-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ସାହିତ୍ୟ ଏକାଡେମୀ ଆୟୋଜିତ ସାହିତ୍ୟୋତ୍ସବ ଉଦଯାପିତ: ଶେଷ ଦିନରେ ଅଂଶଗ୍ରହଣ କଲେ ଦିବ୍ୟାଙ୍ଗ ଲେଖକ ଏବଂ ଛାତ୍ରଛାତ୍ରୀ

12-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟୋତ୍ସବ ଉଦଯାପିତ ହୋଇ ଯାଇଛି। ଉତ୍ସବର ଅନ୍ତିମ ଦିନରେ ଯୋଗ ଦେଇଥିଲେ ଦିବ୍ୟାଙ୍ଗ ଲେଖକ ଏବଂ ଶିଶୁ ପ୍ରତିଭା। ଆଜି ପନ୍ଦରଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆଜିର ମୁଖ୍ୟ ଆକର୍ଷଣ ଥିଲା ଦିବ୍ୟାଙ୍ଗ ଲେଖକ ସମ୍ମିଳନୀ।  ଏଥିରେ  ବିନୋଦ ଆସୁଦାନୀ ଏବଂ ଅରବିନ୍ଦ ପି. ଭାଟିକରଙ୍କ ଅଧ୍ୟକ୍ଷତାରେ ୧୦ଟି ଭାଷାର ଦିବ୍ୟାଙ୍ଗ ଲେଖକ କବିତା ଏବଂ ଗଳ୍ପ ପାଠ  କରିଥିଲେ। ଆଠଟି ଅଧିବେଶନରେ ଉପନ୍ୟାସର ଭବିଷ୍ୟତ,

ଭାରତର ସାଂସ୍କୃତିକ ପରମ୍ପରା ଉପରେ ବିଶ୍ୱୀକରଣର ପ୍ରଭାବ, ଅନୂଦିତ କୃତି ପଠନର ଗୁରୁତ୍ୱ, ଏକତା ଏବଂ ସାମାଜିକ ସଂହତି, କୃତ୍ରିମ ବୁଦ୍ଧିମତ୍ତା ଏବଂ ସାହିତ୍ୟ ସୃଷ୍ଟି ଇତ୍ୟାଦି ବିଷୟରେ  ଲେଖକ ଓ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଭାରତୀୟ ସାହିତ୍ୟ ପରମ୍ପରା: ଐତିହ୍ୟ ଏବଂ ବିକାଶ ଶୀର୍ଷକ ଜାତୀୟ ଆଲୋଚନାଚକ୍ରର ଶେଷ ଦିନରେ ଭାରତୀୟ କବିତା, ଦଳିତ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସାହିତ୍ୟ ଉପରେଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ଅଧିବେଶନଗୁଡ଼ିକର ଅଧ୍ୟକ୍ଷତା କରିଥିଲେ ବିଶ୍ୱନାଥ ପ୍ରସାଦ ତିୱାରୀ, ଶ୍ୟୋରାଜ ସିଂହ ବେଚୈନ ଏବଂ ବିଷ୍ଣୁ ଦତ୍ତ ରାକେଶ । ଏଥିସହିତ ବହୁଭାଷୀ କବି ସମ୍ମିଳନୀ ଏବଂ ଗଳ୍ପ ପାଠର ତିନୋଟି ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଓ ରେଖାଚିତ୍ର ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ୧୫ଟି ସ୍କୁଲର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୧୨ ଜଣ କୃତି ଛାତ୍ରଛାତ୍ରୀ ପୁରସ୍କୃତ କରାଯାଇଥିଲା। ପ୍ରସିଦ୍ଧ ବଙ୍ଗଳା ଲେଖକ ସୁବୋଧ ସରକାରଙ୍କ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ 'ଲେଖକଙ୍କ ସହ ସାକ୍ଷାତ' ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ତାଙ୍କର

ପୁରସ୍କାରପ୍ରାପ୍ତ ବଙ୍ଗଳା କବିତା ସଂଗ୍ରହ 'ଦ୍ୱୈପାୟନ ସରୋବର କେ କିନାରେ'ର ହିନ୍ଦୀ ଅନୁବାଦ ସାହିତ୍ୟ ଏକାଡେମୀର ବିଶିଷ୍ଟ ସଦସ୍ୟ ଏବଂ ପୂର୍ବତନ ସଭାପତି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ପୁସ୍ତକର ଅନୁବାଦକ ଅମ୍ରିତା ବେରା ଏବଂ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଏସିଆର ଏହି ସର୍ବବୃହତ ସାହିତ୍ୟ ମହୋତ୍ସବରେ ଛଅ ଦିନରେ ୭୦୦ ରୁ ଅଧିକ  ଲେଖକ ଏବଂ ବିଦ୍ୱାନ ଯୋଗ ଦେଇ ଉତ୍ସବକୁ ସଫଳ କରିଥିଲେ। ୧୦୦ରୁ ଅଧିକ ଅଧିବେଶନରେ ଅଂଶଗ୍ରହଣ  ଦେଶର ୫୦ ରୁ ଅଧିକ ଭାଷାର ପ୍ରତିନିଧିତ୍ୱ ହୋଇଥିଲା। ଏହି ଉତ୍ସବର ବିଭିନ୍ନ ଅଧିବେଶନରେ ଓଡିଶାର ଅନେକ ପ୍ରତିଷ୍ଠିତ ଏବଂ ଯୁବ ଲେଖକ ଲେଖିକା ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like