-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
08-Feb-2025
ଭୁବନେଶ୍ବର(ପ୍ରେରଣା ଖବର): ଏକ ଅଗ୍ରଣୀ ଦୈନିକ ଖବରକାଗଜର କନକ୍ଳେଭ ୨୦୨୫ ଅନୁଷ୍ଠିତ ହୋଇଛି l ଏହି କନକ୍ଳେଭରେ ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶୁତୋଷ ରଥ, ମ୍ୟାନିଜିଂ ଏଡିଟର ରଞ୍ଜୀବ ବିଶ୍ୱାଳ, ସୁରେଶ କୁମାର ପାଣିଗ୍ରାହୀ ( ମ୍ୟାନେଜିଂ ଟ୍ରଷ୍ଟି, ହାଇଟେକ ମେଡିକାଲ), ନିର୍ଦ୍ଦେଶିକା ଅନୀତା ମହାନ୍ତି, ମୁଖ୍ୟ ସମ୍ପାଦକ ରାକେଶ ଚନ୍ଦ୍ର ମହାନ୍ତି, ପପୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ରାଜ୍ୟର ୧୦ ଜଣ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମୟ ତରଫରୁ ସମ୍ମାନିତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ଥିବା ଭରତ ମୋସନ ଇଭେଣ୍ଟସ ର ମ୍ୟାନେଜିଂ ଡାଇରେକ୍ଟର ତଥା ଯୁବ
ଉଦ୍ୟୋଗୀ ଭରତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା l ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ଭରତ ପ୍ରଧାନ ଖୁବ କମ୍ ବୟସରେ ମିଡ଼ିଆ ଏବଂ ଇଭେଣ୍ଟ ଦୁନିଆରେ ପାଦ ରଖି ଅନେକ କାମ କରିଛନ୍ତି l ନିଜେ ଗଢ଼ିଥିବା ଏକ ସଂଗଠନ ଦ୍ୱାରା ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ବହୁବାର ବହୁ ସଂଗଠନ ଦ୍ୱାରା ସମ୍ମାନିତ ହୋଇଛନ୍ତି l ବସ୍ତିରେ ରହୁଥିବା ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ପାଠ୍ୟ ଉପକରଣ, ବ୍ୟାଗ, ବହି, ଖାତା, କଲମ ଇତ୍ୟାଦି ଯୋଗାଇ ଦେଇଥାନ୍ତି l ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷ ପ୍ରତିଭା ପାଇଁ ସମୟ କନକ୍ଳେଭ ୨୦୨୫ ତରଫରୁ ଶ୍ରୀ ଭରତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି l