-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ସନ୍ଥକବି ଭୀମଭୋଇଙ୍କ ସମାଧିପୀଠକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରିଦର୍ଶନ.. ସନ୍ଥକବିଙ୍କ ମହାନବାଣୀ “ମୋ ଜୀବନ ପଛେ ନର୍କେପଡିଥାଉ” ସମସ୍ତଙ୍କୁ ପ୍ରେରିତ କରୁ

10-Feb-2025



ବଲାଙ୍ଗୀର(ପ୍ରେରଣାଖବର): ସନ୍ଥକବି ଭୀମଭୋଇଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ସୁବର୍ଣ୍ଣପୁରର ଖଲିଆପାଲି ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର,ବୈଦ୍ୟୁଦିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ପରିଦର୍ଶନ କରିଛନ୍ତି । ଆଜି ଅପରାହ୍ନ ୪ଟା ସମୟରେ ସେ ସମାଧିପୀଠରେ ପହଞ୍ଚି ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର କର୍ମକର୍ତ୍ତା,ମହିମା ସାଧୁସନ୍ଥ ଓ ଭକ୍ତ ସମାଜଙ୍କ ସାଙ୍ଗରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ.ମହାଲିଙ୍ଗ ସମାଧିମନ୍ଦିର ସମ୍ମୁଖରେ ଘିଅବତି ଲଗାଇ ମହିମାସାଧୁଙ୍କ ସହିତ ଜଗତର ମଙ୍ଗଳକାମନା କରିଥିଲେ । ଏହାପରେ ସେ ଭୀମଭୋଇଙ୍କ ପାଦୁକା ମନ୍ଦିର, ମ୍ୟୁଜିୟମ ପରିଦର୍ଶନ କରିଥିଲେ ଓ ସରକାରୀ ଅନୁଦାନରେ ଚାଲିଥିବା ଉନ୍ନୟନ କାମଗୁଡିକ ବିଷୟରେ

ପଚାରି ବୁଝିଥିଲେ । ଭୀମଭୋଇଙ୍କ ତାଳପତ୍ର ପୋଥିଗୁଡିକର ଯତ୍ନର ଆବଶ୍ୟକତା ଥିବା ମନ୍ତ୍ରୀ କହିଥିଲେ ଓ ଜିଲ୍ଲା ଭାଷା, ସାହିତ୍ୟ ସଂସ୍କୃତିବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଉ ବୋଲି ପରାମର୍ଶ ଦେଇଥିଲେ। ପରେ ଟ୍ରଷ୍ଟ କାର୍ଯ୍ୟାଳୟଠାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ.ନାଗରାଜୁ, ଭୀମଭୋଇ ଚେୟାରର ମୁଖ୍ୟ ପ୍ରଦୀପକୁମାର ପଣ୍ଡା,ଟ୍ରଷ୍ଟର ଉପାଧ୍ୟକ୍ଷା ତଥା ସୋନପୁର ଉପଜିଲ୍ଲାପାଳ ଡ.ସୌମ୍ୟା ରଥ, ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,ପିଠାଧିଶ ସନ୍ୟାସୀ ବାବା, ପବ୍ଲିସିଟି କମିଟିର ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁମନ୍ତ ପୁଟେଲ, ମାଘମେଳା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତି ଓ ଟ୍ରଷ୍ଟର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ପୀଠର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ । ମନ୍ତ୍ରୀ ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ,ସନ୍ଥକବି ଭୀମ ଭୋଇଙ୍କ ମହାନ ବାଣୀ “ମୋ ଜୀବନ ପଛେ ନର୍କେ ପଡିଥାଉ,ଜଗତ ଉଦ୍ଧାର ହେଉ” ସମସ୍ତଙ୍କୁ ପ୍ରେରିତ କରୁ । ସନ୍ଥକବିଙ୍କ ଏହି ପବିତ୍ର ପୀଠର ସାମଗ୍ରୀକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ଡ.ମହାଲିଙ୍ଗଙ୍କୁ ଟ୍ରଷ୍ଟ ଓ ମହିମାସମାଜ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ଭାଜପାଦଳ ପକ୍ଷରୁ ମଧ୍ୟ ମନ୍ତ୍ରୀଙ୍କୁ ଖଲିଆପାଲିଠାରେ ସ୍ୱାଗତ କରାଯାଇଥିଲା । ଜିଲ୍ଲା ଭାଜପା ସଭାପତି ପ୍ରମୋଦ ମହାପାତ୍ର, ଅଶୋକ ପୂଜାହାରୀ, ଜିତେନ୍ଦ୍ର ମହାପାତ୍ର, ବଟୁ ନେଗୀଙ୍କ ସମେତ ବହୁସଂଖ୍ୟାରେ ଭାଜପା କର୍ମୀ ଉପସ୍ଥିତ ଥିଲେ ।


ଖଲିଆପାଲିଠାରେ ନୂତନସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ଦାବି


ବଲାଙ୍ଗୀର-ସୋନପୁର ଜିଲ୍ଲାର ଖଲିଆପାଲିର ସନ୍ଥକବିଙ୍କ ସମାଧିପୀଠ ପର୍ଯ୍ୟଟନସ୍ଥଳିକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଦୀର୍ଘଦିନ ହେଲା ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍‌୍ର ସ୍ଥାପନ ପାଇଁ ଦାବି କରାଯାଇ ଆସୁଥିଲେ ହେଁ ସରକାର ତାହା କରାଉନାହାଁନ୍ତି । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ଏହି ପୀଠ ପରିଦର୍ଶନରେ ଆସିଥିବା ବେଳେ ସ୍ଥାନୀୟ ଜନସାଧାରଣ ପୁଣିଥରେ ଏହି ଦାବି ରଖିଛନ୍ତି । ଜନସାଧାରଣ ଦାବି କରିଛନ୍ତି ଯେ,ଖଲିଆପାଲିଠାରୁ ଜୁଆଡେ ପ୍ରାୟ ୧୫କିମି ଗଲେ ଯାଇ ସ୍ୱାସ୍ଥ୍ୟକେନ୍ଦ୍‌୍ର ଗୁଡିକ ରହିଛି । ଫଳରେ ଏହି ଅଞ୍ଚଳବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଖଲିଆପାଲି ଏକ ପର୍ଯ୍ୟଟନସ୍ଥଳି ହୋଇଥିଲେ ହେଁ ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଟିଏ ନାହିଁ । ତେଣୁ ସାଧାରଣ ଜନତା ବହୁତ ଅସୁବିଧାରେ ରହୁଛନ୍ତି । ଲୋକଙ୍କ ଦାବିକୁ ଗ୍ରହଣ କରି ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ଜନସାଧାରଣଙ୍କ ତରଫରୁ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଧାନ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like