-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ସରିଲା ପକ୍ଷୀ ଗଣନା: କମୁଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ପୂର୍ବ ବର୍ଷ ତୁଳନାରେ ଆସିଛନ୍ତି ୪୧୫୪ କମ୍ ପକ୍ଷୀ

15-Jan-2021



ରାୟଗଡ଼ା (ପ୍ରେରଣା ଖବର): ରାୟଗଡ଼ା ବନଖଣ୍ଡରେ ସରିଛି ପକ୍ଷୀ ଗଣନା। ୨୦୨୦ ଅପେକ୍ଷା ୨୦୨୧ରେ ଜିଲ୍ଲାକୁ ୪୧୫୪ କମ ପକ୍ଷୀ ଆସିଛନ୍ତି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ ପକ୍ଷୀ କମିବା ବନ ବିଭାଗକୁ ଚିନ୍ତାରେ ପକାଇଛି। ଖଣି ଖନନ, ଜଙ୍ଗଲ ନଷ୍ଟ, ପରିବେଶ ପ୍ରଦୂଷଣ ଯୋଗୁ କ୍ରମାଗତ ଭାବେ ରାୟଗଡ଼ାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଜଙ୍ଗଲ, ଜଳାଶୟ, ଡ୍ୟାମ୍, ନଦୀତଟରେ ରହୁଥିବା ପକ୍ଷୀ ମଧ୍ୟ ଅନ୍ୟ ଜିଲ୍ଲା ମୁହାଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦେଶକ୍ରମେ ଜାନୁଆରୀ ୩ ତାରିଖରେ ରାୟଗଡ଼ାରେ ପକ୍ଷୀ ଗଣନା ହୋଇଥିଲା।  ରାୟଗଡ଼ା ବନଖଣ୍ଡ ଅଧୀନରେ ଥିବା ରାୟଗଡ଼ା, ଟିକିରି, କାଶୀପୁର, ଗୁଡାରି, ଗୁଣପୁର, ମୁନିଗୁଡା, କଲ୍ୟାଣସିଂହପୁର ରେଂଜ ଅଞ୍ଚଳରେ ଥିବା ୭ଟି ଛୋଟ, ବଡ ଡ୍ୟାମ ଅଞ୍ଚଳରେ ହୋଇଥିଲା ପକ୍ଷୀ ଗଣନା। ପକ୍ଷୀ ଗଣନାରେ ରେଞ୍ଜରଙ୍କଠୁ ଆରମ୍ଭ କରି ଫରେଷ୍ଟ ଗାର୍ଡ ପର୍ଯ୍ୟନ୍ତ ସାମିଲ୍ ହୋଇଥିଲେ। ଶୀତ ଆଗମନ ପରେ କେନ୍ଦୁଗୁଡ଼ା ଡ୍ୟାମ୍, ସିଲଟିଗୁଡା ଡ୍ୟାମ୍, କାନ୍ଦିଲି ଡ୍ୟାମ ସମେତ ଖୋଲା ଜାଗା, ଧାନ ବିଲ, ନଦୀ ପଠା, ଜଳାଶୟରେ ପକ୍ଷୀଙ୍କ ଭିଡ଼ ଜମୁଥିବାରୁ ୮ ଟିମ୍ ଏହି ସବୁ ଅଞ୍ଚଳରେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭୋର୍ ୩ଟାରୁ ସଂଧ୍ୟା ପର୍ଯ୍ୟନ୍ତ ବନ ବିଭାଗ ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ପକ୍ଷୀ ଗଣନା କରିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ପକ୍ଷୀ ଗଣନାରେ ଜିଲ୍ଲାରେ ମାତ୍ର ୧୨୮୪ ପକ୍ଷୀ ଥିବା ଜଣା ପଡିଛି।  ୨୦୨୦ ମସିହାରେ ୧୪ ପ୍ରଜାତିର ୫୪୩୮ ପକ୍ଷୀ ଏବଂ ୨୦୧୯ରେ ୪୩୦୭ ପକ୍ଷୀ ଜିଲ୍ଲାକୁ ଆସିଥିଲେ। ୨୦୨୧ ରେ ପକ୍ଷୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଶୀତ ପ୍ରକୋପ କମ୍ ଏବଂ ପକ୍ଷୀ ଅନ୍ୟ ଡ୍ୟାମ୍ ମୁହାଁ ହୋଇଥିବା କାରଣରୁ କମ୍ ସଂଖ୍ୟକ ପକ୍ଷୀ ଗଣନା ହୋଇଛି ବୋଲି କହିଛନ୍ତି ଏସିଏଫ୍ ନିତ୍ୟାନନ୍ଦ ନାୟକ। ବିଭାଗୀୟ ରିପୋର୍ଟନୁଯାୟୀ, ଚଳିତ ବର୍ଷ ପକ୍ଷୀ ଗଣନାରେ ଏସିଆନ୍ ଓପନ୍ ବିଲ୍ ୩୦ଟି, ବ୍ଲାକ୍ ଡଙ୍ଗ୍ ୧୦ଟି, ବ୍ରାଉନ୍ ଡୋଭ୍ ୫ଟି, କମନ୍ କ୍ରାନ୍ ୧୬୫ଟି, କର୍ମୋରାଣ୍ଟସନ୍ ଲିଟିଲ୍ ୨୨୦ଟି, କମନ୍ ଗ୍ରୀନ୍ ୱିଙ୍ଗଡ୍ ୨୦ଟି, ଏଗରେଟ୍ କ୍ୟାଟେଲ୍ ୯୩ଟି, ୟୁରୋସିଆନ୍ କୋଟ୍ ୩୦ଟି, ଗ୍ରେ ହିରୋନ୍ ୨୧ଟି, ଗ୍ରେ କ୍ରେନ୍ ୧୮ଟି, ଗେଣ୍ଡାଳିଆ ୭୫ଟି, ହିରୋନ୍ ୨୦ଟି, ଇଣ୍ଡିଆନ୍ ପଣ୍ଡ ହିରୋନ୍ ୩ଟି, କିଙ୍ଗ୍ ଫିଶର୍ ୧୬୩ଟି, ଲିଟିଲ୍ ଏଗ୍ରେଟ୍ ୧୨୬ଟି, ମଇନା ୯ଟି, ପର୍ପଲ୍ ହିରୋନ୍ ୭ଟି, ରାଣୀ ୨୯ଟି, ସ୍ମଲ୍ ବ୍ଲ୍ୟୁ କିଙ୍ଗ୍ ଫିସର୍ ୧୧ଟି, ସ୍ପଟ୍ ବିଲଡ୍ ଡକ୍ ୬ଟି, ୱାଗଟେଲ୍ ୧୦ଟି, ୱାଟର୍ ହେନ୍ ୧୬ଟି, ୱାଟର୍ କ୍ରୋ ୧୨୦ଟି, ୱାଟର୍ ଲପୱିଙ୍ଗ୍ ୧ଟି, ହ୍ବାଇଟ୍ ହର୍ଣ୍ଣ ୨୪ଟି, ହ୍ବାଇଟ୍ କିଙ୍ଗଫିଶର ୧୧ଟି, ହ୍ବାଇଟ୍ ବିଲେଡ୍ ହିରୋନ୍ ୩୮ଟି ଥିବା ଜଣା ପଡିଛି। ଚଳିତ ବର୍ଷ ଗୋଟିଏ ବି ନୂତନ ବିଦେଶାଗତ ପକ୍ଷୀ ରାୟଗଡ଼ାକୁ ଆସିନଥିବା ବନ ବିଭାଗ ଗଣନାରୁ ଜଣା ପଡିଛି। ଜିଲ୍ଲାରେ କେନ୍ଦୁଗୁଡ଼ା ଡ୍ୟାମକୁ ଛାଡ଼ିଲେ ଅନ୍ୟ କୌଣସି ବଡ ଜଳ ଭଣ୍ଡାର ନଥିବାରୁ ବିଦେଶାଗତ ପକ୍ଷୀ ଆସୁନାହାନ୍ତି। ଗୁଣପୁର ବଂଶଧାରା ନଦୀକୂଳରେ ଥିବା ଭାମିନି, ରାମନାଗୁଡ଼ା ଅଞ୍ଚଳର କିଛି ସ୍ଥାନରେ ବିଦେଶାଗତ ଗେଣ୍ଡାଳିଆକୁ ଦେଖିବାକୁ ମିଳୁଛି। ଛୁଆ ପ୍ରଜ୍ଜନନ ପାଇଁ ଏହି ସ୍ଥାନ ପ୍ରକୃଷ୍ଟ ହୋଇଥିବାରୁ ଗେଣ୍ଡାଳିଆମାନେ ଆସି ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ପୁଣି ନିଜ ଦେଶକୁ ଫେରି ଯାଉଛନ୍ତି। ଏହି ଗେଣ୍ଡାଳିଆମାନେ ବିଭିନ୍ନ ଦେଶରୁ ୨/୩ ହଜାର କିମି ଉଡ଼ି ଆସିଥାନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like