-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
08-Jul-2025
ନୂଆପଡ଼ା(ପରମେଶ୍ଵର ମେହେର): ଓଡ଼ିଶା ସୀମା ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରେ କୁମ୍ବୀ ଅପରେସନ ସମୟ ରେ ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ବିପୁଳ ପରିମାଣ ରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆଜି ନୂଆପଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡି ସୁଚନା ଦେଇଛନ୍ତି। ନିର୍ଦ୍ଦିଷ୍ଟ ଗୋଇନ୍ଦା ସୂତ୍ର ରୁ ଖବର ପାଇ ନୁଆପଡ଼ା ପୋଲିସ ମିଳିତ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଡିଭିଏଫ ଫୋର୍ସ ଦ୍ବାରା ସିନାପାଲି ଥାନା(ଓଡ଼ିଶା-ଛତିଶଗଡ଼) ସୀମା ଅନ୍ତର୍ଗତ ନାରାୟଣ ଡୋଙ୍ଗରୀ ପାହାଡ ରୁ ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ଗୋଟିଏ ଟିଫିନ୍ ଆଇଇଡି, ୨୦ଖଣ୍ଡ ଜିଲେଟିନ ଷ୍ଟିକ୍, ଇଲେଟ୍ରିକ ଡିଟୋନେଟର, ବିଦ୍ୟୁତ ତାର, ଟର୍ଚ୍ଚ ଲାଇଟ,ପଲିନ ସିଟ ସହ ଅନ୍ୟାନ୍ୟ ମାଓ କ୍ୟାମ୍ପ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ଆଇଇଡି ସୂଚାଇ ଦେଉଛି ଯେ ପୋଲିସ ବାହିନୀ ଉପରେ କିଛି ବଡ ହିଂସାତ୍ମକ ଅଘଟଣ ଘଟାଇବା ଉଦ୍ଧେଶ୍ୟ ରେ ମାଓବାଦୀମାନେ ନାରାୟଣ ଡୋଙ୍ଗରି ପାହାଡ ରେ ମେଳିବାନ୍ଧୀ ବୈଠକ କରିଥିଲେ । ନୂଆପଡ଼ା ପୋଲିସ ର ସମୟୋଚିତ ସତର୍କତା ଅବଲମ୍ବନ ଦ୍ବାରା ଏକ ନିର୍ଦ୍ଦିଷ୍ଟ ଆକ୍ରମଣ ପୁର୍ବରୁ ମାଓବାଦୀ ଙ୍କ ଯୋଜନାକୁ ଭଣ୍ଡୁର କରିବାରେ ସକ୍ଷମ ହୋଇଛନ୍ତି। ମାଓକ୍ୟାମ୍ପ ଠାବ ପରେ ଉପରୋକ୍ତ ଅଞ୍ଚଳ ରେ କୁସିଂ ଅପରେଶନ ଜୋରଦାର କରାଯାଉଛି।