-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||     

HOME   ଜିଲ୍ଲା

ଯୁବାମାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ "ବାର୍ଷିକ ଉତ୍ସବ ପାଳିତ

10-Apr-2025



ତୁରେକେଲା(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଯୁବାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଆମ ଖେଳଣା ଆମ ସଂସ୍କୃତି କର୍ମଶାଳା ଉତ୍ସବ"  ରାଜ୍ୟ ସରକାରଙ୍କ ନିର୍ଦେଶାନୁକ୍ରମେ ତଥା ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମ୍ଭାରଙ୍କ ତତ୍ୱାବଧାନରେ ସୁରୁଖୁରୁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ସାଲେମୁଡ଼ଗା କ୍ଲଷ୍ଟର ର ସିଆରସିସି ଶ୍ରୀଯୁକ୍ତ ମୋହନ ବରିହା, କନ୍ଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ନାୟକ, ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଲୁହା ପ୍ରମୂଖ ଉପସ୍ଥିତ ଥିଲେ।ଏହା ସହିତ ଅନ୍ୟ ମାନଙ୍କ ମଧ୍ୟରେ ଯୁବାମାଲ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଶ୍ରୀଯୁକ୍ତ ରାଜକିଶୋର ବାରିକ ସହକାରୀ ଶିକ୍ଷକ,ଶ୍ରୀମତୀ ସଞ୍ଜୁ ପଟେଲ ସହକାରୀ ଶିକ୍ଷୟିତ୍ରୀ, ସ୍ଥିତିପ୍ରଜ୍ଞା ସ୍ୱାଇଁ (ଜୁନିଅର ଟିଚର ସ୍କିମାଟିକ), ଚେତସ୍ୱିନୀ ନାଏକ (ଜୁନିଅର ଟିଚର ସ୍କିମାଟିକ) ଏବଂ ସ୍କୁଲ ପରିଚାଳନା କାମିଟି ର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ହାତୀ ସମେତ ସମସ୍ତ ସଦସ୍ୟ ତଥା ଅବିଭାବକ ଅବିଭାବିକା, ମାତା ପିତା ଓ ସମସ୍ତ ଛାତ୍ରଛାତ୍ରୀ ପ୍ରମୂଖ ଉପସ୍ଥିତ ଥିଲେ ।ପ୍ରଥମେ ସମସ୍ତ ମୁଖ୍ୟ ଅଥିତି ଙ୍କୁ ଫୁଲ ମାଳ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା,ସମ୍ମାନୀତ କରାଯାଇଥିଲା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତଂ ଗୀତରେ ନୃତ୍ୟପରିବେଷଣ କରା ଯାଇଥିଲା । ଏହି ବାର୍ଷିକ ଉତ୍ସବ ଓ ଆମ ଖେଳଣା ଆମ ସଂସ୍କୃତି କର୍ମଶାଳା ଉତ୍ସବ ଶୁଭାରମ୍ଭ ରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ସର୍ବ ପ୍ରଥମେ ମାଆ ବୀଣାପାଣି ଓ ବିଂଘ୍ନ ବିନାଶକ ଗଣେଷଙ୍କ ଫୋଟୋରେ ଧୂପ ଦୀପ ଦେଇ ପୂଜାର୍ଚନା କରା ଯାଇଥିଲା | ଉତ୍ସବ ର ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମ୍ଭାର ବାର୍ଷିକ ଉତ୍ସବ ଓ ଆମ ଖେଳଣା ଆମ ସଂସ୍କୃତି ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ସମସ୍ତ ଙ୍କୁ ତାଙ୍କ ଅବିଭାଷଣ ପୁ୍ଖାନୁପୁଙ୍ଖ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ କହିଥିଲେ ଯେ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ସ୍ୱାଗତ ଯୋଗ୍ୟ ଏହି ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଭା ଜାଣି ହେବ, ଚିହ୍ନଟ ହେବ ଏବଂ ଉପଯୁକ୍ତ ସାହାଯ୍ୟ ସୁଯୋଗ, ପର୍ଯ୍ୟାପ୍ତ ସୁବିଧା ମିଳିଲେ ଛାତ୍ର ଛାତ୍ରୀ ମାନେ ନିହାତି ଭାବରେ ତାଙ୍କର ଭବିଷ୍ୟତ ଜୀବନରେ ଯେକୌଣସି ସ୍ଥାନରେ ପ୍ରଦର୍ଶନ କରିପାରିବେ ବୋଲି ଆସ୍ଥା ପ୍ରକଟ କରିଥିଲେ।
ଏହା ପରେ ଶ୍ରୀମତୀ ସଞ୍ଜୁ ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ ଓ ସ୍ଥିତିପ୍ରଜ୍ଞା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।ଏହି ଭଳି ଜଣେ ପରେ ଜଣେ ସମସ୍ତ ଅତିଥି ନିଜର ନିଜର ଅବିଭାଷଣ ମାଧ୍ୟମରେ ବକ୍ତବ୍ୟ ରଖି ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କୁ ଉତ୍ସାହିତ କରିବା ଭଳି ପ୍ରେରଣାଦାୟୀ ମୂଲ୍ୟବାନ ପରାମର୍ଶ ପ୍ରଭୃତୀ ଦେଇଥିଲେ।ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ, ଅଭିନୟ, ପରୀ ବିଷୟରେ ଡ୍ରାମା ଅନୁଷ୍ଠିତ ହୋଇଥିଲା। ଯାହା କି ସମସ୍ତଙ୍କ ମନକୁ ଛୁଇଁ ସମସ୍ତ ଙ୍କ ମୂଖରେ ହସର ଲହରୀ ଖେଳିଯାଇଥିଲା।ଏବଂ ଛାତ୍ର ଛାତ୍ରୀ ଙ୍କ ଆମ ଖେଳଣା ଆମ ସଂସ୍କୃତି ନିମନ୍ତେ ହାତ ତିଆରି ବିଭିନ୍ନ ସାମଗ୍ରୀ ସମସ୍ତଙ୍କ ଦ୍ୱାରା ପରିଦର୍ଶନ କରା ଯାଇଥିଲା।ପରେ ପୂର୍ବରୁ କରା ଯାଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା :- ଡିବେଟ, ବକୃତା, ରଚନା ଲିଖନ,ଶ୍ରୁତ ଲିଖନ ଚିତ୍ରାଙ୍କନ,ଗୀତ, ନାଚ, ଅଭିନୟ, ଡ୍ରାମା,ଦୌଡ଼, ପୁଚି ଖେଳ, ଅଖା ଡିଆଁ,ରଶି ଡିଆଁ,ମ୍ୟୁଜିକ ଚେୟାର ଇତ୍ୟାଦି ଖେଳରେ ପ୍ରତି ଯୋଗିତା ରେ ଯେଉଁ ଛାତ୍ର ଛାତ୍ରୀ ମାନେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା। ପରିଶେଷରେ ଚେତସ୍ୱିନୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026

You Might Also Like