-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
12-Mar-2025
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲାର ସଦର ବ୍ଲକ ସ୍ଥିତ ଲଛିପୁର ଥାନା ଲୁପୁରସିଂହା ହତ୍ୟା ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ତା ସହ ଟାଙ୍ଗିଆ ଓ ବାଉଁଶ ବାଡ଼ି ଜବତ କରିଛି ପୋଲିସ। ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ସୂଚନା ଅନୁସାରେ ଅଭିଯୁକ୍ତ ଓ ମୃତକ ଜଣେ ମାଲିକଙ୍କ ଜମିକୁ ଭାଗ ଚାଷ କରୁଥିଲେ। ତେବେ ଉଭୟେ ସମସ୍ତ ଜମିକୁ ଏକା ଚାଷ କରିବାକୁ ଚାହୁଁଥିବା ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । ଗତ ସୋମବାର ସନ୍ଧ୍ୟା ସମୟରେ ପାଣି ମଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାବେଳେ ଅଭିଯୁକ୍ତ ମାନେ କାର୍ତିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ଲଛିପୁର ପୋଲିସ ଅଭିଯୁକ୍ତ ଦଇତାରୀ ପଧାନ ଓ ଶୁକୃ ଭୋଇଙ୍କୁ ଲଛିପୁର ଥାନା କେସ ନଂ 21/11.3.2025 ରେ U/s -103(1)/126(2)/115(2) 296/109(1)3(5) BNS/3(1)(r)(s)/3(2)(VA) Sc/Stay (POA) Act ରେ ଗିରଫ କରିଥିବାବେଳେ ଅଭିଯୁକ୍ତ ରାମ ଭୁଏ ଫେରାର ଥିବା ସୂଚନା ମିଳିଛି ।