-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||     

HOME   ରାଜ୍ୟ

୧୦ ବର୍ଷ ପୂର୍ବର ଘୋଷଣା କାର୍ଯ୍ୟକାରି କଲାନାହିଁ ବିଜେଡି ସରକାର, ବିପକ୍ଷରେ ଥିଲା ବେଳେ ଦାବି, ଶାସନ କୁ ଆସିଲେ ପଛଘୁଞ୍ଜା ଦେଲା ବିଜେପି: ସମରେନ୍ଦ୍ର

26-Aug-2025



ବଲାଙ୍ଗିର(ପ୍ରେରଣା ଖବର): ୨୦୧୪ ମସିହା ବିଧାନସଭାରେ କେବିକେ ରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଘୋଷଣା କରି ଥିଲେ ମହାମହିମ ରାଜ୍ୟପାଳ କିନ୍ତୁ ବିଜେଡି ସରକାର ନିଜ କଥାକୁ କାର୍ଯ୍ୟକାରୀ ନ କରି ବଲାଙ୍ଗିର ପ୍ରତି କଲା ବେଇମାନି । ଯଦିଓ ସରକାର ଏକ ନିରନ୍ତନ ପ୍ରକ୍ରିୟା ବର୍ତ୍ତମାନର ମୋହନ ସରକାର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ କେବିକେର ବଲାଙ୍ଗିର ଅଂଚଳରେ ଦାବି ମୁତାବକ ସ୍ଥାପନ କରିବା କଥା କିନ୍ତୁ ଦୁଃଖର ବିଷୟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଯିଏ କି ବର୍ତ୍ତମାନ ସରକାର ରେ କୃଷି ବିଭାଗ ଦାୟିତ୍ୱରେ ଅଛନ୍ତି , ବିରୋଧିରେ ଥିଲା ବେଳେ ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତତ୍କାଳିନ ବିରୋଧି ଦଳନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଯାଇ କୃଷି ବିଶ୍ୱ ବିଦ୍ୟାଳୟ ଦାବି ଜଣାଇଥିଲେ କିନ୍ତୁ ବର୍ତ୍ତମାନ ସରକାର କୁ ଆସିି ବଲାଙ୍ଗିର ର ନ୍ୟାର୍ଯ୍ୟ ଦାବିକୁ କରିଛନ୍ତି ଉପେକ୍ଷା । ଏଣୁ ବଲାଙ୍ଗିରବାସୀ ଜାଣିବା ଦରକାର ଯେପରି ୧୦ବର୍ଷ ପୂର୍ବର ଘୋଷଣା କୁ କାର୍ଯ୍ୟକାରୀ ନ କରି ବିଜେଡି ସରକାର ବଲାଙ୍ଗିର ପ୍ରତି ବେଇମାନି କରିଛି ଠିକ୍ ସେହିପରି ବିଜେପି ସରକାର ର ଉପମୁଖ୍ୟମନ୍ତ୍ରୀ ଯେ କି ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ବିରୋଧିରେ ଥିଲା ବେଳେ କୃଷି ବିଶ୍ୱ ବିଦ୍ୟାଳୟ ଦାବି ଓ ସରକାରକୁ ଆସିଲା ପରେ ନ୍ୟାର୍ଯ୍ୟ ଦାବିରୁ ପଛଘୁଞ୍ଜା ଦେଇ ବଲାଙ୍ଗିର ବାସୀଙ୍କୁ ଉପେକ୍ଷା କରିଛନ୍ତି ବୋଲି ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଅଫିସ ସମ୍ମୁଖରେ ଅନୁଷ୍ଠିତ କୃଷି ବିଶ୍ୱ ବିଦ୍ୟାଳୟ ଦାବିକୁ ନେଇ ବିକ୍ଷୋଭ ସମାବେଶରେ ଯୋଗ ଦେଇ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ଉଭୟ ବିଜେଡି ଓ ବିଜେପି ନେତୃତ୍ୱ ବିରୁଦ୍ଧରେ ଗର୍ଜିଛନ୍ତି । ଏହି ସମାବେଶ ରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗିର ଏକ କୃଷି ପ୍ରଧାନ ଜିଲ୍ଲା ଏଠାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହୋଇପାରିଲେ କୃଷି ସମ୍ବନ୍ଧୀୟ ଗବେଷଣା ସମ୍ଭବ ହେବ । ଆମ ଅଂଚଳ କମ୍

ବୃଷ୍ଟିପାତ ଅଂଚଳ ହୋଇଥିବାରୁ କମ୍ ପାଣି ଦରକାର ହେଉ ଥିବା ବିଭିନ୍ନ ଫସଲର ବିହନ ଉଦ୍ଭାବନ କରିବାରେ ଏହା ସହାୟକ ହେବ, ତା ସହ ପଶୁ ମତ୍ସ୍ୟ ପାଳନ ଦିଗରେ ନୂତନ କୌଶଳ ପ୍ରୟୋଗ ପାଇଁ କୃଷି ବିଶ୍ୱ ବିଦ୍ୟାଳୟର ଗବେଷଣା ରାସ୍ତା ଦେଖାଇବ ଯାହା ଦ୍ୱାରା କି ଏ ଅଂଚଳର ସମଗ୍ରୀକ ଅର୍ଥନୈତିକ ବିକାଶ ସାଙ୍ଗକୁ କୃଷି ଓ କୃଷକର ଉନ୍ନତି ହେବ କିନ୍ତୁ ଦୁଃଖର ବିଷୟ ୨୦୧୪ ମସିହାରେ କେବିକେରେ ଘୋଷଣା ହୋଇଥିବା କୃଷି ବିଶ୍ୱ ବିଶ୍ୱବିଦ୍ୟାଳୟ ସ୍ଥାପନକୁ ନେଇ କୌଣସି ପଦକ୍ଷେପ ନ ନେବା ବଲାଙ୍ଗିର ପ୍ରତି ଯେପରି ବିଜେଡି ଦଳ ବେଇମାନି କରିଛି ତାକୁ ଲୋକ ଭୁଲିବେ ନାହିଁ । କେବଳ ସେତିକି ନୁହେଁ ବିଧାନସଭାରେ ତତ୍କାଳିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରତ୍ୟେକ ଅଧିବେଶନ ରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି କରିଆସୁଥିଲେ କିନ୍ତୁ ତତ୍କାଳିନ ବିଜେଡି ସରକାର ସେ ଦାବିକୁ ଅଣଦେଖା କରିଛି । ଏପରି ବିଜେପି ସରକାରକୁ ଆସିଲା ପରେ ମଧ୍ୟ ବର୍ତ୍ତମାନ ର ଉପମୁଖ୍ୟମନ୍ତ୍ରୀ ଯେଏ କି କୃଷି ବିଭାଗ ଦାୟିତ୍ୱରେ ଅଛନ୍ତି ବଲାଙ୍ଗିର ର ନ୍ୟାର୍ଯ୍ୟ ଦାବି ପ୍ରତି ଆଖି ଓ କାନ ବନ୍ଦ କରିଦେଇ ଓଲଟା ତାଙ୍କ ସ୍ଥାନୀୟ ନେତୃତ୍ୱମାନେ କୃଷି ବିଶ୍ୱ ବିଦ୍ୟାଳୟ ପାଇଁ ବଲାଙ୍ଗିର ରେଭିତ୍ତିଭୂମି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିବା ଅତି ଦୁଃଖଦାୟକ ବୋଲି ସମରେନ୍ଦ୍ର କହିଛନ୍ତି । ଜିଲ୍ଲାରେ ଅସନ୍ନ ମରୁଡିକୁ ନେଇ କ୍ଷେତ୍ର ପରିଦର୍ଶନ କରି ସମରେନ୍ଦ୍ର କହିଛନ୍ତି ଯେତେ ଶିଘ୍ର ହେବ ଚାଷୀ କରିଥିବା ଫସଲବୀମାର ବୀମାରାଶି ସରକାର ପ୍ରଦାନ କରିବାର ବ୍ୟବସ୍ଥା କରୁ କାରଣ ପ୍ରାୟତଃ ଅଂଚଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲ ମରିବାରେ ଲାଗିଛି । ଯାହା କିଛି ବି ବଂଚିଛି ସାର ବିହନର ଅଭାବ ଓ କଳାବଜାରି ଚାଷୀ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ତେଣୁ ସରକାର ଯେତେ ଶିଘ୍ର ହେବ ଏହାର ପ୍ରତିକାର କରୁ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଂଯୋଜନା ରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବିଶ୍ୱ ବିଦ୍ୟାଳୟ ଦାବି ପ୍ରତି ବର୍ତ୍ତମାନ ସରକାର ର ଆଭିମୁଖ୍ୟ କୁ ନେଇ କଂଗ୍ରେସ ନେତା ବିରେନ୍ଦ୍ର ବାଗ, ଓମ୍ ପ୍ରକାଶ କୁମ୍ଭାର, ଦିଲିପ ବେହେରା, ଉମାଶଙ୍କର ପଣ୍ଡା, ଅଜୟ ବାଲି, ରାମ ମିଶ୍ର, ରାମଜୀ ଚୈାଧୁରି, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଶ୍ରୀଧର ବାରିକ, ନାସିର ଖାନ, କାନ୍ତେ ପ୍ରଧାନ, ପପୁ ପାତ୍ର, ହୃଦାନନ୍ଦ ମାଝି, ଚିନ୍ମୟ ବେହେରା ପ୍ରମୁଖ ସରକାରଙ୍କ ବିରୁଦ୍ଧରେ ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ନେତା ମନୀଷ ମିଶ୍ର, ସନ୍ତକ ବହିଦାର, ମୁକେଶ ଜୈନ, ଅସୀତ ମିଶ୍ର, ବିପିନ କୁଶଲିଆ, ସରୋଜ ରଥ, ସବିତା ଶତପଥି, ଅନ୍ନପୂର୍ଣ୍ଣା ବଢିଆ, ଆରତିପ୍ରୀତି ନାଗ, କୈଳାସ ମିଶ୍ର, ସଂର୍କିର୍ତ୍ତନ ମେହେର, ଉପେନ ଦୀପ, ମନବୋଧ ହରପାଲ, ଜୁଲୁ ପଟ୍ଟନାୟକ, ପ୍ରଦୋଶ ପାଣିଗ୍ରାହୀ, ଖିରସାଗର ବର୍ମା, ଅରବିନ୍ଦ ସାହୁ, ଉମାକାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ । ବିକ୍ଷୋଭ ସମାବେଶ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୃଷି ବିଶ୍ୱ ବିଦ୍ୟାଳୟ ଦାବୀ ସମ୍ବନ୍ଧୀୟ ଏକ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026

You Might Also Like