-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଦେଓଗାଁରେ ଅଣ ଗେଜେଟେଡ୍ ବନସେବା ସଂଘ ର ସାଧାରଣ ପରିଷଦ ବୈଠକ

01-Jun-2025



ବଲାଙ୍ଗିର/ଦେଓଗାଁ(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସ୍ଥାୟୀ ନର୍ସରୀ ଠାରେ ଆଞ୍ଚଳିକ ଅଣଗେଜେଟେଡ୍ ବନସେବା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବୈଠକ ରେ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ସଭାପତି ବାବୁଲା ଦାସ ଙ୍କ ସଭାପତିତ୍ବ ରେ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ଅଣ ଗେଜେଟେଡ ବନସେବା ସଂଘର ଉପସଭାପତି ଭବାନୀ ଶଙ୍କର ପରିଛା ଯୋଗଦେଇ ସଂଗଠନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଦୁଃଖର ବିଷୟ ଗତ ମେଁ ମାସ ୨୪ତାରିଖ ରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।ଏହି ଘଟଣା କୁ ସଂଗଠନ ତୀବ୍ର ନିନ୍ଦା କରିବା ସହ ଦିବଂଗତ ପ୍ରଧାନଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ପରେ ବୈଠକ ରେ ବନ ବିଭାଗ ର ବିଭିନ୍ନ ସମସ୍ୟାର ସମାଧାନ କୁ ନେଇ ଫରେଷ୍ଟ କମିଶନ ଗଠନ,କେଡର ପରିମାର୍ଜନ,ତାଲିମ ଓ ନିଯୁକ୍ତି ପକ୍ରୀୟା ସହ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି,ଜଙ୍ଗଲ ର ଦୈର୍ଘ୍ୟ ଅନୁସାରେ ବିଟ୍ ର ପୁନର୍ଗଠନ,ବନ୍ୟପ୍ରାଣୀ ଙ୍କ ପାଇଁ ସ୍ପେଶାଲ ଷ୍ଟାଇକିଂ ଫୋର୍ସ ଏବଂ ରାପିଡ ରେସପଣ୍ଡ ଟିମ୍ ଗଠନ ପାଇଁ କର୍ମଚାରୀ ନିଯୁକ୍ତି ସମ୍ବନ୍ଧେ ଆଲୋଚନା କରିଥିଲେ।ତତ୍ ସଙ୍ଗେ ସଙ୍ଗେ ବନକ୍ଷେତ୍ର ଅଧିକାରୀ ମାନଙ୍କୁ ପୋଲିସ ବିଭାଗ ଭଳି ଯେକୌଣସି ଜାତୀୟ ବ୍ୟାଙ୍କ୍ ଜରିଆରେ ସେଲେରି ଆକାଉଣ୍ଟ,ଇନ୍ସ୍ୟୁରାନ୍ସ ପ୍ୟାକେଜ ପ୍ରଦାନ କରିବା ପାଇଁ ସରକାର ଙ୍କ ନିକଟରେ ଦାବୀ କରିବା ପାଇଁ ଆଲୋଚନା କରାଯାଇଥିଲା।ଉପରୋକ୍ତ ଦାବୀ ଗୁଡ଼ିକ ସରକାର ଆଗାମୀ ୮ ତାରିଖ ସୁଦ୍ଧା ପୁରଣ ନ କଲେ ସାମୁହିକ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା।ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଏବଂ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଥିଲା।ବୈଠକ ରେ ବଲାଙ୍ଗିର ଟେରିଟୋରିଆଲ୍ ଡିଭିଜନ,ଟିଟିଲାଗଡ଼ କେନ୍ଦୁଲିଫ ଡିଭିଜନ,ଭବାନୀପାଟଣା ଡିଭିଜନ,ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ, ଖଡ଼ିଆଳ ଟେରିଟୋରିଆଲ୍ ଏବଂ କେନ୍ଦୁଲିଫ ଡିଭିଜନ,ସୁନାବେଡ଼ା ୱାଇଲ୍ଡ ଲାଇଫ ତଥା ସୋନପୁର ଟେରିଟୋରିଆଲ୍ ଏବଂ କେନ୍ଦୁଲିଫ ଡିଭିଜନର ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମରେ ଉପସଭାପତି କୀର୍ତ୍ତି ଚନ୍ଦ୍ର ସୁଆର,କୋଷାଧ୍ୟକ୍ଷ ବ୍ୟାସଦେବ ସାହୁ,ଅଶୋକ ନାୟକ,ଶ୍ୟାମ ସୁନ୍ଦର ସାହୁ,ସୁରେନ୍ଦ୍ର ମହାରଣା, ପ୍ରଦୀପ ସାହୁ,ନାପ ହରପାଲ,ପ୍ରଦୀପ ମାଝୀ,ଆଦିତ୍ୟ ନନ୍ଦ, ପରମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।ସର୍ବସମ୍ମତି କ୍ରମେ ଷ୍ଟାଇକ କମିଟି ର ସଭ୍ୟ ଭାବେ ଆନନ୍ଦ ବିହାରୀ ସ୍ୱାଇଁ ଙ୍କୁ ମନୋନୀତ କରାଯାଇ ଥିଲା।ଶେଷରେ ସମ୍ପାଦକ ମଧୁ ସୁଦନ ଗଡୁଆ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like