-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Mar-2025
କଣ୍ଟାମାଳ(ଜୟ କୁମାର ମହାରଣା): ସୋମବାର ଦିନ ଅପରାହ୍ନ 3 ଘଟିକା ସମୟରେ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କଣ୍ଟାମାଳ ବ୍ଲକ୍ ଜନଶୁଣାଣୀକୁ ଯାଇଥିବା ବେଳେ ଶୁଣାଣୀ ଶେଷ ହେବା ପରେ ବନ ବିଭାଗ ପକ୍ଷରୁ ପୁଟପୁଟିଗଡ଼ ଠାରେ ବନ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ନିର୍ମୀତ ହୋଇଥିବା ୱାଚ ଟାୱାର
ପରିଦର୍ଶନ କରିଥିଲେ | ସେହିପରି ବନ୍ଧପାଲି ଠାରେ ବନୀକରଣ ଉଦ୍ଦେଶ୍ୟରେ ଚାରା ସୃଷ୍ଟି ପାଇଁଁ ଥିବା ନର୍ସରୀକୁ ମଧ୍ୟ ବୁଲି ଦେଖିଥିଲେ l ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ
ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ,ସହକାରୀ ବନ ସଂରକ୍ଷକ କ୍ଷୀରାବ୍ଧି ପ୍ରଧାନ ପ୍ରମୁଖ ସାମିଲ୍ ହୋଇଥିଲେ |