-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
02-Jun-2025
ବଲାଙ୍ଗିର(ପ୍ରେରଣା ଖବର):- ଶୀତଳ ଷଷ୍ଠୀ ମହୋତ୍ସବ ପାଳନ ଅବସରରେ ବଲାଙ୍ଗିର ତହସିଲ କୋର୍ଟ ସମ୍ମୁଖରେ ଅନ୍ନ ପ୍ରସାଦ ବଣ୍ଟନ ହୋଇଯାଇଛି।ବଲାଙ୍ଗିର ଓକିଲ,ମୁନସୀ,ଷ୍ଟାମ୍ପ ଭେଣ୍ଡର,ଦଲିଲ ଲେଖକ ମାନଙ୍କ ମିଳିତ ଆନୁକୂଲ୍ୟରେ ଦିନ ୧୧ ରୁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ହୋଇଥିଲା।ସମସ୍ତଙ୍କ ମିଳିତ ଉଦ୍ୟମ ରେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ଭକ୍ତ ଅନ୍ନ ପ୍ରସାଦ ସେବନ କରିଥିଲେ।ବଲାଙ୍ଗିର ରେ
ଗ୍ରୀଷ୍ମ ର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଶୀତଳ ଷଷ୍ଠୀ ମହୋତ୍ସବ ଦର୍ଶନ କରିବା ପାଇଁ ଆସିଥିଲେ।ସାଙ୍ଗରେ ଛୋଟ ଶିଶୁ ତଥା ପରିବାର ଲୋକମାନେ ମଧ୍ୟ ଆସିଥିଲେ।ପ୍ରଚଣ୍ଡ ରୌଦ୍ରତାପରେ ଶିବ ବିବାହ ଉତ୍ସବ ଉପଭୋଗ କରିଥିଲେ।ଶ୍ରଦ୍ଧାଲୁ ଭକ୍ତ ମାନଙ୍କ ପାଇଁ ବଲାଙ୍ଗିର ର ଉପରୋକ୍ତ ସଂଘ ମାନଙ୍କ ମିଳିତ ଉଦ୍ୟମ ରେ ଅନ୍ନ ବଣ୍ଟନ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ ହୋଇଥିଲା।ବଲାଙ୍ଗିର ଓକିଲ,ମୁନସୀ, ଷ୍ଟାମ୍ପ ଭେଣ୍ଡର୍ ଓ ଦଲିଲ ଲେଖକ ମାନଙ୍କ ଏହି ମହତ୍ କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଥିଲେ।