-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସହର ଆଖପାଖ ଗ୍ରାମ ନିକଟ ଜମି ମାନଙ୍କରେ ଚାଲିଛି କାଠରେ ଇଟା ପୋଡ଼ା,ଜଙ୍ଗଲ ରହିବ ତ?

02-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ସହର ଉତ୍ତପ୍ତ ସହର ଭାବେ ପରିଗଣିତ। ଜଙ୍ଗଲ ବିଭାଗର ଅବହେଳା ଯୋଗୁଁ ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ଗୁଡ଼ିକ କଟି ପଦା ହେବାକୁ ବସିଲାଣି।ବର୍ତ୍ତମାନ ଗ୍ୟାସର ଯୁଗ। ଏଣୁ ପ୍ରାୟ ଲୋକେ ରାନ୍ଧିବା ପାଇଁ କାଠ ପରିବର୍ତ୍ତେ ଗ୍ୟାସ ବ୍ୟବହାର କରୁଛନ୍ତି।ଗଛ କଟିବାର ଅନେକ କାରଣ ଅଛି।ସରକାର ରାସ୍ତା ପ୍ରଶସ୍ତିକରଣ ନାମରେ ଶହ ଶହ ଦରକାରୀ ପୁରୁଣା ବୃକ୍ଷ ବେଧଡକ କାଟି ପକାଇଥିବା ଜିଲ୍ଲା ପ୍ରତି ଅଭିଶାପ। ସହର ଠୁଁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ଲୋକ ଗୃହ ନିର୍ମାଣ ପାଇଁ କାଠରେ ତିଆରି ଚଉକାଠ, କବାଟ, ଝରକା ବ୍ୟବହାର କରୁଥିବା ଦେଖିବାକୁ ମିଳେ। ଅନେକ କାଠ ସାମଗ୍ରୀ ତିଆରି କାରଖାନା ବଲାଙ୍ଗିର ତଥା ଜିଲ୍ଲାର ଅନେକ ସ୍ଥାନରେ ଚାଲିଥିବା ବେଳେ ଜଙ୍ଗଲ ବିଭାଗର ହାତ ଖାଲି। କିଛିଟା ସ୍ବାର୍ଥ ପାଇଁ ଜଙ୍ଗଲ ରୂପକ ନିଜ ମାଁ କୁ ଜଙ୍ଗଲ ଦଲାଲ୍ ହାତରେ ଟେକି ଦେଉଥିବା କେତେଦୂର ଯଥାର୍ଥ ବୋଲି ଚର୍ଚ୍ଚା ହୁଏ। ଏହା ବାଦ୍ ଇଟାଭାଟିରେ ମଧ୍ୟ ଅଧିକାଂଶ ଗଛ କଟାଯାଇ ଇଟା ପୋଡ଼ା ଯାଉଥିବା ବେଳେ ଜଙ୍ଗଲ ବିଭାଗ ଲୋକଦେଖାଣିଆ କିଛି ଇଟାଭାଟିର ନାମକୁମାତ୍ର ଫାଇନ୍ କାଟି କେସ୍ ନ କରି ନୀରବ ରହୁଥିବା ଜଙ୍ଗଲ ପାଇଁ ବିପଦ।ଏ ବିଷୟରେ ଅନେକ ଥର ଜଙ୍ଗଲ ବିଭାଗ ଉଚ୍ଚକର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ ଯେଉଁ ତିମିରେ କୁ ସେହି ତିମିରେ।ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗକୁ ଦରମା ବାବଦକୁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ, ଗଣମାଧ୍ୟମ ନିଜ ଜୀବନକୁ ପାଣି ଛଡେଇ ନିଃଶୁଳ୍କ ଜଙ୍ଗଲ ସୁରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରୁଛି।ଶେଷରେ ଆତତାୟୀର ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି।ଗଛ କାଟି ଇଟାଭାଟିରେ ପୋଡୁଥିବା ବିଷୟ ଜଙ୍ଗଲ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଗୋଚର କଲେ ପ୍ରତ୍ତ୍ୟୁତ୍ତର ରେ କର୍ପୋରେସନ କାଠ ନହେଲେ ପଡ଼ିଥିବା କାଠ ଧରିବା ନିଷେଧ କହି ନିଜ ଦାୟିତ୍ଵରୁ ଓହରି ଯାଉଥିବା ଦେଖିବାକୁ ମିଳୁଛି।ଯଦି କର୍ପୋରେସନ କାଠ ତେବେ ସେହି କାଠ ତିନି ଫୁଟ ବିଶିଷ୍ଟ।କିନ୍ତୁ ଭାଟିରେ ପାଞ୍ଚ, ଛ ଫୁଟ ର କାଠ ଇଟାଭାଟିରେ ବ୍ୟବହାର ହୋଇଥିବା ଫଟୋ ଦେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।କାଠରେ ଇଟାଭାଟି ପୋଡ଼ା ଚାଲିଥିବା ସମୟରେ ଜଙ୍ଗଲ ବିଭାଗ ଏହା ସିଜ୍ କରିପାରିବେ କି ବୋଲି ପ୍ରଶ୍ନ ହୁଏ।ଜଙ୍ଗଲ ବିଭାଗର ଜଙ୍ଗଲିରାଜ୍ ଯୋଗୁଁ ଜଙ୍ଗଲର ଅନେକ ବୃକ୍ଷ କଟି ଇଟାଭାଟିରେ ସ୍ୱାହା ହୁଏ।ଜଙ୍ଗଲ ରୁ ୩/୪ଫୁଟ ବ୍ୟାସ ବିଶିଷ୍ଟ କେତେ ଏବଂ କେଉଁ ସ୍ପେଶିସ ର ବୃକ୍ଷ କଟୁଛି ଏବଂ ଏ ବାବଦକୁ କେତେଗୋଟି କେସ ରୁଜୁ ହୋଇଛି ଜଙ୍ଗଲ ବିଭାଗ ହିସାବ ଦେବେ କି ବୋଲି ଜନ ସାଧାରଣରେ ପ୍ରଶ୍ନ ହୁଏ।ଏକଦା ବଲାଙ୍ଗିର ଜିଲ୍ଲା ଘଞ୍ଚ ଜଙ୍ଗଲ ର ପରିବେଷ୍ଟନିରେ ଥିବା ବେଳେ ଏହାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ର ସ୍ବର୍ଗ ବୋଲି କହୁଥିଲେ।ଏବେ ଜଙ୍ଗଲ କଟି ଶ୍ରୀହୀନ।ରାସ୍ତା ପାର୍ଶ୍ବରେ କିଛିଟା ବୃକ୍ଷ ଦେଖାଯାଉଥିବା ବେଳେ ଜଙ୍ଗଲ ଭିତରେ ଜଙ୍ଗଲ ପଦା ହୋଇଥିବା ଦେଖିବାକୁ ମିଳୁଛି।ଗତ ତା.୨୦.୫.୨୫ ରିଖ ଦିନ

ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ବୈଦିପାଲି ରୁ କାଲିଝରନ ରାସ୍ତାରେ ତଥା ଏହି ଗ୍ରାମ ନିକଟରେ ଜଙ୍ଗଲ ଜମି ତଥା ଚାଷ ଜମିରେ ଅନେକ ଇଟାଭାଟି ଗଛରେ ପୋଡିବା ପାଇଁ ଭାଟି ପାଖରେ ରଖାଯାଇଥିବା କାଠର ଫଟୋ ସହ ତଥ୍ୟ ଜଙ୍ଗଲ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କୁ ପଠାଯାଇ ଅବଗତ କରାଯାଇ ଥିଲା।ଚର୍ଚ୍ଚା ହୁଏ କିଛି ଜଙ୍ଗଲ କର୍ମଚାରୀଙ୍କ ପାଇଁ ଏହା ସୋନେ ପେ ସୁହାଗା ହୋଇଥିଲା।ତେବେ ଏଠି ଗୁହାରି କରିବୁ କାହାକୁ।ସେ ଯାହାହେଉ ବଲାଙ୍ଗିର ଜଙ୍ଗଲ ବିଭାଗରେ ଜଣେ ବିଜ୍ଞ ଡିଏଫ୍ଓ ଯୋଗଦାନ କରିଛନ୍ତି।ନିଶ୍ଚିତ ଭାବରେ ଜଙ୍ଗଲ ସୁରକ୍ଷା ଉପରେ ଦୃଷ୍ଟି ଦେବେ ବୋଲି ଆଶା କରାଯାଏ।ଯଦି ପ୍ରତିବର୍ଷ ଏଭଳି ଇଟାଭାଟି କାଠରେ ପୋଡ଼ା ଯାଏ ତେବେ ଜଙ୍ଗଲ ରହିବ ତ ? ଏବେ ଠୁଁ ଜଙ୍ଗଲ ବିଭାଗ ଯଦି ସଜାଗ ନ ରହେ ତେବେ ଆଗାମୀ ଦିନରେ ବଲାଙ୍ଗିରର ପ୍ରାକୃତିକ ସୋନ୍ଦର୍ୟ୍ଯ ର ସ୍ବର୍ଗ ଜଙ୍ଗଲ ଶୂନ୍ୟ ହେବ।ଉଚ୍ଚ କତୃପକ୍ଷ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଉଜୁଡ଼ି ଯାଉଥିବା ଜଙ୍ଗଲକୁ ପୁନର୍ଜୀବିତ କରାଯାଇ ପାରିବ ବୋଲି ଚର୍ଚ୍ଚା ହୁଏ।ଆଗାମୀ ଦିନରେ ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ହର୍ଡାଟାଲ ଅଞ୍ଚଳରେ ଜଙ୍ଗଲ ବିଭାଗର କାରନାମା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ।ତେବେ ଉପରୋକ୍ତ ବିଷୟକୁ ନେଇ ଜଙ୍ଗଲ ବିଭାଗ କେତେ ତତ୍ପର ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026

You Might Also Like