-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
30-Jan-2025
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ କୁଟାସିଂହା ଗ୍ରାମରେ ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାନେଇ କପିଳେଶ୍ୱର ଶିବ ମନ୍ଦିର ମଣ୍ଡପରେ ପ୍ରସ୍ତୁତି ବୈଠକ କମିଟି ର ଆବାହକ ସାଧୁରାମ ଦେହେରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ଏହି ପ୍ରତିଷ୍ଠା ମହୋତ୍ସବ ଆସନ୍ତା ଏପ୍ରିଲ ୭ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଅନୁଷ୍ଠିତ ହେବ l ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ କଂସ ଦରବାର ସହ ବିଭିନ୍ନ ଜିଲ୍ଲା ର ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସ୍ଥିରୀକୃତ ହୋଇଛି l ଏଣୁ ଆଜି କଂସ ଭୂମିକାରେ ଅଭିନୟ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଠେଲକୋମୁଣ୍ଡା ଗ୍ରାମ ର ସାମ୍ବାଦିକ ରାଧେଶ୍ୟାମ ହାତୀ ଙ୍କୁ କଂସ ଭାବରେ ବରଣ କରାଯାଇଛି | ସରପଞ୍ଚ ଡିଗ୍ରୀ ମେହେର, ସନ୍ତୋଷ ବିଶି,ଯାତ୍ରା ପରିଚାଳକ ଗଦିରାମ ବେହେରା, ଦାମୋଦର ପଧାନ, ପ୍ରଦୀପ ପାତ୍ର, ମିଳନ ସରାଫ, ସଚିନ ସାହୁ, ରବିଚନ୍ଦ୍ର ନାଏକ, ପ୍ରମୁଖ ଉପସ୍ଥିତଥିଲେ l ପୂଜକ ଯୁଧିଷ୍ଠିର ଦେହେରି ଧନ୍ୟବାଦ ଦେଇଥିଲେ l