍ଲା  
ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର   21-Jan-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   21-Jan-2026
  ଜିଲ୍ଲା  
*ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   20-Jan-2026
  ଜିଲ୍ଲା  
ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   20-Jan-2026
  ଜିଲ୍ଲା  
ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ   20-Jan-2026
  ଜିଲ୍ଲା  
*ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   20-Jan-2026

You Might Also Like